ନାଗପୁର ଢାଞ୍ଚାରେ ଭୁବନେଶ୍ଵରରେ ହେବ ଏଲିଭେଟେଡ କରିଡର
ଭୁବନେଶ୍ଵର: ରାଜଧାନୀ ଭୁବନେଶ୍ବରରେ ନାଗପୁର ଢାଞ୍ଚାରେ ହେବ ଏଲିଭେଟେଡ୍ କରିଡର । ତଳେ ୬ଲେନ୍ ବିଶିଷ୍ଟ ରାସ୍ତା ତା ଉପରେ ୪ଲେନ୍ ବିଶିଷ୍ଟ ଫ୍ଲାଏ ଓଭର ଏବଂ ତା’ ଉପରକୁ ଚାଲିବ ମେଟ୍ରୋ ଟ୍ରେନ୍। ଏହା ଦ୍ବାରା ଜମି ଅଧିଗ୍ରହଣ ଓ ଉଚ୍ଛେଦ ଭଳି ସମସ୍ୟା ରହିବ ନାହିଁ। ସବୁ ଛକରେ ଅଣ୍ଡର ପାସ୍ ରହିବ । ଯାହା ଦ୍ବାରା ସହଜରେ ମୁଖ୍ୟ ରାସ୍ତାକୁ ସଂଯୋଗ କରିହେବ । ଏନେଇ ଆଜି ସୂଚନା ଦେଇଛନ୍ତି ପୃଥ୍ବୀରାଜ ହରିଚନ୍ଦନ । ସେହିଭଳି ପ୍ରସ୍ତାବିତ ମେଟ୍ରୋ ପ୍ରକଳ୍ପର DPR ପରିବର୍ତ୍ତନ ହୋଇପାରେ । ରାଜ୍ୟ ସରକାରଙ୍କ ଦ୍ବାରା ଗଠିତ ଉଚ୍ଚସ୍ତରୀୟ କମିଯି ଏହା ଉପରେ ଅନୁଧ୍ୟାନ କରିବେ ବୋଲି କହିଛନ୍ତି ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର । ନାଗପୁର ଢାଞ୍ଚାରେ ଭୁବନେଶ୍ବରରେ ହେବ ଏଲିଭେଟେଡ କରିଡର । ଆସନ୍ତା ଏପ୍ରିଲ ଶେଷ ସପ୍ତାହରେ ଏଲିଭେଟେଡ କରିଡର ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିବେ ରାଜ୍ୟ ସରକାର । ଜୟଦେବ ବିହାରରୁ ନନ୍ଦନକାନନ ପର୍ଯ୍ୟନ୍ତ ଯାଏଁ ନିର୍ମାଣ କରାଯିବ ସ୍ବତନ୍ତ୍ର ଏଲିଭେଟେଡ କରିଡର । ଜୟଦେବ ବିହାର ଜାତୀୟ ରାଜପଥ ଫ୍ଲାଏ ଓଭର ସହ ସଂଯୋଗ କରାଯାଇ ନିର୍ମାଣ ହେବ ଏଲିଭେଟେଡ କରିଡର।ନନ୍ଦନକାନନ ପର୍ଯ୍ୟନ୍ତ ଏହି ଡବଲ ଡେକର କରିଡର ହେଲେ ଭିଡ ନିୟନ୍ତ୍ରଣ କରିବାରେ ସହାୟକ ହେବ । ତଳେ ୬ ଲେନ ରାସ୍ତା, ପ୍ରଥମ ଫ୍ଲୋର ୪ ଲେନ୍ ଫ୍ଲାଏ ଓଭର, ତା ଉପର ଫ୍ଲୋରରେ ମେଟ୍ରୋ ଟ୍ରେନ ଯିବା ପାଇଁ ନିର୍ମାଣ ହେ
ଭୁବନେଶ୍ଵର: ରାଜଧାନୀ ଭୁବନେଶ୍ବରରେ ନାଗପୁର ଢାଞ୍ଚାରେ ହେବ ଏଲିଭେଟେଡ୍ କରିଡର । ତଳେ ୬ଲେନ୍ ବିଶିଷ୍ଟ ରାସ୍ତା ତା ଉପରେ ୪ଲେନ୍ ବିଶିଷ୍ଟ ଫ୍ଲାଏ ଓଭର ଏବଂ ତା’ ଉପରକୁ ଚାଲିବ ମେଟ୍ରୋ ଟ୍ରେନ୍। ଏହା ଦ୍ବାରା ଜମି ଅଧିଗ୍ରହଣ ଓ ଉଚ୍ଛେଦ ଭଳି ସମସ୍ୟା ରହିବ ନାହିଁ। ସବୁ ଛକରେ ଅଣ୍ଡର ପାସ୍ ରହିବ । ଯାହା ଦ୍ବାରା ସହଜରେ ମୁଖ୍ୟ ରାସ୍ତାକୁ ସଂଯୋଗ କରିହେବ । ଏନେଇ ଆଜି ସୂଚନା ଦେଇଛନ୍ତି ପୃଥ୍ବୀରାଜ ହରିଚନ୍ଦନ । ସେହିଭଳି ପ୍ରସ୍ତାବିତ ମେଟ୍ରୋ ପ୍ରକଳ୍ପର DPR ପରିବର୍ତ୍ତନ ହୋଇପାରେ । ରାଜ୍ୟ ସରକାରଙ୍କ ଦ୍ବାରା ଗଠିତ ଉଚ୍ଚସ୍ତରୀୟ କମିଯି ଏହା ଉପରେ ଅନୁଧ୍ୟାନ କରିବେ ବୋଲି କହିଛନ୍ତି ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ।
ନାଗପୁର ଢାଞ୍ଚାରେ ଭୁବନେଶ୍ବରରେ ହେବ ଏଲିଭେଟେଡ କରିଡର । ଆସନ୍ତା ଏପ୍ରିଲ ଶେଷ ସପ୍ତାହରେ ଏଲିଭେଟେଡ କରିଡର ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିବେ ରାଜ୍ୟ ସରକାର । ଜୟଦେବ ବିହାରରୁ ନନ୍ଦନକାନନ ପର୍ଯ୍ୟନ୍ତ ଯାଏଁ ନିର୍ମାଣ କରାଯିବ ସ୍ବତନ୍ତ୍ର ଏଲିଭେଟେଡ କରିଡର । ଜୟଦେବ ବିହାର ଜାତୀୟ ରାଜପଥ ଫ୍ଲାଏ ଓଭର ସହ ସଂଯୋଗ କରାଯାଇ ନିର୍ମାଣ ହେବ ଏଲିଭେଟେଡ କରିଡର।
ନନ୍ଦନକାନନ ପର୍ଯ୍ୟନ୍ତ ଏହି ଡବଲ ଡେକର କରିଡର ହେଲେ ଭିଡ ନିୟନ୍ତ୍ରଣ କରିବାରେ ସହାୟକ ହେବ । ତଳେ ୬ ଲେନ ରାସ୍ତା, ପ୍ରଥମ ଫ୍ଲୋର ୪ ଲେନ୍ ଫ୍ଲାଏ ଓଭର, ତା ଉପର ଫ୍ଲୋରରେ ମେଟ୍ରୋ ଟ୍ରେନ ଯିବା ପାଇଁ ନିର୍ମାଣ ହେବ ଟ୍ରାକ । ଏଲିଭେଟେଡ କରିଡରରେ ୧୦ ଲେନ ରାସ୍ତା ନିର୍ମାଣ କରାଯିବ । ଏହା ଦ୍ବାରା ଜମି ଅଧିଗ୍ରହଣ ଓ ଉଚ୍ଛେଦ ଭଳି ସମସ୍ୟା ଆଉ ରହିବ ନାହିଁ । ସବୁ ଛକରେ ଅଣ୍ଡର ପାସ ରହିବ । ଯାହା ଦ୍ବାରା ସହଜରେ ମୁଖ୍ୟ ରାସ୍ତାକୁ ସଂଯୋଗ କରିହେବ । ଏଥିସହ କ୍ୟାପିଟାଲ ରିଜିୟନ ରିଙ୍ଗ ରୋଡ୍ ପାଇଁ ମଧ୍ୟ ଟେଣ୍ଡର ହୋଇଯାଇଛି । ଏହାର କାମ ଜାତୀୟ ରାଜପଥ ପ୍ରାଧିକରଣ କରୁଛି ବୋଲି କହିଛନ୍ତି ପୂର୍ତ୍ତ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ।
Also read: ଭଣ୍ଡ ସାରଥୀଙ୍କ ପାଦତଳେ ଜଗନ୍ନାଥଙ୍କ ଫଟୋ ଓ ତୁଳସୀ, ଚନ୍ଦ୍ରଶେଖରପୁର ଥାନାରେ ଏତଲା
ସେପଟେ ପରିବର୍ତ୍ତନ ହୋଇପାରେ ପ୍ରସ୍ତାବିତ ମେଟ୍ରୋ ପ୍ରକଳ୍ପର DPR । ଏନେଇ ରାଜ୍ୟ ସରକାରଙ୍କ ଦ୍ବାରା ଗଠିତ ଉଚ୍ଚସ୍ତରୀୟ କମିଟି ଅନୁଧ୍ୟାନ କରିବ ବୋଲି କହିଛନ୍ତି ନଗର ଉନ୍ନୟନ ମନ୍ତ୍ରୀ । ମେଟ୍ରୋ ରେଳ ପ୍ରକଳ୍ପ କେମିତି ଲୋକଙ୍କ କାମରେ ଅଧିକ ଆସିପାରିବ ସେ ନେଇ କମିଟି ଅନୁଧ୍ୟାନ କରିବ । ରାଜ୍ୟ ସରକାରଙ୍କୁ ସବିଶେଷ ରିପୋର୍ଟ ଦେବା ପରେ ଆଗକୁ ଏହାକୁ ନେଇ ବଡ ନିଷ୍ପତ୍ତି ନିଆଯିବ ।
ସ୍ଵତନ୍ତ୍ର କମିଟିରେ ନଗର ଉନ୍ନୟନ ବିଭାଗ ସହିତ ପରିବହନ ବିଭାଗର ଅଧିକାରୀ ଅଛନ୍ତି। ଏହା ସହିତ କମିଟିରେ ବାହାରୁ ୪ ଜଣ ମେଟ୍ରୋ ଏକ୍ସପର୍ଟଙ୍କୁ ସାମିଲ କରାଯାଇଛି । ପୁରୀ ପର୍ଯ୍ୟନ୍ତ ମେଟ୍ରୋ ଗଡିବା ନେଇ ଅନୁଧ୍ୟାନ ଚାଲିଛି ବୋଲି ସୂଚନା ଦେଇଛନ୍ତି ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ମହାପାତ୍ର । ଭୁବନେଶ୍ବରରେ ଦିନକୁ ଦିନ ଭିଡ଼ ବଢୁଥିବାରୁ ଟ୍ରାଫିକ୍ ଜାମ୍ ଏଡ଼ାଇବାକୁ ରାଜ୍ୟ ସରକାର ଏଭଳି ପଦକ୍ଷେପ ନେଉଛନ୍ତି ।