ଦାରିଙ୍ଗବାଡିରେ ଆରମ୍ଭ ହେଲାକଫି ସଂଗ୍ରହ: ଏହି ସଂସ୍ଥାକୁ ଦିଆଗଲା ଦାୟିତ୍ୱ
ଦାରିଙ୍ଗବାଡି, ୬।୧୨ (ଅରୁଣ ସାହୁ ): ଦାରିଙ୍ଗବାଡିକୁ ସାରା ବିଶ୍ୱରେ ଏକ ସ୍ବତନ୍ତ୍ର ପରିଚୟ ଦେଇଥିବା କଫି ବଗିଚାର ଉନ୍ନତି ପାଇଁ ଜିଲା ଓ ସ୍ଥାନୀୟ ପ୍ରଶାସନ ପଦକ୍ଷେପ ନେଉଛନ୍ତି। ତେବେ ଚଳିତ ବର୍ଷ ବାଲିଗୁଡା ଆଇଟିଡିଏ (ସମନ୍ବିତ ଆଦିବାସୀ ଉନ୍ନୟନ ସଂସ୍ଥା ) ପକ୍ଷରୁ କଫି ଗଛରୁ କଫି ତୋଳିବା ଓ ତାର ପ୍ରସ୍ତୁତି କରି ମଞ୍ଜି (ବିହନ )କୁ କୋରାପୁଟ ପଠାଇ ଚୂଡାନ୍ତ ପ୍ରସ୍ତୁତି କରିବା ପାଇଁ ପଦକ୍ଷେପ ନିଆଯାଇଛି। ପ୍ରାୟ ପଚାଶ ଜଣ […] The post ଦାରିଙ୍ଗବାଡିରେ ଆରମ୍ଭ ହେଲାକଫି ସଂଗ୍ରହ: ଏହି ସଂସ୍ଥାକୁ ଦିଆଗଲା ଦାୟିତ୍ୱ appeared first on Dharitri Odia News.
ଦାରିଙ୍ଗବାଡି, ୬।୧୨ (ଅରୁଣ ସାହୁ ): ଦାରିଙ୍ଗବାଡିକୁ ସାରା ବିଶ୍ୱରେ ଏକ ସ୍ବତନ୍ତ୍ର ପରିଚୟ ଦେଇଥିବା କଫି ବଗିଚାର ଉନ୍ନତି ପାଇଁ ଜିଲା ଓ ସ୍ଥାନୀୟ ପ୍ରଶାସନ ପଦକ୍ଷେପ ନେଉଛନ୍ତି। ତେବେ ଚଳିତ ବର୍ଷ ବାଲିଗୁଡା ଆଇଟିଡିଏ (ସମନ୍ବିତ ଆଦିବାସୀ ଉନ୍ନୟନ ସଂସ୍ଥା ) ପକ୍ଷରୁ କଫି ଗଛରୁ କଫି ତୋଳିବା ଓ ତାର ପ୍ରସ୍ତୁତି କରି ମଞ୍ଜି (ବିହନ )କୁ କୋରାପୁଟ ପଠାଇ ଚୂଡାନ୍ତ ପ୍ରସ୍ତୁତି କରିବା ପାଇଁ ପଦକ୍ଷେପ ନିଆଯାଇଛି। ପ୍ରାୟ ପଚାଶ ଜଣ ମହିଳା କଫି ତୋଳିବା ପାଇଁ ଏକ ସପ୍ତାହ ହେଲା କାର୍ଯ୍ୟରେ ଲାଗିଥିବା ବେଳେ ଅନ୍ୟ କିଛି ଶ୍ରମିକ କଫିକୁ ପାଣିରେ ଧୋଇବା ଓ ତାକୁ ଅନ୍ୟ ଏକ ମେଶିନରେ ମଞ୍ଜି ବାହାର କରିବା ଏବଂ ମଞ୍ଜିକୁ ବେଡରେ ଶୁଖାଇବା କାର୍ଯ୍ୟ କରୁଛନ୍ତି। ଏହି ପ୍ରାଥମିକ ପ୍ରସ୍ତୁତୀ କରିବା ପରେ ସମସ୍ତ ମଞ୍ଜି ଶୁଖିବା ପରେ ତାକୁ କୋରାପୁଟ କଫିକୁ ଚୂଡାନ୍ତ ପ୍ରସ୍ତୁତି ପାଇଁ ପଠାଯିବା ବ୍ୟବସ୍ଥା କରାଯିବ ବୋଲି ବାଲିଗୁଡା ଆଇଟିଡିଏ କାର୍ଯ୍ୟାଳୟର ଏସଏମଏସ ଜନାଥନ ଦିଗାଲ କହିଛନ୍ତି।
ପ୍ରକାଶ ଯେ, ଗତବର୍ଷ କଫି ତୋଳିବା ବନ୍ଦ କରିଦିଆଯିବାରୁ ଲକ୍ଷାଧିକ ଟଙ୍କାର କଫି ଚୋରି ହେବା ସହ ଦଲାଲ ମାଲାମାଲ ହୋଇଥିଲେ। ପୂର୍ବରୁ ଅର୍ଥାତ ୨୦୨୨ /୨୩ ଆର୍ଥିକ ବର୍ଷରେ ରାଜ୍ୟସରକାରଙ୍କ Tdccol (ଟି ଡି ସି ସି ଓ ଏଲ )ଟ୍ରାଇବଲ ଡେଭଲପମେଣ୍ଟ କୋ-ଅପରେଟିଭ କରପୋରେଶନ ଅଫ ଓଡ଼ଶା ଏଲ୍ଟିଡି ପ୍ରଥମ ଥର ପାଇଁ କଫି ମଞ୍ଜି ସଂଗ୍ରହ କରି ପ୍ରାଥମିକ ପ୍ରସ୍ତୁତ କରି ପ୍ରାୟ ୧୮ ଟନ୍ କଫି ମଞ୍ଜି ସଂଗ୍ରହ କରିଥିଲା।
କୋଭିଡ ପୂର୍ବରୁ ଏକ ଘରୋଇ ଅନୁଷ୍ଠାନକୁ କଫି ବଗିଚା ଲିଜ ସୂତ୍ରରେ ଦିଆଯାଇଥିବା ବେଳେ ଦିର୍ଘ ବର୍ଷ ଧରି ଲକ୍ଷାଧିକ ଟଙ୍କା କ୍ଷତି ହୋଇଥିଲା ସୂଚନାଯୋଗ୍ୟ, ସରକାରଙ୍କ ଜଳ ବିଭାଜନ ତଥା ମୃତ୍ତିକା ସଂରକ୍ଷଣ ବିଭାଗ ହାତରେ କଫି ବଗିଚା ରହିଥିବା ବେଳେ ପର୍ଯ୍ୟଟକଙ୍କଠାରୁ ବଗିଚା ବୁଲିବା ପାଇଁ ଟିକେଟ ସଂଗ୍ରହ କରାଯାଉଥିଲେ ସୁଦ୍ଧା କଫି ବଗିଚାର ସୌନ୍ଦର୍ଯ୍ୟକରଣ, ପର୍ଯ୍ୟଟକଙ୍କ ପାଇଁ କୌଣସି ମୌଳିକ ସୁବିଧା ନଥିବା ଜଣାପଡିଛ। ସରକାର କଫି ବଗିଚାକୁ ଉନ୍ନତି କରିବା ସହ କଫିର ପ୍ରସ୍ତୁତିୁପାଇଁ ସମସ୍ତ ସୁବିଧା କରାଇଲେ ଦାରିଙ୍ଗବାଡି କଫିର ଚାହିଦା ବୃଦ୍ଧି ପାଇବ ବୋଲି ମତ ପ୍ରକାଶ ପାଇଛି।
The post ଦାରିଙ୍ଗବାଡିରେ ଆରମ୍ଭ ହେଲାକଫି ସଂଗ୍ରହ: ଏହି ସଂସ୍ଥାକୁ ଦିଆଗଲା ଦାୟିତ୍ୱ appeared first on Dharitri Odia News.