ଦିଗପହଣ୍ଡିରେ ସିରିଜ ଚୋରି ମାମଲା: ମାଷ୍ଟର ମାଇଣ୍ଡ ଗଲେ ଜେଲ୍
ଦିଗପହଣ୍ଡି,୨୮।୧୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିସ୍ଥିତ ଖେମୁଣ୍ଡି କଲେଜ ସାମ୍ନା ଅଶୋକ ସ୍ବାଇଁଙ୍କ ମାର୍କେଟ କମ୍ପ୍ଲେକ୍ସରେ ଥିବା ୪ ଦୋକାନର ତାଲା ଭାଙ୍ଗି ଦୁର୍ବୃତ୍ତମାନେ ଗତ ୨୧ ତାରିଖ ବିଳମ୍ବିତ ରାତିରେ ଲକ୍ଷାଧିକ ଟଙ୍କାର ବିଭିନ୍ନ ମୂଲ୍ୟବାନ ସାମଗ୍ରୀ, ଲାପଟପ ଏବଂ ପ୍ରାୟ ୨୦ ହଜାର ଟଙ୍କା ଲୁଟି ନେଇଥିଲେ। ଏହି ଚୋରି ଘଟଣାର ମାଷ୍ଟର ମାଇଣ୍ଡଙ୍କୁ ଗୁରୁବାର ଗିରଫ କରାଯାଇଥିବା ଆଇଆଇସି ପ୍ରଶାନ୍ତ କୁମାର ପାତ୍ର କହିଛନ୍ତି। ସେ ହେଲେ ପାଟପୁର ଥାନା ଜଗନ୍ନାଥପୁର […] The post ଦିଗପହଣ୍ଡିରେ ସିରିଜ ଚୋରି ମାମଲା: ମାଷ୍ଟର ମାଇଣ୍ଡ ଗଲେ ଜେଲ୍ appeared first on Dharitri Odia News.
ଦିଗପହଣ୍ଡି,୨୮।୧୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିସ୍ଥିତ ଖେମୁଣ୍ଡି କଲେଜ ସାମ୍ନା ଅଶୋକ ସ୍ବାଇଁଙ୍କ ମାର୍କେଟ କମ୍ପ୍ଲେକ୍ସରେ ଥିବା ୪ ଦୋକାନର ତାଲା ଭାଙ୍ଗି ଦୁର୍ବୃତ୍ତମାନେ ଗତ ୨୧ ତାରିଖ ବିଳମ୍ବିତ ରାତିରେ ଲକ୍ଷାଧିକ ଟଙ୍କାର ବିଭିନ୍ନ ମୂଲ୍ୟବାନ ସାମଗ୍ରୀ, ଲାପଟପ ଏବଂ ପ୍ରାୟ ୨୦ ହଜାର ଟଙ୍କା ଲୁଟି ନେଇଥିଲେ। ଏହି ଚୋରି ଘଟଣାର ମାଷ୍ଟର ମାଇଣ୍ଡଙ୍କୁ ଗୁରୁବାର ଗିରଫ କରାଯାଇଥିବା ଆଇଆଇସି ପ୍ରଶାନ୍ତ କୁମାର ପାତ୍ର କହିଛନ୍ତି। ସେ ହେଲେ ପାଟପୁର ଥାନା ଜଗନ୍ନାଥପୁର ଗ୍ରାମର ଜଗନ୍ନାଥ ବିଷୋୟୀ। ତାଙ୍କ ନିକଟରୁ ପୋଲିସ ଚୋରି ହୋଇଥିବା ଲାପଟପ ଏବଂ ତାଲା ଭଙ୍ଗା ଉପକରଣ ଜବତ କରିଛନ୍ତି। ଅଭିଯୁକ୍ତଙ୍କୁ ଗୁରୁବାର ସାରେ କୋର୍ଟ ଚାଲାଣ କରାଯାଇଛି।
ଥାନା ମାମଲା ନଂ.୪୬୩/୨୪ ଅନୁଯାୟୀ ଜାମିନ ଆବେଦନ ନାମଞ୍ଜୁର ହେବାରୁ ଅଭିଯୁକ୍ତଙ୍କୁ ଦିଗପହଣ୍ଡି ସବ୍ଜେଲ ହାଜତକୁ ପଠାଇ ଦିଆଯାଇଥିବା ତଦନ୍ତକାରୀ ଅଧିକାରୀ ଏଏସ୍ଆଇ ନିଗମ ପ୍ରଧାନ କହିଛନ୍ତି। ତାଙ୍କ ନାଁ ରେ ଏକାଧିକ ମାମଲା ରହିଥିବା ପୋଲିସ ତଦନ୍ତରୁ ଜଣାପଡ଼ିଛି। ଘଟଣା ଦିନ ବିଳମ୍ବିତ ରାତିରେ ଉକ୍ତ ମାର୍କେଟ କମ୍ପ୍ଲେକ୍ସରେ ଥିବା ସନିଆ ଡାକୁଆଙ୍କ ସେଲୁନ, ଦନାର୍ଦ୍ଦନ ନାୟକଙ୍କ ହୋଟେଲ, ଅଜୟ ପ୍ରଧାନ ଓ ସୁମିତ ପଟ୍ଟନାୟକଙ୍କ ବେକ୍ରୀ ଏବଂ ମନୋରଞ୍ଜନ ରାଉତଙ୍କ କୋଲ୍ଡ ବାର୍ର ତାଲା ଭାଙ୍ଗି ଦୁର୍ବୃତ୍ତମାନେ ଲୁଟପାଟ କରିଥିଲେ। ସୁମିତଙ୍କ ଲାପଟପ ସମେତ ଅନ୍ୟାନ୍ୟ ମୂଲ୍ୟବାନ ସାମଗ୍ରୀ ଲୁଟି ନେଇଥିଲେ।
ସେହିପରି ମନୋରଞ୍ଜନଙ୍କ ଦୋକାନରୁ ବହୁ ପରିମାଣର ଖାଦ୍ୟସାମଗ୍ରୀ ସମେତ ୮ ହଜାର ଟଙ୍କା। ସନିଆଙ୍କ ସେଲୁନରୁ ୭ ହଜାର, ବିଭିନ୍ନ ସାମଗ୍ରୀ ଏହାସହ ଅନ୍ୟାନ୍ୟ ଦୋକାନରୁ ଟଙ୍କା ପଇସା ଲୁଟ ହୋଇଥିବା ଅଭିଯୋଗ ହୋଇଥିଲା। ମାର୍କେଟ କମ୍ପ୍ଲେକ୍ସରେ ଲଗା ଯାଇଥିବା ସମସ୍ତ ସିସିଟିଭି କ୍ୟାମେରା ଗୁଡ଼ିକୁ ଦୁର୍ବୃତ୍ତ ମାନେ ମୋଡ଼ି ଭାଙ୍ଗି ନଷ୍ଟ କରି ଫେରାର ହୋଇଯାଇଥିଲେ ।
The post ଦିଗପହଣ୍ଡିରେ ସିରିଜ ଚୋରି ମାମଲା: ମାଷ୍ଟର ମାଇଣ୍ଡ ଗଲେ ଜେଲ୍ appeared first on Dharitri Odia News.