‘ଦି ବ୍ଲଫ୍‌’କୁ ନେଇ ଚର୍ଚ୍ଚାରେ ପ୍ରିୟଙ୍କା

କାନ୍‌ବେରା:ବଲିଉଡ୍‌ରୁ ହଲିଉଡ୍‌ ଯାଏ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ନିଜ ଅଭିନୟର ଜଲଓ୍ବା ଦେଖାଇ ବିଶ୍ୱସ୍ତରୀୟ ତାରକା ଭାବେ ପରିଗଣିତ ହୋଇପାରିଛନ୍ତି। ଅଭିନେତ୍ରୀ ଜଣକ ଏବେ ତାଙ୍କ ଆଗାମୀ ଚଳଚ୍ଚିତ୍ର ‘ଦି ବ୍ଲଫ୍‌’କୁ ପାଇଁ ଚର୍ଚ୍ଚାରେ ରହିଛନ୍ତି, ଯେଉଁଥିପାଇଁ ସେ ଗତ କିଛିଦିନ ହେବ ଅଷ୍ଟ୍ରେଲିଆରେ ରହି ଏହାର ଶୁଟିଂରେ ଯୋଗଦେଇଥିଲେ। ନିକଟରେ ଏହି ଫିଲ୍ମର ଶୁଟିଂ ଶେଷ ହୋଇଥିବା ନେଇ ପ୍ରିୟଙ୍କା ନିଜ ଇନ୍‌ଷ୍ଟାଗ୍ରାମରେ ଏକ ପୋଷ୍ଟ କରି ସୂଚନା ଦେଇଛନ୍ତି। ସେ ଏହି ପୋଷ୍ଟରେ ଫିଲ୍ମ […] The post ‘ଦି ବ୍ଲଫ୍‌’କୁ ନେଇ ଚର୍ଚ୍ଚାରେ ପ୍ରିୟଙ୍କା appeared first on Dharitri Odia News.

‘ଦି ବ୍ଲଫ୍‌’କୁ ନେଇ ଚର୍ଚ୍ଚାରେ ପ୍ରିୟଙ୍କା

କାନ୍‌ବେରା:ବଲିଉଡ୍‌ରୁ ହଲିଉଡ୍‌ ଯାଏ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ନିଜ ଅଭିନୟର ଜଲଓ୍ବା ଦେଖାଇ ବିଶ୍ୱସ୍ତରୀୟ ତାରକା ଭାବେ ପରିଗଣିତ ହୋଇପାରିଛନ୍ତି। ଅଭିନେତ୍ରୀ ଜଣକ ଏବେ ତାଙ୍କ ଆଗାମୀ ଚଳଚ୍ଚିତ୍ର ‘ଦି ବ୍ଲଫ୍‌’କୁ ପାଇଁ ଚର୍ଚ୍ଚାରେ ରହିଛନ୍ତି, ଯେଉଁଥିପାଇଁ ସେ ଗତ କିଛିଦିନ ହେବ ଅଷ୍ଟ୍ରେଲିଆରେ ରହି ଏହାର ଶୁଟିଂରେ ଯୋଗଦେଇଥିଲେ। ନିକଟରେ ଏହି ଫିଲ୍ମର ଶୁଟିଂ ଶେଷ ହୋଇଥିବା ନେଇ ପ୍ରିୟଙ୍କା ନିଜ ଇନ୍‌ଷ୍ଟାଗ୍ରାମରେ ଏକ ପୋଷ୍ଟ କରି ସୂଚନା ଦେଇଛନ୍ତି। ସେ ଏହି ପୋଷ୍ଟରେ ଫିଲ୍ମ ଶୁଟିଂ ସମୟର କିଛି ଫଟୋ ସହ ସ୍ବାମୀ ନିକ୍‌ ଜୋନାସ୍‌, ଝିଅ ମାଲତୀ ଏବଂ ମା’ ମଧୁ ଚୋପ୍ରାଙ୍କ ସହ ତାଙ୍କ ଅବକାଶ ସମୟକୁ ଅତିବାହିତ କରୁଥିବାର ବିଭିନ୍ନ ଫଟୋ ମଧ୍ୟ ଶେୟାର କରିଛନ୍ତି।
ତାଙ୍କ ଇନ୍‌ଷ୍ଟାଗ୍ରାମରେ ୨୦ଟି ଫଟୋ ଶେୟାର କରି ‘ଦି ବ୍ଲଫ୍‌’ର ଶୁଟିଂ ସମାପ୍ତି ବିଷୟରେ ସୂଚନା ଦେଇଛନ୍ତି। ଏହି ପୋଷ୍ଟ’ର କ୍ୟାପ୍‌ଶନ୍‌ରେ ପ୍ରିୟଙ୍କା ଲେଖିଛନ୍ତି, ‘ଦି ବ୍ଲଫ୍‌’ର ଶୁଟିଂ ଶେଷ ହୋଇଛି। ଏହି ଚଳଚ୍ଚିତ୍ରରେ ଅଭିନୟ କରିବାର ସୁଯୋଗ ପାଇଥିବାରୁ ସେ ଗର୍ବିତ। ଶୁଟିଂ ସମୟରେ ସେ ନିଜ ସାଥୀ କଳାକାର ଓ ସେଟ୍‌ର ସ୍ମୃତିକୁ ମଧ୍ୟ ମନେ ପକାଇଛନ୍ତି। ତେବେ ସେ କିଛି ସମୟ ପାଇଁ ଘରକୁ ଆସିଛନ୍ତି ବୋଲି କହିବା ସହ ତାଙ୍କ ପରବର୍ତ୍ତୀ ପ୍ରୋଜେକ୍ଟ ବିଷୟରେ ମଧ୍ୟ ପ୍ରଶଂସକଙ୍କୁ ଜଣାଇଛନ୍ତି। ପ୍ରିୟଙ୍କାଙ୍କୁ ଆଗାମୀ ଦିନରେ ସ୍ପାଇ-ଥ୍ରୀଲର ସିରିଜ୍‌ ‘ସିଟାଡେଲ୍‌’ର ଦ୍ୱିତୀୟ ସିଜନ୍‌ରେ ଦେଖିବାକୁ ମିଳିବ। ଏଥିପାଇଁ ପ୍ରିୟଙ୍କା ପ୍ରସ୍ତୁତି ଆରମ୍ଭ କରିଛନ୍ତି। ମେର୍ଲେ ଡାଣ୍ଡ୍ରିଜ୍‌, ମାଇକେଲ୍‌ ଟ୍ରୁକୋ, ମ୍ୟାଟ୍‌ ବେରୀ, ରାହୁଲ କୋହଲି ଏବଂ ଗାବ୍ରିଏଲ୍‌ ଲିଓନ୍‌ ମଧ୍ୟ ’ସିଟାଡେଲ୍‌’ର ଦ୍ୱିତୀୟ ସିଜନ୍‌ରେ ପ୍ରମୁଖ ଭୂମିକାରେ ନଜର ଆସିବେ। ସୂଚନାଯୋଗ୍ୟ, ଫ୍ରାଙ୍କ ଇ ଫ୍ଲାଓର୍ସଙ୍କ ନିର୍ଦ୍ଦେଶିତ ‘ଦି ବ୍ଲଫ୍‌’ ଚଳଚ୍ଚିତ୍ରରେ ପ୍ରିୟଙ୍କାଙ୍କ ବ୍ୟତୀତ କାର୍ଲ ଅର୍ବାନ, ଇସ୍ମାଇଲ କ୍ରୁଜ୍‌ କୋର୍ଡୋବା, ସାଫିଆ ଓକ୍‌ଲେ ପ୍ରମୁଖ ମୁଖ୍ୟ ଭୂମିକାରେ ନଜର ଆସିବେ।

The post ‘ଦି ବ୍ଲଫ୍‌’କୁ ନେଇ ଚର୍ଚ୍ଚାରେ ପ୍ରିୟଙ୍କା appeared first on Dharitri Odia News.