ଦାରିଙ୍ଗବାଡ଼ିକୁ ପୁଣି ଫେରିଲା ଶୀତ, ନିଆଁ ପୁଇଁଲେ ଲୋକେ, ଆଜିର ତାପମାତ୍ରା ରହିଛି…
ଦାରିଙ୍ଗବାଡ଼ି,୬ା୩(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଅଞ୍ଚଳକୁ ପୁଣି ଶୀତ ଫେରିଛି। ଗୁରୁବାର ଭୋର୍ରୁ ଅସହ୍ୟ ଅନୁଭୂତ ହେବା ସହ ତାପମାତ୍ରା ସର୍ବନିମ୍ନ ୧୫ ଡିଗ୍ରୀକୁ ହ୍ରାସ ପାଇଛି। ଯାହାକି ବୁଧବାର ସର୍ବନିମ୍ନ ୧୭ ଡିଗ୍ରୀ ତାପମାତ୍ରା ରହିଥିବାବେଳେ ଆଜି ଆଉ ୨ ଡିଗ୍ରୀ ପାରଦ ଖସିଛି। ଦିନରେ ପ୍ରଚଣ୍ଡ ଖରା ସହ ପାଗ ଶୁଖିଲା ରହିବା ସହ ସର୍ବାଧିକ ତାପମାତ୍ରା ୩୩ ଡିଗ୍ରୀ ରହୁଥିବା ବ୍ଲକ କାର୍ଯ୍ୟାଳୟ ସୂତ୍ରରୁ ଜଣାପଡ଼ିଛି। ଏହି ସପ୍ତାହର ଆଜିର ଶୀତକୁ […] The post ଦାରିଙ୍ଗବାଡ଼ିକୁ ପୁଣି ଫେରିଲା ଶୀତ, ନିଆଁ ପୁଇଁଲେ ଲୋକେ, ଆଜିର ତାପମାତ୍ରା ରହିଛି… appeared first on Dharitri Odia News.
ଦାରିଙ୍ଗବାଡ଼ି,୬ା୩(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଅଞ୍ଚଳକୁ ପୁଣି ଶୀତ ଫେରିଛି। ଗୁରୁବାର ଭୋର୍ରୁ ଅସହ୍ୟ ଅନୁଭୂତ ହେବା ସହ ତାପମାତ୍ରା ସର୍ବନିମ୍ନ ୧୫ ଡିଗ୍ରୀକୁ ହ୍ରାସ ପାଇଛି। ଯାହାକି ବୁଧବାର ସର୍ବନିମ୍ନ
୧୭ ଡିଗ୍ରୀ ତାପମାତ୍ରା ରହିଥିବାବେଳେ ଆଜି ଆଉ ୨ ଡିଗ୍ରୀ ପାରଦ ଖସିଛି। ଦିନରେ ପ୍ରଚଣ୍ଡ ଖରା ସହ ପାଗ ଶୁଖିଲା ରହିବା ସହ ସର୍ବାଧିକ ତାପମାତ୍ରା ୩୩ ଡିଗ୍ରୀ ରହୁଥିବା ବ୍ଲକ କାର୍ଯ୍ୟାଳୟ ସୂତ୍ରରୁ ଜଣାପଡ଼ିଛି। ଏହି ସପ୍ତାହର ଆଜିର ଶୀତକୁ ଅନୁଭବ କରି ଲୋକେ ନିଆଁ ପୁଇଁବା ଦେଖିବାକୁ ମିଳିଛି। ଭୋର ସମୟରେ ଘର ଭିତରୁ ପଦାକୁ ବାହାରିବା ମୁସ୍କିଲ ହେଉଥିବା ଓ କାମଧନ୍ଦାରେ ଲୋକମାନେ ଆଜି ବିଳମ୍ବରେ ବାହାରିଥିଲେ।
The post ଦାରିଙ୍ଗବାଡ଼ିକୁ ପୁଣି ଫେରିଲା ଶୀତ, ନିଆଁ ପୁଇଁଲେ ଲୋକେ, ଆଜିର ତାପମାତ୍ରା ରହିଛି… appeared first on Dharitri Odia News.