ଦାରିଙ୍ଗବାଡିରେ ମୃଦୁ ଭୂମିକମ୍ପ ଅନୁଭୂତ
ଡେସ୍କ: କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଅଞ୍ଚଳରେ ଶନିବାର ମୃଦୁ ଭୂମିକମ୍ପ ଅନୁଭୂତ ହୋଇଛି। ଶନିବାର ସକାଳେ ହଠାତ ପ୍ରଚଣ୍ଡ ଶବ୍ଦ ସହ ଘର ଦ୍ୱାର ଥରିବା ଆରମ୍ଭ କରିଥିଲା, ଫଳରେ ଲୋକମାନେ ଭୟରେ ବାହାରକୁ ପଳାଇ ଆସିଥିଲେ। ତେବେ ଅଳ୍ପ କିଛି ସେକେଣ୍ଡ ମଧ୍ୟରେ ଭୂମିକମ୍ପ ବନ୍ଦ ହୋଇଯାଇଥିଲା କାଳେ ପୁଣି କିଛି ସମୟ ପରେ ଭୂମିକମ୍ପ ହେବ, ସେହି ଭୟରେ ଲୋକମାନେ ଅନେକ ସମୟ ପର୍ଯ୍ୟନ୍ତ ବାହାରେ ଛିଡା ହୋଇ ରହିଥିଲେ। ତେବେ ଏଥିରେ […]

ଡେସ୍କ: କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଅଞ୍ଚଳରେ ଶନିବାର ମୃଦୁ ଭୂମିକମ୍ପ ଅନୁଭୂତ ହୋଇଛି। ଶନିବାର ସକାଳେ ହଠାତ ପ୍ରଚଣ୍ଡ ଶବ୍ଦ ସହ ଘର ଦ୍ୱାର ଥରିବା ଆରମ୍ଭ କରିଥିଲା, ଫଳରେ ଲୋକମାନେ ଭୟରେ ବାହାରକୁ ପଳାଇ ଆସିଥିଲେ। ତେବେ ଅଳ୍ପ କିଛି ସେକେଣ୍ଡ ମଧ୍ୟରେ ଭୂମିକମ୍ପ ବନ୍ଦ ହୋଇଯାଇଥିଲା କାଳେ ପୁଣି କିଛି ସମୟ ପରେ ଭୂମିକମ୍ପ ହେବ, ସେହି ଭୟରେ ଲୋକମାନେ ଅନେକ ସମୟ ପର୍ଯ୍ୟନ୍ତ ବାହାରେ ଛିଡା ହୋଇ ରହିଥିଲେ। ତେବେ ଏଥିରେ କୌଣସି କ୍ଷୟକ୍ଷତି ହୋଇ ନଥିବା ଜଣାପଡ଼ିଛି।