ଶିକ୍ଷା ହିଁ ମଣିଷ ଜୀବନର ଶ୍ରେଷ୍ଠ ଉପଲବ୍ଧି, ବିଦ୍ୟାର୍ଥୀଙ୍କ ଅନ୍ତର୍ନିହିତ ପ୍ରତିଭା ବିକଶିତ ହେବା ଆବଶ୍ୟକ
ଆଠଗଡ: ଆଠଗଡ ବ୍ଲକସ୍ତରୀୟ ଶିଶୁ ମହୋତ୍ସକ ‘ସୁରଭି ୨୦୨୪’ ସୋମବାର ଜେନାପଦା ନୋଡାଲ ସ୍କୁଲ ପରିସରରେ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ଆଠଗଡ ଉପଜିଲ୍ଲାପାଳ ପ୍ରହଲ୍ଲାଦ ନାରାୟଣ ଶର୍ମା ଏହାକୁ ଉଦଘାଟନ କରିବା ସହ ପ୍ରାଥମିକ ସ୍ତରରୁ ବିଦ୍ୟାର୍ଥୀଙ୍କ ଅନ୍ତର୍ନିହିତ ପ୍ରତିଭା ପରିପ୍ରକାଶ ଓ ବିକଶିତ ହେବା ଆବଶ୍ୟକ ବୋଲି ମତବ୍ୟକ୍ତ କରିଥିଲେ । ଶିକ୍ଷା ହିଁ ମଣିଷ ଜୀବନର ଶ୍ରେଷ୍ଠ ଉପଲବ୍ଧି ଏବଂ ଜ୍ଞାନ ଆହରଣ ଶିକ୍ଷାର ମୂଳମନ୍ତ୍ର ହେବା ଜରୁରୀ ବୋଲି […]

ଏହି ବ୍ଲକସ୍ତରୀୟ ସୁରଭୀରେ ବ୍ଲକର ୧୭ଟି କ୍ଲଷ୍ଟର ଅଧିନ ୧୭୪ଟି ବିଦ୍ୟାଳୟର ବିଭିନ୍ନ ବର୍ଗରେ ୩୫୦ଜଣ ଛାତ୍ରଛାତ୍ରୀ ଅଂଶଗ୍ରହଣ ଗ୍ରହଣ କରିଥିଲେ । ବିତର୍କ, ପ୍ରବନ୍ଧ ଲିଖନ, କୁଇଜ୍, ଚିତ୍ରାଙ୍କନ, ସୃଜନଶୀଳ ଲିଖନ, ବକ୍ତୃତା, ନୃତ୍ଯ, ସଂଗୀତ, ମଧ୍ୟାହ୍ନ ଭୋଜନ ଚିତ୍ରକଳା ଓ ଶିଳ୍ପକଳା ଆଦି ୧୨ଟି ବିଷୟରେ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଏହି ପ୍ରତିଯୋଗିତାର ମୋଟ ୪୩ଜଣ କୃତି ପ୍ରତିଯୋଗୀ ଜିଲ୍ଲାସ୍ତରୀୟ ସୁରଭିରେ ଭାଗ ନେବା ପାଇଁ ମନୋନୀତ ହୋଇଥିଲେ ।
ବିଚାରକ ରୂପେ ଅବସରପ୍ରାପ୍ତ ଶିକ୍ଷକ ଧ୍ରୁବଚରଣ ବେହେରା, ଧରଣୀଧର ମହାପାତ୍ର, ପ୍ରିୟବ୍ରତ ପଟ୍ଟନାୟକ, ଭୁବନ ରଞ୍ଜନ ଦାସ, ପୀତବାସ ଦାସଶର୍ମା, ପ୍ରତାପ ଚନ୍ଦ୍ର ପଣ୍ଡା, ବସନ୍ତ କୁମାର ସିଂହ, ସୁବ୍ରତ କୁମାର ସ୍ବାଇଁ, ଶୁଭାଶିଷ ଥମ୍ବ, ରଘୁନାଥ ଦାସ ପ୍ରମୁଖ ମୂଲ୍ୟାୟନ କରିଥିଲେ । ଉଦଯାପନୀ ଉତ୍ସବରେ ମୁଖ୍ଯ ଅତିଥି ଭାବେ ଶିକ୍ଷାବିତ ଶ୍ରୁତିଧର ପ୍ରଧାନ ଓ ଅଧ୍ୟକ୍ଷତା କରୁଥିବା ବିଇଓ ଶ୍ରୀମତି ସାମଲ କୃତି ପ୍ରତିଯୋଗୀଙ୍କୁ ପୁରସ୍କାର ବିତରଣ କରିଥିଲେ । ଶିକ୍ଷକ ସଂଘ ସଭାପତି କିଶୋର ଚନ୍ଦ୍ର ବେହେରା, ପ୍ରାକ୍ତନ ସଭାପତି ନୀଳମଣି ନାୟକ, ସମସ୍ତ ସିଆରସିସି, ଜେନାପଦା ସମେତ ଅନ୍ଯ ସ୍କୁଲର ଶିକ୍ଷକ/ଶିକ୍ଷୟିତ୍ରୀ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଶିକ୍ଷକ ଶଶଧର ମହାରଣା ମଞ୍ଚ ପରିଚାଳନା କରିବା ସହ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ।