ମାଡିଲା ଭଳି ବ୍ୟାପୁଛି ଅଜଣା ରୋଗ, ରକ୍ତ ନମୁନା ପରୀକ୍ଷା ପରେ ବି ରିପୋର୍ଟରେ ଆସୁନାହିଁ
ମାଲକାନଗିରି: ଏଘରୁ ସେଘର ମାଡିଲା ଭଳି ବ୍ୟାପୁଛି ମାରାତ୍ମକ ରୋଗ । ଦିନକୁ ଦିନ ବଢୁଛି ଅଜଣା ରୋଗ । ଲୋକେ ରୋଗ ଜାଣିବା ଆଗରୁ ଦେହକୁ ଘାରି ଯାଉଛି ଏହି ରୋଗ । ଲୋକେ ଚିକିତ୍ସା କରିବେ କଣ ଗରିବି ସମସ୍ୟା ଦୁର୍ଦ୍ଦଶାକୁ ଦ୍ବିଗୁଣିତ କରୁଛି । ଗାଁରେ ଏବେ ଅଜଣା ରୋଗକୁ ନେଇ ଘାରିଛି ଚିନ୍ତା । ମାଲକାନଗିରି ଜିଲ୍ଲା କାଲିମେଳା ଅଧିନସ୍ତ ପଡିଆ ଗାଁରେ ଅଜଣା ରୋଗର ଆତଙ୍କ ଖେଳିଯାଇଛି । ଏକ […] The post ମାଡିଲା ଭଳି ବ୍ୟାପୁଛି ଅଜଣା ରୋଗ, ରକ୍ତ ନମୁନା ପରୀକ୍ଷା ପରେ ବି ରିପୋର୍ଟରେ ଆସୁନାହିଁ appeared first on KNews Odisha.

ମାଲକାନଗିରି: ଏଘରୁ ସେଘର ମାଡିଲା ଭଳି ବ୍ୟାପୁଛି ମାରାତ୍ମକ ରୋଗ । ଦିନକୁ ଦିନ ବଢୁଛି ଅଜଣା ରୋଗ । ଲୋକେ ରୋଗ ଜାଣିବା ଆଗରୁ ଦେହକୁ ଘାରି ଯାଉଛି ଏହି ରୋଗ । ଲୋକେ ଚିକିତ୍ସା କରିବେ କଣ ଗରିବି ସମସ୍ୟା ଦୁର୍ଦ୍ଦଶାକୁ ଦ୍ବିଗୁଣିତ କରୁଛି । ଗାଁରେ ଏବେ ଅଜଣା ରୋଗକୁ ନେଇ ଘାରିଛି ଚିନ୍ତା ।
ମାଲକାନଗିରି ଜିଲ୍ଲା କାଲିମେଳା ଅଧିନସ୍ତ ପଡିଆ ଗାଁରେ ଅଜଣା ରୋଗର ଆତଙ୍କ ଖେଳିଯାଇଛି । ଏକ ମାସରେ ୨୦୦ ପରିବାରର ୫୦୦ରୁ ଉର୍ଦ୍ଧ୍ବ ଲୋକେ ଆକ୍ରାନ୍ତ ହୋଇଛନ୍ତି । ହାତ, ଗୋଡ଼,ମୁହଁ, ଫୁଲି କଲବଲ କରୁଛି ଅଜଣା ରୋଗ । ପଡିଆ ଗାଁରେ ଏକ ପ୍ରକାର ଆତଙ୍କ ଦେଖିବାକୁ ମିଳିଛି । ପ୍ରଥମେ ଆଣ୍ଠୁ, ଗଣ୍ଠି ବଥା ହେବା ସହ ଜ୍ୱର ଲାଗି ରହୁଛି । ଏପରିକି ଆଣ୍ଠୁ-ଗଣ୍ଠି ଫୁଲିଯାଇ କୁଣ୍ଡେଇ ହେବା ସହ ମୁହଁ କଳା ହୋଇଯାଉଛି । ଜ୍ବର ବେଶୀ ଦିନ ଲାଗି ରହିଲେ ନିଜେ ଉଠି ଚାଲିବା ବି କଷ୍ଟକର ହୋଇପଡୁଛି । ପଡିଆ ମେଡିକାଲରେ ଚିକିତ୍ସା ପରେ ବି କମୁନି ଆଣ୍ଠୁଗଣ୍ଠିର ଯନ୍ତ୍ରଣା । ସବୁଠୁ ଆଶ୍ଚର୍ଯ୍ୟର କଥା ହେଉଛି ରକ୍ତ ନମୁନା ପରୀକ୍ଷା ପରେ ମଧ୍ୟ କିଛି ବି ରିପୋର୍ଟରେ ଆସୁନାହିଁ । ସମସ୍ତ ଟେଷ୍ଟର ରିପୋର୍ଟ ନେଗେଟିଭ ଆସୁଛି କିନ୍ତୁ ମେଡିକାଲରୁ ଚିକିତ୍ସା ପରେ ବି ପିଛା ଛାଡ଼ୁନି ଅଜଣା ରୋଗ । ଏହା କୌଣସି ଭାଇରସ ହୋଇପାରେ ବୋଲି ଲୋକେ ସନ୍ଦେହ କରୁଛନ୍ତି । ତୁରନ୍ତ ମେଡିକାଲର ସ୍ୱତନ୍ତ୍ର ଟିମ୍ ପହଁଛି ସ୍ଥିତି ଅନୁଧ୍ୟାନ କରିବାକୁ ଆକ୍ରାନ୍ତକାରୀମାନେ ଗୁହାରି କରିଛନ୍ତି ।
ଦିନକୁ ଦିନ ଅଜଣା ରୋଗ ବ୍ୟାପି ଚାଲିଥିବାରୁ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । ତୁରନ୍ତ ଚିକିତ୍ସା ବ୍ୟବସ୍ଥା କରିବା ପାଇଁ ଦାବି କରିଛନ୍ତି ଗ୍ରାମବାସୀ । ନଚେତ ଅକାଳରେ ଝଡ଼ି ପଡ଼ିବ ଅନେକ ନିରୀହ ଜୀବନ ।
The post ମାଡିଲା ଭଳି ବ୍ୟାପୁଛି ଅଜଣା ରୋଗ, ରକ୍ତ ନମୁନା ପରୀକ୍ଷା ପରେ ବି ରିପୋର୍ଟରେ ଆସୁନାହିଁ appeared first on KNews Odisha.