ଦିଗପହଣ୍ଡି କୋର୍ଟରେ ଲୋକ ଅଦାଲତ: ୨୦ ମାମଲାର ଫୈସଲା 

ଦିଗପହଣ୍ଡି,୮|୩(ଅଶେଷ ନାଥ ମିଶ୍ର):  ଦିଗପହଣ୍ଡି ତାଲୁକ ଆଇନ ସେବା କମିଟି ପକ୍ଷରୁ ଶନିବାର ସ୍ଥାନୀୟ କୋର୍ଟ ପରିସରରେ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଯାଇଛି।କମିଟି  ଅଧ୍ୟକ୍ଷା ତଥା ମାଜିଷ୍ଟ୍ରେଟ ନିଳିମା ଷଡଙ୍ଗୀ  ୨୦ ଟି ଫୌଜଦାରୀ ମାମଲାର ଫୈସଲା କରିବା ସହ ଦିଗପହଣ୍ଡି ସ୍ଥିତ କାନାରା ବ୍ଯାଙ୍କ, ଭାରତୀୟ ଷ୍ଟେଟବ୍ୟାଙ୍କ, ଉତ୍କଳ ଗ୍ରାମିଣ ବ୍ଯାଙ୍କ ଏବଂ ୟୁନିଅନ ବ୍ଯାଙ୍କ ଶାଖା ପରିଚାଳକଙ୍କ ଉପସ୍ଥିତିରେ ବିଭିନ୍ନ ଋଣ ମାମଲାର ଫୈସଲା କରାଯାଇ ୬ ଲକ୍ଷ ୧୮ ହଜାର ୭୩୧ […] The post ଦିଗପହଣ୍ଡି କୋର୍ଟରେ ଲୋକ ଅଦାଲତ: ୨୦ ମାମଲାର ଫୈସଲା  appeared first on Dharitri Odia News.

ଦିଗପହଣ୍ଡି କୋର୍ଟରେ ଲୋକ ଅଦାଲତ: ୨୦ ମାମଲାର ଫୈସଲା 

ଦିଗପହଣ୍ଡି,୮|୩(ଅଶେଷ ନାଥ ମିଶ୍ର):  ଦିଗପହଣ୍ଡି ତାଲୁକ ଆଇନ ସେବା କମିଟି ପକ୍ଷରୁ ଶନିବାର ସ୍ଥାନୀୟ କୋର୍ଟ ପରିସରରେ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଯାଇଛି।କମିଟି  ଅଧ୍ୟକ୍ଷା ତଥା ମାଜିଷ୍ଟ୍ରେଟ ନିଳିମା ଷଡଙ୍ଗୀ  ୨୦ ଟି ଫୌଜଦାରୀ ମାମଲାର ଫୈସଲା କରିବା ସହ ଦିଗପହଣ୍ଡି ସ୍ଥିତ କାନାରା ବ୍ଯାଙ୍କ, ଭାରତୀୟ ଷ୍ଟେଟବ୍ୟାଙ୍କ, ଉତ୍କଳ ଗ୍ରାମିଣ ବ୍ଯାଙ୍କ ଏବଂ ୟୁନିଅନ ବ୍ଯାଙ୍କ ଶାଖା ପରିଚାଳକଙ୍କ ଉପସ୍ଥିତିରେ ବିଭିନ୍ନ ଋଣ ମାମଲାର ଫୈସଲା କରାଯାଇ ୬ ଲକ୍ଷ ୧୮ ହଜାର ୭୩୧ ଟଙ୍କା ଆଦାୟ କରାଯାଇଥିଲା। ବିଚାର ବିଭାଗୀୟ କର୍ମଚାରୀ ଶିବରାମ ସାହୁ, ସଶ୍ମିତା ମହାରଣା, ଅଞ୍ଜଳି ମହାରଣା, ପ୍ରଦୀପ କୁମାର ପୁରୋହିତ, ସଂଗ୍ରାମ କେଶରୀ ପଣ୍ଡା, ଅଶ୍ବିନୀ କୁମାର ପଟ୍ଟନାୟକ, ପପୁନ କୁମାର ମହାରଣା, ନିରଞ୍ଜନ ଶବର, କାଳିଆ ନାୟକ, ବିକ୍ରମ ବେହେରାଙ୍କ ସମେତ ବହୁ ଆଇନଜୀବି ଉପସ୍ଥିତ ରହି ଅଦାଲତ ପରିଚାଳନାରେ ସହଯୋଗ କରିଥିଲେ।

The post ଦିଗପହଣ୍ଡି କୋର୍ଟରେ ଲୋକ ଅଦାଲତ: ୨୦ ମାମଲାର ଫୈସଲା  appeared first on Dharitri Odia News.