ଦାରିଙ୍ଗବାଡି ପର୍ଯ୍ୟଟନ କ୍ଷେତ୍ରରେ ନୂଆ ଅଧ୍ୟାୟ: ରୋପଣ ହେଲା ଚେରୀ ବ୍ଲସ୍ମ ଚାରା
ଦାରିଙ୍ଗବାଡି, ୧୩।୮ (ଅରୁଣ ସାହୁ )-କନ୍ଧମାଳ ଜିଲା ଦାରିଙ୍ଗବାଡି ବନାଞ୍ଚଳକୁ ପ୍ରଥମଥର ପାଇଁ ରାଜ୍ୟ ଜଙ୍ଗଲ, ପରିବେଶ ଓ ଜଳବାୟୁ ବିଭାଗ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ ଗସ୍ତ କରିଛନ୍ତି। ସେ ଅପରାହ୍ନରେ ଦାରିଙ୍ଗବାଡି ବନ ବିଭାଗର ଡାକ ବଙ୍ଗଳାରେ ପହଞ୍ଚିଥିଲେ। ସେଠାରେ ତାଙ୍କୁ ଆରସିସିଏଫ ସଞ୍ଜୟ ସୱାଇଁ, ବିଡ଼ିଓ ଗଦାଧର ପାତ୍ର, ଅତିରିକ୍ତ ତହସିଲଦାର କୃଷ୍ଣ ଚନ୍ଦ୍ର ନାୟକ, ଡିିଏଫଓ ବିଶ୍ୱରଞ୍ଜନ ପଣ୍ଡା, ଫୁଲବାଣୀ ବନଖଣ୍ଡର ଡିଏଫଓ ପ୍ରଶାନ୍ତ ପଟେଲ,କେନ୍ଦୁଲିଫର ଡିିଏଫଓ ଶରତ କୁମାର […] The post ଦାରିଙ୍ଗବାଡି ପର୍ଯ୍ୟଟନ କ୍ଷେତ୍ରରେ ନୂଆ ଅଧ୍ୟାୟ: ରୋପଣ ହେଲା ଚେରୀ ବ୍ଲସ୍ମ ଚାରା appeared first on Dharitri Odia News.
ଦାରିଙ୍ଗବାଡି, ୧୩।୮ (ଅରୁଣ ସାହୁ )-କନ୍ଧମାଳ ଜିଲା ଦାରିଙ୍ଗବାଡି ବନାଞ୍ଚଳକୁ ପ୍ରଥମଥର ପାଇଁ ରାଜ୍ୟ ଜଙ୍ଗଲ, ପରିବେଶ ଓ ଜଳବାୟୁ ବିଭାଗ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ ଗସ୍ତ କରିଛନ୍ତି। ସେ ଅପରାହ୍ନରେ ଦାରିଙ୍ଗବାଡି ବନ ବିଭାଗର ଡାକ ବଙ୍ଗଳାରେ ପହଞ୍ଚିଥିଲେ। ସେଠାରେ ତାଙ୍କୁ ଆରସିସିଏଫ ସଞ୍ଜୟ ସୱାଇଁ, ବିଡ଼ିଓ ଗଦାଧର ପାତ୍ର, ଅତିରିକ୍ତ ତହସିଲଦାର କୃଷ୍ଣ ଚନ୍ଦ୍ର ନାୟକ, ଡିିଏଫଓ ବିଶ୍ୱରଞ୍ଜନ ପଣ୍ଡା, ଫୁଲବାଣୀ ବନଖଣ୍ଡର ଡିଏଫଓ ପ୍ରଶାନ୍ତ ପଟେଲ,କେନ୍ଦୁଲିଫର ଡିିଏଫଓ ଶରତ କୁମାର ମିଶ୍ର, ଏସିଏଫ ସତୀଶ କୁମାର ଧାରୁଆ ପ୍ରମୁଖ ସ୍ବାଗତ କରିଥିଲେ। ପରେ ଭାଜପାର ଜିଲା ସଭାପତି ଜଗନ୍ନାଥ ସାହୁ, ମଣ୍ଡଳ ସଭାପତି ସନ୍ତୋଷ ସାହୁ, ପୂର୍ବତନ ସଭାପତି ଅରୁଣ ପ୍ରଧାନ,ଜିଲ୍ଲା ସମ୍ପାଦକ ହରେନ ସାହୁ, ଭାଲୁ ସାହୁ, ପ୍ରଭାକର ସାହୁ ପ୍ରମୁଖ ମନ୍ତ୍ରୀଙ୍କୁ ସୱାଗତ ସମ୍ବର୍ଦ୍ଧନା ଜଣାଇବା ସହ ଦାରିଙ୍ଗବାଡି ରେ ଜଙ୍ଗ ର ସୁରକ୍ଷା ସମ୍ପର୍କରେ ମନ୍ତ୍ରୀଙ୍କୁ ଅବଗତ କରାଇଥିଲେ। ଗ୍ରୀଷ୍ମରେ ସର୍ବାଧିକ ଜଙ୍ଗଲ ପୋଡିକୁ ବନ୍ଦ କରାଇବା ଓ ପୋଡୁ ଚାଷକୁ ରୋକିବା ଦିଗରେ ଅଞ୍ଚଳବାସୀ ମନ୍ତ୍ରୀଙ୍କୁ ଅବଗତ କରାଇଥିଲେ। ସେହିପରି ଅପରାହ୍ନରେ ବିଭାଗ ପକ୍ଷରୁ ଚାରା ରୋପଣ କାର୍ଯ୍ୟକ୍ରମ କରାଯାଇଥିଲା।
ଏହି ଅବସରରେ ୧ ହଜାର ଚେରୀ ବ୍ଲସ୍ମ ଚାରା ରୋପଣ କରାଯାଇଥିଲା ଯାହାକି ଦାରିଙ୍ଗବାଡି ପର୍ଯ୍ୟଟନ କ୍ଷେତ୍ରରେ ନୂଆ ଅଧ୍ୟାୟ ଭାବେ ଚେରୀ ବ୍ଲସମ୍ ଯୋଡି ହୋଇଛି। ଏହାର ଫୁଲ ସୌନ୍ଦର୍ଯ୍ୟକୁ ଦ୍ବିଗୁଣିତ କରିବ। ଦାରିଙ୍ଗବାଡିର ଶୀତଳ ଜଳବାୟୁରେ ଏହି ଫୁଲ ଗଛଟି ଭଲ ହେଉଥିବାରୁ ପରୀକ୍ଷାମୂଳକ ଭାବେ ଏହା ରୋପଣ କରାଯାଇଥିଲା। ପରେ ମନ୍ତ୍ରୀ ବିଭାଗୀୟ ଅଧିକାରୀଙ୍କୁ ନେଇ ସମୀକ୍ଷା ବୈଠକ କରିଥିଲେ। ସେହିପରି ଶ୍ରମ ବିଭାଗର ବିଭିନ୍ନ ବିଷୟରେ ସମୀକ୍ଷା କରାଯାଇଥିଲା। ସେହିପରି ସାରିଙ୍ଗିଇର୍ପି ସାହିର ମହିଳାମାନେ ପିଇବାପାଣି ସମେତ ବିଭିନ୍ନ ସମସ୍ୟା ସମ୍ପର୍କରେ ମନ୍ତ୍ରୀଙ୍କୁ ଜଣାଇଥିଲେ।
The post ଦାରିଙ୍ଗବାଡି ପର୍ଯ୍ୟଟନ କ୍ଷେତ୍ରରେ ନୂଆ ଅଧ୍ୟାୟ: ରୋପଣ ହେଲା ଚେରୀ ବ୍ଲସ୍ମ ଚାରା appeared first on Dharitri Odia News.