ଦାରିଙ୍ଗବାଡ଼ିରେ ବିଜୁଳି ଘଡ଼ଘଡ଼ି ସହ ପ୍ରବଳ ବର୍ଷା

ଦାରିଙ୍ଗବାଡ଼ି,୧୬ା୫(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଅଞ୍ଚଳରେ ଶୁକ୍ରବାର ମଧ୍ୟାହ୍ନରେ ପ୍ରବଳ ବର୍ଷା ହୋଇଛି। ଫଳରେ ଚାଷୀ ଭାଇଙ୍କ ମୁହଁରେ ହସ ଫୁଟିଥିବାବେଳେ ଗରମରୁ ଲୋକେ ଆଶ୍ୱସ୍ତି ପାଇଛନ୍ତି। ଅଞ୍ଚଳରେ କୂଅ, ପୋଖରୀ, ନାଳ ଶୁଖିଯାଇଥିବା ବେଳେ ଏହି ବର୍ଷା ପରେ ଜଳସ୍ତର ବୃଦ୍ଧି ପାଇବା ଆଶଙ୍କା କରାଯାଇଛି। ଜଳ କଷ୍ଟରୁ ଟିକିଏ ନିସ୍ତାର ମିଳିବ ବୋଲି ଅଞ୍ଚଳବାସୀ କହିଛନ୍ତି। ଏଥିସହିତ ଏହି ବର୍ଷା ଉଦ୍ୟାନ ଚାଷୀଙ୍କୁ ଅଧିକ ଫାଇଦା ଦେବ ବୋଲି କୁହାଯାଇଛି। ତେବେ ବିଜୁଳି-ଘଡ଼ଘଡ଼ିର […] The post ଦାରିଙ୍ଗବାଡ଼ିରେ ବିଜୁଳି ଘଡ଼ଘଡ଼ି ସହ ପ୍ରବଳ ବର୍ଷା appeared first on Dharitri Odia News.

ଦାରିଙ୍ଗବାଡ଼ିରେ ବିଜୁଳି ଘଡ଼ଘଡ଼ି ସହ ପ୍ରବଳ ବର୍ଷା

ଦାରିଙ୍ଗବାଡ଼ି,୧୬ା୫(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଅଞ୍ଚଳରେ ଶୁକ୍ରବାର ମଧ୍ୟାହ୍ନରେ ପ୍ରବଳ ବର୍ଷା ହୋଇଛି। ଫଳରେ ଚାଷୀ ଭାଇଙ୍କ ମୁହଁରେ ହସ ଫୁଟିଥିବାବେଳେ ଗରମରୁ ଲୋକେ ଆଶ୍ୱସ୍ତି ପାଇଛନ୍ତି। ଅଞ୍ଚଳରେ କୂଅ, ପୋଖରୀ, ନାଳ ଶୁଖିଯାଇଥିବା ବେଳେ ଏହି ବର୍ଷା ପରେ ଜଳସ୍ତର ବୃଦ୍ଧି ପାଇବା ଆଶଙ୍କା କରାଯାଇଛି। ଜଳ କଷ୍ଟରୁ ଟିକିଏ ନିସ୍ତାର ମିଳିବ ବୋଲି ଅଞ୍ଚଳବାସୀ କହିଛନ୍ତି। ଏଥିସହିତ ଏହି ବର୍ଷା ଉଦ୍ୟାନ ଚାଷୀଙ୍କୁ ଅଧିକ ଫାଇଦା ଦେବ ବୋଲି କୁହାଯାଇଛି। ତେବେ ବିଜୁଳି-ଘଡ଼ଘଡ଼ିର ପ୍ରଚଣ୍ଡ ଶଦ୍ଧରେ ଲୋକେ ଭୟଭୀତ ହୋଇପଡ଼ିଛନ୍ତି। ଖବର ଖବର ଲେଖା ହେବା ସୁଦ୍ଧା ବର୍ଷା ଜାରି ରହିଛି।

The post ଦାରିଙ୍ଗବାଡ଼ିରେ ବିଜୁଳି ଘଡ଼ଘଡ଼ି ସହ ପ୍ରବଳ ବର୍ଷା appeared first on Dharitri Odia News.