ଦିନ କୁ ଦିନ ଘନଉଛି ଅଭିନେତ୍ରୀ ରିୟାଙ୍କ ଅଡୁଆ : ସହାୟିକାଙ୍କୁ ନିର୍ଯାତନା ମାମଲାରେ ପଚରାଉଚରା ଆରମ୍ଭ
କଟକ : ଅଭିନେତ୍ରୀ ରିୟା ଦେଙ୍କୁ ପଚରାଉଚରା ଆରମ୍ଭ । ଚନ୍ଦ୍ରଶେଖରପୁର ଥାନାରୁ ମାମଲା କଟକ ବିଡାନାସୀ ଥାନାକୁ ଆସିବା ପରେ ରିୟାଙ୍କୁ ପଚରାଉଚରା କରିଛି ପୋଲିସ । ରିୟାଙ୍କ ସହ ତାଙ୍କ ସ୍ବାମୀଙ୍କୁ ମଧ୍ୟ ପଚରାଉଚରା କରୁଛି । ରିୟାଙ୍କ ଘରକୁ ଯାଇ ଉଭୟଙ୍କୁ ପଚରାଉଚରା କରିଛି ପୋଲିସ। ଘରୋଇ ସହାୟିକାଙ୍କୁ ଶାରିରୀକ ନିର୍ଯାତନା ନେଇ ଗୁଡାଇ ତୁଡାଇ ପ୍ରଶ୍ନ ପଚରାଯାଇଥିବା ଜଣାପଡିଛି । ଅଭିଯୋଗକାରିଣୀ କେବେ ଠାରୁ ତାଙ୍କ ଘରେ କାମ କରୁଥିଲେ? ତାଙ୍କୁ […] The post ଦିନ କୁ ଦିନ ଘନଉଛି ଅଭିନେତ୍ରୀ ରିୟାଙ୍କ ଅଡୁଆ : ସହାୟିକାଙ୍କୁ ନିର୍ଯାତନା ମାମଲାରେ ପଚରାଉଚରା ଆରମ୍ଭ appeared first on KNews Odisha.

କଟକ : ଅଭିନେତ୍ରୀ ରିୟା ଦେଙ୍କୁ ପଚରାଉଚରା ଆରମ୍ଭ । ଚନ୍ଦ୍ରଶେଖରପୁର ଥାନାରୁ ମାମଲା କଟକ ବିଡାନାସୀ ଥାନାକୁ ଆସିବା ପରେ ରିୟାଙ୍କୁ ପଚରାଉଚରା କରିଛି ପୋଲିସ । ରିୟାଙ୍କ ସହ ତାଙ୍କ ସ୍ବାମୀଙ୍କୁ ମଧ୍ୟ ପଚରାଉଚରା କରୁଛି । ରିୟାଙ୍କ ଘରକୁ ଯାଇ ଉଭୟଙ୍କୁ ପଚରାଉଚରା କରିଛି ପୋଲିସ। ଘରୋଇ ସହାୟିକାଙ୍କୁ ଶାରିରୀକ ନିର୍ଯାତନା ନେଇ ଗୁଡାଇ ତୁଡାଇ ପ୍ରଶ୍ନ ପଚରାଯାଇଥିବା ଜଣାପଡିଛି ।
ଅଭିଯୋଗକାରିଣୀ କେବେ ଠାରୁ ତାଙ୍କ ଘରେ କାମ କରୁଥିଲେ? ତାଙ୍କୁ ମାସିକ କେତେ ଟଙ୍କା ଦେବା ପାଇଁ ଚୁକ୍ତି ହୋଇଥିଲା? କେବେ କାମକୁ ନେଇ ଘରେ ପାଟିତୁଣ୍ଡ ହୋଇଥିଲା କି? ନିର୍ଯାତନା ଦେବା କଥା ସତ କି? ପାରିଶ୍ରମିକ ଠିକ ଭାବରେ ଦିଆଯାଉଥିଲା କି ନାହିଁ ଆଦି ବିଭିନ୍ନ ପ୍ରଶ୍ନ ପଚାରିଛି ପୋଲିସ୍ । ଗତ ଦେଢ଼ ବର୍ଷ ହେବ ଘରୋଇ ସହାୟିକା ବର୍ଷାଙ୍କୁ ରିୟା ଏବଂ ସ୍ବାମୀ ମାନସିକ ଓ ଶାରୀରିକ ନିର୍ଯାତନା ଦିଆଯାଉଥିବା ଅଭିଯୋଗ ହୋଇଛି ।
ସୂଚନା ଅନୁସାରେ ୮ ତାରିଖ ଦିନ ଜଣେ ଯୁବତୀ ଅଭିନେତ୍ରୀ ରିୟାଙ୍କ ନାଁରେ ଥାନାରେ ଅଭିଯୋଗ କରିଥିଲେ । ରିୟା ଏବଂ ତାଙ୍କ ସ୍ୱାମୀ ନିର୍ଯାତନା ଦେଉଥିବା ଅଭିଯୋଗ କରିଥିଲେ ଉକ୍ତ ଯୁବତୀ । ଯୁବତୀ ଜଣଙ୍କ କେୟାର ଟେକର ଭାବରେ ଦେଢ଼ ବର୍ଷ ହେବ କାମ କରୁଥିଲେ । ରିୟାଙ୍କ ସ୍ୱାମୀ ବିୟର ବୋତଲରେ ତାଙ୍କୁ ବାଡେଇ ଥିବା ଚନ୍ଦ୍ରଶେଖରପୁର ଥାନାରେ ଅଭିଯୋଗ କରିଥିଲେ ଯୁବତୀ । ଦେଢ଼ ବର୍ଷ ହେବ ଯୁବତୀଙ୍କୁ ମାନସିକ ଓ ଶାରୀରିକ ନିର୍ଯାତନା ଦେଉଥିବା ଅଭିଯୋଗରେ ଲେଖିଛନ୍ତି ପୀଡିତା । ରିୟା ଯୁବତୀଙ୍କୁ ବାହାର ପଟୁ ଲକ କରି ରଖୁଥିବା ଭଳି ସାଙ୍ଘାତିକ ଅଭିଯୋଗ ହୋଇଛି ।
The post ଦିନ କୁ ଦିନ ଘନଉଛି ଅଭିନେତ୍ରୀ ରିୟାଙ୍କ ଅଡୁଆ : ସହାୟିକାଙ୍କୁ ନିର୍ଯାତନା ମାମଲାରେ ପଚରାଉଚରା ଆରମ୍ଭ appeared first on KNews Odisha.