ଦାରିଦ୍ର୍ୟର ତାଡନା: ନିଆଳିରେ ୫ ହଜାର ଟଙ୍କାରେ ଅଢେଇ ବର୍ଷର ପୁଅକୁ ବାପା ବିକ୍ରି କରିଦେଇଥିବା ଅଭିଯୋଗ
କନକ ବ୍ୟୁରୋ: ପେଟର ଭୋକ ପାଇଁ ବାପା ବିକିଦେଲା ପୁଅକୁ । ୫ହଜାର ଟଙ୍କାରେ ମା ଛେଉଣ୍ଡ ଅଢେଇ ବର୍ଷର ପୁଅକୁ ବାପ ବିକିଦେଇଥିଲା ଅଭିଯୋଗ ହୋଇଛି । କଟକ ଜିଲ୍ଲା ନିଆଳି ଥାନା ଅଂଚଳରୁ ଏଭଳି ଖବର ଆସିଛି । ନିଆଳି ପଞ୍ଚାୟତ ସିନେମା ହଲ ଛକରେ ସୁକାନ୍ତ ସିଂହ ଏକ ଭଡ଼ା ଘରେ ୬ଜଣ ପିଲାକୁ ନେଇ ରହିଆସୁଛନ୍ତି । ତାଙ୍କର ୩ଟି ଝିଅ ୩ଟି ପୁଅ ରହିଛନ୍ତି। ସୁକାନ୍ତ ଜଣେ ଦିନମଜୁରିଆ ହୋଇଥିବା […] The post ଦାରିଦ୍ର୍ୟର ତାଡନା: ନିଆଳିରେ ୫ ହଜାର ଟଙ୍କାରେ ଅଢେଇ ବର୍ଷର ପୁଅକୁ ବାପା ବିକ୍ରି କରିଦେଇଥିବା ଅଭିଯୋଗ first appeared on Kanak News.

କନକ ବ୍ୟୁରୋ: ପେଟର ଭୋକ ପାଇଁ ବାପା ବିକିଦେଲା ପୁଅକୁ । ୫ହଜାର ଟଙ୍କାରେ ମା ଛେଉଣ୍ଡ ଅଢେଇ ବର୍ଷର ପୁଅକୁ ବାପ ବିକିଦେଇଥିଲା ଅଭିଯୋଗ ହୋଇଛି । କଟକ ଜିଲ୍ଲା ନିଆଳି ଥାନା ଅଂଚଳରୁ ଏଭଳି ଖବର ଆସିଛି । ନିଆଳି ପଞ୍ଚାୟତ ସିନେମା ହଲ ଛକରେ ସୁକାନ୍ତ ସିଂହ ଏକ ଭଡ଼ା ଘରେ ୬ଜଣ ପିଲାକୁ ନେଇ ରହିଆସୁଛନ୍ତି । ତାଙ୍କର ୩ଟି ଝିଅ ୩ଟି ପୁଅ ରହିଛନ୍ତି। ସୁକାନ୍ତ ଜଣେ ଦିନମଜୁରିଆ ହୋଇଥିବା ବେଳେ ସୁକାନ୍ତଙ୍କ ମାଙ୍କ ପାଖରେ ପିଲାଙ୍କୁ ଛାଡ଼ି କାମକୁ ଯାଆନ୍ତି । ସୁକାନ୍ତଙ୍କ ସାନପୁଅ ବୟସ ମାତ୍ର ଅଢେଇ ବର୍ଷ ଭଲରେ କଥା କହିବ ଜାଣିନଥିବା ବେଳେ ମାର ପଣତ କାନି ସାତ ସପନ ପାଲଟିଥିଲା । କିଛି ଦିନ ତଳେ ସୁକାନ୍ତଙ୍କ ମାଆ ଆରପାରିକୁ ଚାଲିଯାଇଥିଲେ । ସୁକାନ୍ତ ଙ୍କ ସ୍ତ୍ରୀ ଆଗରୁ ଆରପାରିକୁ ଚାଲିଯାଇଥିଲେ । ଆଉ ଏବେ ମା ଆରପାରିକୁ ଚାଲିଗଲା ପରେ ବେସାହାରା ହୋଇଗଲେ ସୁକାନ୍ତ । ଏହି ସମୟରେ ଜଣେ ଦଲାଲଙ୍କ କଥାରେ ପଡି ସୁକାନ୍ତ ନିଜ ପୁଅକୁ ବିକିଦେଇଥିବା ଅଭିଯୋଗ ହୋଇଛି । ଏନେଇ ନିଆଳି ଅଞ୍ଚଳବାସୀ ତୁରନ୍ତ ସମ୍ପୃତ ପିଲା ଦଲାଲଙ୍କୁ ଗିରଫ କରିବା ସହିତ ପିଲାକୁ ଖୋଜି ଆଣିବାକୁ ସ୍ଥାନୀୟ ପୋଲିସକୁ ନିବେଦନ କରିଛନ୍ତି ।
The post ଦାରିଦ୍ର୍ୟର ତାଡନା: ନିଆଳିରେ ୫ ହଜାର ଟଙ୍କାରେ ଅଢେଇ ବର୍ଷର ପୁଅକୁ ବାପା ବିକ୍ରି କରିଦେଇଥିବା ଅଭିଯୋଗ first appeared on Kanak News.