ଦିଗପହଣ୍ଡି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ବଦଳାଇଲା କଂଗ୍ରେସ

ଭୁବନେଶ୍ବର: ଦିଗପହଣ୍ଡି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ବଦଳାଇଛି ଭାରତୀୟ ଜାତୀୟ କଂଗ୍ରେସ । ଶ୍ରୀଧର ଦେବଙ୍କ ସ୍ଥାନରେ ସାକା ସୁଜିତ କୁମାରଙ୍କୁ ଏଠାରୁ ପ୍ରାର୍ଥୀ କରିଛି ଦଳ। ଏନେଇ ସୋସିଆଲ ମିଡିଆ ‘ଏକ୍ସ’ରେ ଓଡିଶା କଂଗ୍ରେସ ପକ୍ଷରୁ ସୂଚନା ଦିଆଯାଇଛି। ତେବେ ଶ୍ରୀଧର ଦେବ ଆଜି ନାମାଙ୍କନ ମଧ୍ୟ ଭରିସାରିଥିଲେ, ହେଲେ ଏହାପରେ ମଧ୍ୟ ତାଙ୍କୁ ହଟେଇ ସାକା ସୁଜିତ୍ କୁମାରଙ୍କୁ ଟିକେଟ୍ ଦେଇଛି ଦଳ। This is for the information to general […]

ଦିଗପହଣ୍ଡି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ବଦଳାଇଲା କଂଗ୍ରେସ
congress

ଭୁବନେଶ୍ବର: ଦିଗପହଣ୍ଡି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ବଦଳାଇଛି ଭାରତୀୟ ଜାତୀୟ କଂଗ୍ରେସ । ଶ୍ରୀଧର ଦେବଙ୍କ ସ୍ଥାନରେ ସାକା ସୁଜିତ କୁମାରଙ୍କୁ ଏଠାରୁ ପ୍ରାର୍ଥୀ କରିଛି ଦଳ। ଏନେଇ ସୋସିଆଲ ମିଡିଆ ‘ଏକ୍ସ’ରେ ଓଡିଶା କଂଗ୍ରେସ ପକ୍ଷରୁ ସୂଚନା ଦିଆଯାଇଛି। ତେବେ ଶ୍ରୀଧର ଦେବ ଆଜି ନାମାଙ୍କନ ମଧ୍ୟ ଭରିସାରିଥିଲେ, ହେଲେ ଏହାପରେ ମଧ୍ୟ ତାଙ୍କୁ ହଟେଇ ସାକା ସୁଜିତ୍ କୁମାରଙ୍କୁ ଟିକେଟ୍ ଦେଇଛି ଦଳ।

ସୂଚନାଯୋଗ୍ୟ ଯେ,  ବିଜେଡି ଏଠାରୁ ପୂର୍ବତନ ବାଚସ୍ପତି ସୂର୍ଯ୍ୟ ପାତ୍ରଙ୍କ ପୁଅ ବିପ୍ଲବ ପାତ୍ରଙ୍କୁ ପ୍ରାର୍ଥୀ କରିଥିବାବେଳେ, ବିଜେପି ଅଭିନେତା ସିଦ୍ଧାନ୍ତ ମହାପାତ୍ରଙ୍କୁ ଟିକେଟ୍ ଦେଇଛି ।