ବିଲରୁ ଫେରୁଥିବା ବେଳେ ବଜ୍ରପାତ, ଚାଲିଗଲା ମାଆ-ପୁଅଙ୍କ ଜୀବନ
କେନ୍ଦ୍ରାପଡ଼ା: ବିଲରୁ ମୁଗ ବୋଝ ନେଇ ଫେରୁଥିବା ବେଳେ ବଜ୍ରପାତ ଘଟି ମା ପୁଅଙ୍କ ମୃତ୍ୟୁ ଘଟିଛି l କେନ୍ଦ୍ରାପଡା ଡେରାବିଶ ଥାନା ଅନ୍ତର୍ଗତ ଜହ୍ନିମୂଳ ଗାଁରେ ଆଜି ସନ୍ଧ୍ୟା ପ୍ରାୟ ୫ ଟା ବେଳେ ଘଟିଛି ଏହି ଦୁଃଖଦ ଘଟଣା l ମୃତ ମାଆ ୫୯ ବର୍ଷୀୟା ଶଶି ରେଖା ବାରିକ ଓ ତାଙ୍କ ପୁଅ ୨୭ ବର୍ଷୀୟ ରବିନ୍ଦ୍ର ବାରିକ lAlso read: ଆଗେ ପୁଅ ନାଁରେ ଭୋଟ୍ ମାଗୁଥିଲେ, ଏବେ ବିଜେଡି ମଞ୍ଚରେ ଚଢି ପ୍ରଚାର କଲେ ସୁରସୂଚନା ଅନୁଯାୟୀ, ଉଭୟ ମାଆ ପୁଅ ମୁଗ ଉପାଡି ସେସବୁକୁ ବାନ୍ଧି ଭାରରେ ବୋହି ଆସୁଥିବା ବେଳେ ହଠାତ୍ ଘଡ଼ଘଡ଼ି ମାରିଥିଲା l ତରବର ହୋଇ ଘର ମୁହାଁ ହେଲା ବେଳକୁ ମା ପୁଅଙ୍କ ଉପରେ ପଡିଲା ବଜ୍ରପାତ l ନିକଟରେ ଥିବା ଗ୍ରାମବାସୀ ଦୌଡ଼ି ଆସି ତୁରନ୍ତ ଉଭୟଙ୍କୁ କେନ୍ଦ୍ରାପଡ଼ା ଜିଲା ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ l ହେଲେ ସେଠାରେ ଡାକ୍ତର୍ ତାଙ୍କୁ ମୃତ ଘୋଷଣା କରିଥିଲେ l ଘଟଣା ଜଣାପଡିବା ପରେ ସ୍ଥାନୀୟ ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି l ମୃତ ରବୀନ୍ଦ୍ର ନିଜ ଗ୍ରାମର ୱାର୍ଡ ମେମ୍ବର ଭାବେ ନିର୍ବାଚିତ ହୋଇଥିଲେ l
କେନ୍ଦ୍ରାପଡ଼ା: ବିଲରୁ ମୁଗ ବୋଝ ନେଇ ଫେରୁଥିବା ବେଳେ ବଜ୍ରପାତ ଘଟି ମା ପୁଅଙ୍କ ମୃତ୍ୟୁ ଘଟିଛି l କେନ୍ଦ୍ରାପଡା ଡେରାବିଶ ଥାନା ଅନ୍ତର୍ଗତ ଜହ୍ନିମୂଳ ଗାଁରେ ଆଜି ସନ୍ଧ୍ୟା ପ୍ରାୟ ୫ ଟା ବେଳେ ଘଟିଛି ଏହି ଦୁଃଖଦ ଘଟଣା l ମୃତ ମାଆ ୫୯ ବର୍ଷୀୟା ଶଶି ରେଖା ବାରିକ ଓ ତାଙ୍କ ପୁଅ ୨୭ ବର୍ଷୀୟ ରବିନ୍ଦ୍ର ବାରିକ l
Also read: ଆଗେ ପୁଅ ନାଁରେ ଭୋଟ୍ ମାଗୁଥିଲେ, ଏବେ ବିଜେଡି ମଞ୍ଚରେ ଚଢି ପ୍ରଚାର କଲେ ସୁର
ସୂଚନା ଅନୁଯାୟୀ, ଉଭୟ ମାଆ ପୁଅ ମୁଗ ଉପାଡି ସେସବୁକୁ ବାନ୍ଧି ଭାରରେ ବୋହି ଆସୁଥିବା ବେଳେ ହଠାତ୍ ଘଡ଼ଘଡ଼ି ମାରିଥିଲା l ତରବର ହୋଇ ଘର ମୁହାଁ ହେଲା ବେଳକୁ ମା ପୁଅଙ୍କ ଉପରେ ପଡିଲା ବଜ୍ରପାତ l ନିକଟରେ ଥିବା ଗ୍ରାମବାସୀ ଦୌଡ଼ି ଆସି ତୁରନ୍ତ ଉଭୟଙ୍କୁ କେନ୍ଦ୍ରାପଡ଼ା ଜିଲା ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ l ହେଲେ ସେଠାରେ ଡାକ୍ତର୍ ତାଙ୍କୁ ମୃତ ଘୋଷଣା କରିଥିଲେ l ଘଟଣା ଜଣାପଡିବା ପରେ ସ୍ଥାନୀୟ ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି l ମୃତ ରବୀନ୍ଦ୍ର ନିଜ ଗ୍ରାମର ୱାର୍ଡ ମେମ୍ବର ଭାବେ ନିର୍ବାଚିତ ହୋଇଥିଲେ l