ମାଟି ଅତଡ଼ା ଧସି ଚାଲିଗଲା ୨ ଶ୍ରମିକଙ୍କ ଜୀବନ

ଯୋଡ଼ା,୨୩।୧(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ଥାନା କମାରଯୋଡ଼ାରେ ପାଇପ୍‌ ଲାଇନ୍‌ କାମ ବେଳେ ମଙ୍ଗଳବାର ଏକ ଅଘଟଣ ଘଟିଛି। ମାଟି ଅତଡ଼ା ଧସି ୨ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିିଛି। ଜଣେ ଶ୍ରମିକ ଅଳ୍ପକେ ବଞ୍ଚି ଯାଇଛନ୍ତି। ମୃତ ଶ୍ରମିକମାନେ ହେଲେ ଯୋଡ଼ା ତଲକହଟିଙ୍ଗ ଅଞ୍ଚଳର ଚରଣ ଲୋହାର ଏବଂ ଅର୍ଜୁନ ଲୋହାର। ମିଳିଥିବା ସୂଚନା ମୁତାବକ, ଏକ ଠିକା କମ୍ପାନୀ ଦ୍ୱାରା ଅଞ୍ଚଳରେ ଅଣ୍ଡରଗ୍ରାଉଣ୍ଡ ଡ୍ରେନେଜ କାମ ଚାଲିଛି। ମାଟି ଖୋଳି ପାଇପ୍‌ ଲାଇନ୍‌ ବିଛା […] The post ମାଟି ଅତଡ଼ା ଧସି ଚାଲିଗଲା ୨ ଶ୍ରମିକଙ୍କ ଜୀବନ appeared first on Dharitri Odia News.

ମାଟି ଅତଡ଼ା ଧସି ଚାଲିଗଲା ୨ ଶ୍ରମିକଙ୍କ ଜୀବନ

ଯୋଡ଼ା,୨୩।୧(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ଥାନା କମାରଯୋଡ଼ାରେ ପାଇପ୍‌ ଲାଇନ୍‌ କାମ ବେଳେ ମଙ୍ଗଳବାର ଏକ ଅଘଟଣ ଘଟିଛି। ମାଟି ଅତଡ଼ା ଧସି ୨ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିିଛି। ଜଣେ ଶ୍ରମିକ ଅଳ୍ପକେ ବଞ୍ଚି ଯାଇଛନ୍ତି। ମୃତ ଶ୍ରମିକମାନେ ହେଲେ ଯୋଡ଼ା ତଲକହଟିଙ୍ଗ ଅଞ୍ଚଳର ଚରଣ ଲୋହାର ଏବଂ ଅର୍ଜୁନ ଲୋହାର।

ମିଳିଥିବା ସୂଚନା ମୁତାବକ, ଏକ ଠିକା କମ୍ପାନୀ ଦ୍ୱାରା ଅଞ୍ଚଳରେ ଅଣ୍ଡରଗ୍ରାଉଣ୍ଡ ଡ୍ରେନେଜ କାମ ଚାଲିଛି। ମାଟି ଖୋଳି ପାଇପ୍‌ ଲାଇନ୍‌ ବିଛା ଯାଉଥିବା ବେଳେ ହଠାତ୍‌ ମାଟି ଅତଡ଼ା ଭୁଷୁଡି ପଡିଥିଲା। ଫଳରେ ଅତଡ଼ା ତଳେ ଚାପି ହୋଇ ୨ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ଖବର ପାଇ ସ୍ଥାନୀୟ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇ ପଠାଇଛି। ଏନେଇ ପୋଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

The post ମାଟି ଅତଡ଼ା ଧସି ଚାଲିଗଲା ୨ ଶ୍ରମିକଙ୍କ ଜୀବନ appeared first on Dharitri Odia News.