ବିଜେଡି ରାଜନୈତିକ ବ୍ୟାପାର କମିଟି ବୈଠକ : ୪ ପ୍ରସ୍ତାବ ଗୃହୀତ

ଭୁବନେଶ୍ଵର : ବିଜେଡି ରାଜନୈତିକ ବ୍ୟାପାର କମିଟିର ପ୍ରଥମ ବୈଠକରେ ୪ ପ୍ରସ୍ତାବ ଗୃହୀତ । ଜାତୀୟ ସୁରକ୍ଷା, ରାଜ୍ୟ ରାଜନୈତିକ ପରିସ୍ଥିତି, ଓଡିଶାର ଶିଳ୍ପ ବିକାଶ ଓ ବିଜେଡିର ସାଙ୍ଗଠନିକ ବ୍ୟାପାର ସମ୍ପର୍କରେ ପ୍ରସ୍ତାବ ଗୃହୀତ ହୋଇଛି । ନବୀନ ନିବାସରେ ଦଳ ସଭାପତି ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିଲା ପିଏସିର ଗୁରୁତ୍ବପୂର୍ଣ୍ଣ ବୈଠକ । ଏଥିରେ ଜାତୀୟ ସୁରକ୍ଷା, ରାଜ୍ୟ ରାଜନୈତିକ ପରିସ୍ଥିତି ଓ ଦଳର ସାଙ୍ଗଠନିକ ବ୍ୟାପାର ସମ୍ପର୍କରେ ବିସ୍ତୃତ ଆଲୋଚନା ହୋଇଥିଲା […] The post ବିଜେଡି ରାଜନୈତିକ ବ୍ୟାପାର କମିଟି ବୈଠକ : ୪ ପ୍ରସ୍ତାବ ଗୃହୀତ appeared first on KNews Odisha.

ବିଜେଡି ରାଜନୈତିକ ବ୍ୟାପାର କମିଟି ବୈଠକ : ୪ ପ୍ରସ୍ତାବ ଗୃହୀତ
cm u

ଭୁବନେଶ୍ଵର : ବିଜେଡି ରାଜନୈତିକ ବ୍ୟାପାର କମିଟିର ପ୍ରଥମ ବୈଠକରେ ୪ ପ୍ରସ୍ତାବ ଗୃହୀତ । ଜାତୀୟ ସୁରକ୍ଷା, ରାଜ୍ୟ ରାଜନୈତିକ ପରିସ୍ଥିତି, ଓଡିଶାର ଶିଳ୍ପ ବିକାଶ ଓ ବିଜେଡିର ସାଙ୍ଗଠନିକ ବ୍ୟାପାର ସମ୍ପର୍କରେ ପ୍ରସ୍ତାବ ଗୃହୀତ ହୋଇଛି । ନବୀନ ନିବାସରେ ଦଳ ସଭାପତି ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିଲା ପିଏସିର ଗୁରୁତ୍ବପୂର୍ଣ୍ଣ ବୈଠକ । ଏଥିରେ ଜାତୀୟ ସୁରକ୍ଷା, ରାଜ୍ୟ ରାଜନୈତିକ ପରିସ୍ଥିତି ଓ ଦଳର ସାଙ୍ଗଠନିକ ବ୍ୟାପାର ସମ୍ପର୍କରେ ବିସ୍ତୃତ ଆଲୋଚନା ହୋଇଥିଲା । ଏହା ସହ ୨୦୧୫ ରୁ ୨୦୨୪ ମଧ୍ୟରେ ରାଜ୍ୟରେ ବିଜେଡି ସରକାର ସମୟରେ ଶିଳ୍ପ ବିକାଶ କ୍ଷେତ୍ରରେ ଘଟିଥିବା ଉଲ୍ଲେଖନୀୟ ସଫଳତା ପାଇଁ ବୈଠକରେ ଆଲୋଚନା ହୋଇଥିଲା । ନବୀନ ପଟ୍ଟନାୟକଙ୍କ ସରକାରରେ ଶିଳ୍ପ ବିକାଶ ଦିଗରେ ନେଇଥିବା ପଦକ୍ଷେପ ପାଇଁ ତାଙ୍କୁ ଧନ୍ୟବାଦ ଅର୍ପଣ କରାଯାଇଥିଲା ।

ICRA Report Investment Information and credit rating Agency ଅନୁଯାୟୀ ଦେଶର ୧୯ଟି ରାଜ୍ୟ ମଧ୍ୟରେ ଶିଳ୍ପ କ୍ଷେତ୍ରରେ ଓଡିଶା GSVA ରେ ସର୍ବୋଚ୍ଚ ୧୦ ପ୍ରତିଶତ ହାସଲ କରିଥିବା ବେଳେ ୨୦୧୫ ରୁ ୨୦୨୪ ମଧ୍ୟରେ ୭ ପ୍ରତିଶତରୁ ଅଧିକ GSVA Gross State value Added ହାସଲ କରିଥିଲା । ବର୍ତ୍ତମାନର ବିଜେପି ସରକାର ସମୟରେ ରାଜ୍ୟରେ ଆର୍ଥିକ ଓ ଶିଳ୍ପ ବିକାଶର ବେଗ ନିମ୍ନମୁଖୀ ହୋଇଥିବାରୁ ବୈଠକରେ ଉଦ୍ ବେଗ ପ୍ରକାଶ ପାଇଥିଲା । ଟିକସ ଦାତାଙ୍କର ଅର୍ଥକୁ କେବଳ ରଙ୍ଗ ପରିବର୍ତ୍ତନ ଓ ବିଜେଡି ସରକାର ସମୟର ଯୋଜନାର ନାମ ପରିବର୍ତ୍ତନରେ ଅପବ୍ୟୟ ନ କରି ବିଜେପି ସରକାର ରାଜ୍ୟର ଆର୍ଥିକ ବିକାଶ ପ୍ରତି ଗୁରୁତ୍ୱର ସହ କାର୍ଯ୍ୟ କରିବା ପାଇଁ ବୈଠକରେ ଦାବୀ କରାଯାଇଥିଲା । ବୈଠକରେ ଅପରେସନ ସିନ୍ଦୂରର ସଫଳତା ପାଇଁ ଭାରତୀୟ ସେନାବାହିନୀର ଅତୁଳନୀୟ ଦକ୍ଷତା, ସାହସ ଓ ପରାକ୍ରମର ଉଚ୍ଚ ପ୍ରଶଂସା କରାଯାଇଥିଲା ।

 

 

ଆହୁରି ପଢନ୍ତୁ : ୧୦ ହଜାର ଟଙ୍କା ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ କନିଷ୍ଠ ଯନ୍ତ୍ରୀ

The post ବିଜେଡି ରାଜନୈତିକ ବ୍ୟାପାର କମିଟି ବୈଠକ : ୪ ପ୍ରସ୍ତାବ ଗୃହୀତ appeared first on KNews Odisha.