ଦାୟିତ୍ୱ ସମ୍ଭାଳିବା ପରେ ଭାରତ ଉପରେ ରାଗିଗଲେ ୟୁନୁସ ସରକାର! ଫେରାଇନେଲେ ରାଷ୍ଟ୍ରଦୂତ

ଢାକା,୧୬।୮: ବାଂଲାଦେଶରେ ରାଜନୈତିକ ଅସ୍ଥିରତା ଜାରି ରହିଛି। ଏହି ବିବାଦ ଭିତରେ ଶେଖ ହାସିନା ବାଂଲାଦେଶ ଛାଡି ଭାରତରେ ଶରଣ ନେଇଛନ୍ତି। ଏପରି ସ୍ଥିତିରେ ପରବର୍ତ୍ତୀ ନିର୍ବାଚନ ପର୍ଯ୍ୟନ୍ତ ବାଂଲାର ଦାୟିତ୍ୱ ନୋବେଲ ପୁରସ୍କାର ବିଜେତା ମହମ୍ମଦ ୟୁନୁସଙ୍କ ହାତରେ ଅଛି। ଅର୍ଥନୈତିକ ଏବଂ ରାଜନୈତିକ କ୍ଷେତ୍ରରେ ଅଶାନ୍ତିର ସମ୍ମୁଖୀନ ହେଉଥିବା ବାଂଲାଦେଶ ଏବେ ବଡ଼ ପଦକ୍ଷେପ ନେଇଛି। ୟୁନୁସ ସରକାର ଏବେ ଅନ୍ୟ ଦେଶରୁ ନିଜର ରାଷ୍ଟଦୂତଙ୍କ ସହ ଯୋଗାଯୋଗ କରିଛନ୍ତି। ଏହାକୁ ନେଇ ୟୁନୁସ […] The post ଦାୟିତ୍ୱ ସମ୍ଭାଳିବା ପରେ ଭାରତ ଉପରେ ରାଗିଗଲେ ୟୁନୁସ ସରକାର! ଫେରାଇନେଲେ ରାଷ୍ଟ୍ରଦୂତ appeared first on Dharitri Odia News.

ଦାୟିତ୍ୱ ସମ୍ଭାଳିବା ପରେ ଭାରତ ଉପରେ ରାଗିଗଲେ ୟୁନୁସ ସରକାର! ଫେରାଇନେଲେ ରାଷ୍ଟ୍ରଦୂତ

ଢାକା,୧୬।୮: ବାଂଲାଦେଶରେ ରାଜନୈତିକ ଅସ୍ଥିରତା ଜାରି ରହିଛି। ଏହି ବିବାଦ ଭିତରେ ଶେଖ ହାସିନା ବାଂଲାଦେଶ ଛାଡି ଭାରତରେ ଶରଣ ନେଇଛନ୍ତି। ଏପରି ସ୍ଥିତିରେ ପରବର୍ତ୍ତୀ ନିର୍ବାଚନ ପର୍ଯ୍ୟନ୍ତ ବାଂଲାର ଦାୟିତ୍ୱ ନୋବେଲ ପୁରସ୍କାର ବିଜେତା ମହମ୍ମଦ ୟୁନୁସଙ୍କ ହାତରେ ଅଛି। ଅର୍ଥନୈତିକ ଏବଂ ରାଜନୈତିକ କ୍ଷେତ୍ରରେ ଅଶାନ୍ତିର ସମ୍ମୁଖୀନ ହେଉଥିବା ବାଂଲାଦେଶ ଏବେ ବଡ଼ ପଦକ୍ଷେପ ନେଇଛି। ୟୁନୁସ ସରକାର ଏବେ ଅନ୍ୟ ଦେଶରୁ ନିଜର ରାଷ୍ଟଦୂତଙ୍କ ସହ ଯୋଗାଯୋଗ କରିଛନ୍ତି। ଏହାକୁ ନେଇ ୟୁନୁସ ସରକାର କିଛି ବଡ଼ ପଦକ୍ଷେପ ନେଇ ପାରନ୍ତି ବୋଲି କୁହାଯାଉଛି।

ବାଂଲାଦେଶର ନୂଆ ସରକାର ଆମେରିକା, ମାଳଦ୍ୱୀପ, ସଂଯୁକ୍ତ ଆରବ ଏମିରେଟ୍ସ, ଋଷିଆ, ସାଉଦି ଆରବ, ଜାପାନ ଏବଂ ଜର୍ମାନୀରେ ନିଯୁକ୍ତ ହୋଇଥିବା ରାଷ୍ଟ୍ରଦୂତମାନଙ୍କୁ ସ୍ବଦେଶ ଫେରି ଆସିବାକୁ ନିଷ୍ପତ୍ତି ନେଇଛନ୍ତି। ତେବେ ଏହି ରାଷ୍ଟ୍ରଦୂତଙ୍କୁ ଶେଖ ହାସିନାଙ୍କ କାର୍ଯ୍ୟକାଳ ମଧ୍ୟରେ ନିଯୁକ୍ତ କରାଯାଇଥିଲା।

ବାଂଲାଦେଶ ୭ଟି ଦେଶରୁ ନିଜର ରାଷ୍ଟ୍ରଦୂତମାନଙ୍କୁ ଫେରି ଆସିବାକୁ ନିର୍ଦ୍ଦେଶ ଦେଇଛି। କାରଣ ସେମାନେ ଚୁକ୍ତିଭିତ୍ତିକ ଭାବରେ ନିଯୁକ୍ତି ପାଇଥିଲେ। ଭାରତରେ ବାଂଲାଦେଶର ହାଇ କମିଶନରେ ନିଯୁକ୍ତ ପ୍ରେସ ଅଫିସରଙ୍କୁ ମଧ୍ୟ ଫେରି ଆସିବାକୁ କୁହାଯାଇଛି। ସେ ମଧ୍ୟ ଚୁକ୍ତିରେ ଥିଲେ। ବାଂଲାଦେଶ ସହ ଜଡିତ ବିଶେଷଜ୍ଞମାନେ ସୂଚନା ଦେଇଛନ୍ତି ଯେ ଯେଉଁ ରାଷ୍ଟ୍ରଦୂତମାନଙ୍କୁ ଡକାଯାଇଛି ସେମାନେ କୂଟନୀତିଜ୍ଞ କିନ୍ତୁ ଚୁକ୍ତିରେ ଅଛନ୍ତି।

ଭାରତରେ ଥିବା ବାଂଲାଦେଶର ହାଇ କମିଶନର ବର୍ତ୍ତମାନ ବାଂଲାଦେଶର ବୈଦେଶିକ ସେବାରେ ଅଛନ୍ତି ଏବଂ ସେ ପୁଣି ଫେରିବେ ବୋଲି କୌଣସି ଖବର ନାହିଁ। ଆଗାମୀ ସମୟରେ ବାଂଲାଦେଶର ନୂଆ ସରକାର ଅନ୍ୟ ଦେଶରେ ନିଯୁକ୍ତ ରାଷ୍ଟ୍ରଦୂତ ତଥା ଉଚ୍ଚ କମିଶନରଙ୍କୁ ମଧ୍ୟ ଡାକିବେ। କାରଣ ଏବେର ମଧ୍ୟବର୍ତ୍ତୀକାଳୀନ ସରକାର ଅଧିକାଂଶ ଶକ୍ତିଶାଳୀ ଦେଶରେ ସେହି ରାଷ୍ଟ୍ରଦୂତଙ୍କୁ ନିଯୁକ୍ତ ଦେବେ ଯେଉଁମାନେ ବିଶେଷ ଭାବରେ ପୂର୍ବ ଆୱାମି ଲିଗ ସହିତ ଘନିଷ୍ଠ ସମ୍ପର୍କ ନାହିଁ।

The post ଦାୟିତ୍ୱ ସମ୍ଭାଳିବା ପରେ ଭାରତ ଉପରେ ରାଗିଗଲେ ୟୁନୁସ ସରକାର! ଫେରାଇନେଲେ ରାଷ୍ଟ୍ରଦୂତ appeared first on Dharitri Odia News.