ଅଟା କିଲୋ ୮୦୦, ରୁଟି ୨୫ ଟଙ୍କା; ପାକିସ୍ତାନରେ ପୁଣି ବିଗିଡ଼ିଲା ଅର୍ଥ ବ୍ୟବସ୍ଥା
ନୂଆଦିଲ୍ଲୀ: ପାକିସ୍ତାନରେ ପୁଣି ବିଗିଡ଼ିଲା ଅର୍ଥ ବ୍ୟବସ୍ଥା । ଯାହା ଫଳରେ ଅତ୍ୟାବଶ୍ୟକ ଜରୁରୀ ସାମଗ୍ରୀର ଦର ଆକାଶଛୁଆଁ ହୋଇଛି । ଅଟା ଓ ରୁଟି ଭଳି ଖାଦ୍ୟର ମୂଲ୍ୟ ଏତେ ମାତ୍ରରେ ବଢ଼ିଯାଇଛି ଯେ ସାଧାରଣ ଲୋକଙ୍କ ପକ୍ଷେ ଏହାକୁ କିଣିବା ମୁସ୍କିଲ୍ ହେଲାଣି । କରାଚୀର ଛୋଟ ଦୋକାନ ମାଲିକଙ୍କ କହିବା ଅନୁଯାୟୀ, ପାକିସ୍ତାନରେ ଲଗାତାର ଖାଦ୍ୟ ସାମଗ୍ରୀର ମୂଲ୍ୟ ବଢ଼ୁଛି । ହେଲେ ଏହା ଉପରେ ସରକାରଙ୍କ ଧ୍ୟାନ ନାହିଁ । ବିଗୁଡ଼ୁଥିବା ଅର୍ଥ ବ୍ୟବସ୍ଥାକୁ ପାକିସ୍ତାନ ସରକାର ଅଣଦେଖ କରୁଛନ୍ତି ବୋଲି ଅବଦୁଲ୍ ହାମିଦ୍ କହିଛନ୍ତି । ଅବଦୁଲ୍ ହାମିଦ୍ ଆହୁରି ମଧ୍ୟ କହିଛନ୍ତି, ଗରିବ ଲୋକ ବହୁ ମୁସ୍କିଲରେ ଜୀବନ ବିତାଉଛନ୍ତି । ସରକାରଙ୍କୁ ସେମାନଙ୍କ ଚିନ୍ତା ନହିଁ । ସାଧାରଣ ପରିବାରକୁ ବୁନିଆଦି ସୁବିଧା ମିଳୁନାହିଁ । ନେତା କିନ୍ତୁ ମଜାରେ ରହୁଛନ୍ତି । ବିଜୁଳି, ପାଣି, ଗ୍ୟାସ ଭଳି ଜରୁରୀ ସାମଗ୍ରୀର ଦର ଆକାଶ ଛୁଆଁ ହେବାରେ ଲାଗିଛି । ନ୍ୟୁଜ ଏଜେନ୍ସି ଏଏନଆଇ ମୁତାବକ, ପାକିସ୍ତାନର କରାଚୀରେ ଅଟା କିଲୋଗ୍ରାମ୍ ପିଛା ଦର ପାକିସ୍ତାନୀ ମୁଦ୍ରାରେ ୮୦୦ ଟଙ୍କା ରହିଛି । ଅର୍ଥ ବ୍ୟବସ୍ଥା ବିଗିଡିବା ପୂର୍ବରୁ ଏହାର ଦର ୨୩୦ ଟଙ୍କା ଥିଲା । ଏହାଛଡ଼ା ହୋଟେଲରେ ମିଳୁଥିବା ରୁଟି କଥା ନକହିବା ଭଲ । କରାଚୀରେ ରୁଟି ମୂଲ୍ୟ ୨୫ ଟଙ୍କା । ଯଦି ଭାରତୀୟ ମୁଦ୍ରାରେ ଏହାକୁ ପ୍ରକାଶ କରିବା ତେବେ ଅଟା କିଲୋ ୨୩୮ଟଙ୍କା ପଡ଼ିବ ।
ନୂଆଦିଲ୍ଲୀ: ପାକିସ୍ତାନରେ ପୁଣି ବିଗିଡ଼ିଲା ଅର୍ଥ ବ୍ୟବସ୍ଥା । ଯାହା ଫଳରେ ଅତ୍ୟାବଶ୍ୟକ ଜରୁରୀ ସାମଗ୍ରୀର ଦର ଆକାଶଛୁଆଁ ହୋଇଛି । ଅଟା ଓ ରୁଟି ଭଳି ଖାଦ୍ୟର ମୂଲ୍ୟ ଏତେ ମାତ୍ରରେ ବଢ଼ିଯାଇଛି ଯେ ସାଧାରଣ ଲୋକଙ୍କ ପକ୍ଷେ ଏହାକୁ କିଣିବା ମୁସ୍କିଲ୍ ହେଲାଣି ।
କରାଚୀର ଛୋଟ ଦୋକାନ ମାଲିକଙ୍କ କହିବା ଅନୁଯାୟୀ, ପାକିସ୍ତାନରେ ଲଗାତାର ଖାଦ୍ୟ ସାମଗ୍ରୀର ମୂଲ୍ୟ ବଢ଼ୁଛି । ହେଲେ ଏହା ଉପରେ ସରକାରଙ୍କ ଧ୍ୟାନ ନାହିଁ । ବିଗୁଡ଼ୁଥିବା ଅର୍ଥ ବ୍ୟବସ୍ଥାକୁ ପାକିସ୍ତାନ ସରକାର ଅଣଦେଖ କରୁଛନ୍ତି ବୋଲି ଅବଦୁଲ୍ ହାମିଦ୍ କହିଛନ୍ତି ।
ଅବଦୁଲ୍ ହାମିଦ୍ ଆହୁରି ମଧ୍ୟ କହିଛନ୍ତି, ଗରିବ ଲୋକ ବହୁ ମୁସ୍କିଲରେ ଜୀବନ ବିତାଉଛନ୍ତି । ସରକାରଙ୍କୁ ସେମାନଙ୍କ ଚିନ୍ତା ନହିଁ । ସାଧାରଣ ପରିବାରକୁ ବୁନିଆଦି ସୁବିଧା ମିଳୁନାହିଁ । ନେତା କିନ୍ତୁ ମଜାରେ ରହୁଛନ୍ତି । ବିଜୁଳି, ପାଣି, ଗ୍ୟାସ ଭଳି ଜରୁରୀ ସାମଗ୍ରୀର ଦର ଆକାଶ ଛୁଆଁ ହେବାରେ ଲାଗିଛି ।
ନ୍ୟୁଜ ଏଜେନ୍ସି ଏଏନଆଇ ମୁତାବକ, ପାକିସ୍ତାନର କରାଚୀରେ ଅଟା କିଲୋଗ୍ରାମ୍ ପିଛା ଦର ପାକିସ୍ତାନୀ ମୁଦ୍ରାରେ ୮୦୦ ଟଙ୍କା ରହିଛି । ଅର୍ଥ ବ୍ୟବସ୍ଥା ବିଗିଡିବା ପୂର୍ବରୁ ଏହାର ଦର ୨୩୦ ଟଙ୍କା ଥିଲା । ଏହାଛଡ଼ା ହୋଟେଲରେ ମିଳୁଥିବା ରୁଟି କଥା ନକହିବା ଭଲ । କରାଚୀରେ ରୁଟି ମୂଲ୍ୟ ୨୫ ଟଙ୍କା । ଯଦି ଭାରତୀୟ ମୁଦ୍ରାରେ ଏହାକୁ ପ୍ରକାଶ କରିବା ତେବେ ଅଟା କିଲୋ ୨୩୮ଟଙ୍କା ପଡ଼ିବ ।