ରାଜକୋଟ ଗେମିଂ ଜୋନ୍ ଅଗ୍ନିକାଣ୍ଡ ମାମଲାରେ ପୋଲିସର ବଡ଼ ଖୁଲାସା: ମୃତକଙ୍କ ମଧ୍ୟରେ ଥିଲେ ମାଲିକ
ରାଜକୋଟ,୨୮।୫: ରାଜକୋଟର ଟିଆର୍ପି ଗେମ୍ ଜୋନ୍ରେ ହୋଇଥିବା ଅଗ୍ନିକାଣ୍ଡ ମାମଲାରେ ବଡ଼ ଖବର ସାମ୍ନାକୁ ଆସିଛି। ଗେମ୍ ଜୋନ୍ର ଜଣେ ମାଲିକ ପ୍ରକାଶ ହିରେନଙ୍କର ଉକ୍ତ ଦୁର୍ଘଟଣାରେ ମୃତ୍ୟୁ ହୋଇଥିଲା। ତାଙ୍କ ପାଖରେ ଗେମ୍ ଜୋନ୍ର ୬୦%ରୁ ଅଧିକ ସମ୍ପତ୍ତିର ମାଲିକାନା ଥିଲା। ନିଆଁ ଲାଗିବା ପରେ ତାଙ୍କୁ ଶେଷଥର ଲାଗି ସିସିଟିଭି ଫୁଟେଜ୍ରେ ଦେଖାଯାଇଥିଲା। ଏହାପରେ ତାଙ୍କ ସହ ସମ୍ପର୍କ ଛିନ୍ନ ହୋଇଥିଲା। ଏନେଇ ମଙ୍ଗଳବାର ପୋଲିସ ସ୍ପଷ୍ଟ କରିଛି। ଅଗ୍ନିକାଣ୍ଡରେ ଯେଉଁ ୨୭ଜଣଙ୍କ ମୃତ୍ୟୁ […] The post ରାଜକୋଟ ଗେମିଂ ଜୋନ୍ ଅଗ୍ନିକାଣ୍ଡ ମାମଲାରେ ପୋଲିସର ବଡ଼ ଖୁଲାସା: ମୃତକଙ୍କ ମଧ୍ୟରେ ଥିଲେ ମାଲିକ appeared first on Dharitri Odia News.
ରାଜକୋଟ,୨୮।୫: ରାଜକୋଟର ଟିଆର୍ପି ଗେମ୍ ଜୋନ୍ରେ ହୋଇଥିବା ଅଗ୍ନିକାଣ୍ଡ ମାମଲାରେ ବଡ଼ ଖବର ସାମ୍ନାକୁ ଆସିଛି। ଗେମ୍ ଜୋନ୍ର ଜଣେ ମାଲିକ ପ୍ରକାଶ ହିରେନଙ୍କର ଉକ୍ତ ଦୁର୍ଘଟଣାରେ ମୃତ୍ୟୁ ହୋଇଥିଲା। ତାଙ୍କ ପାଖରେ ଗେମ୍ ଜୋନ୍ର ୬୦%ରୁ ଅଧିକ ସମ୍ପତ୍ତିର ମାଲିକାନା ଥିଲା। ନିଆଁ ଲାଗିବା ପରେ ତାଙ୍କୁ ଶେଷଥର ଲାଗି ସିସିଟିଭି ଫୁଟେଜ୍ରେ ଦେଖାଯାଇଥିଲା। ଏହାପରେ ତାଙ୍କ ସହ ସମ୍ପର୍କ ଛିନ୍ନ ହୋଇଥିଲା। ଏନେଇ ମଙ୍ଗଳବାର ପୋଲିସ ସ୍ପଷ୍ଟ କରିଛି। ଅଗ୍ନିକାଣ୍ଡରେ ଯେଉଁ ୨୭ଜଣଙ୍କ ମୃତ୍ୟୁ ହୋଇଥିଲା, ସେମାନଙ୍କ ମଧ୍ୟରୁ ଜଣେ ପ୍ରକାଶ ହିରେନ ଥିଲେ ବୋଲି ପୋଲିସ କହିଛି। ତେବେ ଡିଏନ୍ଏ ଟେଷ୍ଟ ପରେ ଏହା ସ୍ପଷ୍ଟ ହୋଇଛି। ଏହି ଦୁର୍ଘଟଣା ପରେ ପୋଲିସ ତାଙ୍କୁ ଖୋଜୁଥିଲା।
The post ରାଜକୋଟ ଗେମିଂ ଜୋନ୍ ଅଗ୍ନିକାଣ୍ଡ ମାମଲାରେ ପୋଲିସର ବଡ଼ ଖୁଲାସା: ମୃତକଙ୍କ ମଧ୍ୟରେ ଥିଲେ ମାଲିକ appeared first on Dharitri Odia News.