ଦିନ ଥିଲା ମୁଁ ବିଜେଡିରେ ଟିକେଟ୍‌ ବାଣ୍ଟୁଥିଲି, ଏବେ ମୁଁ ଦଳରେ ନାହିଁ, କାହିଁକି ଏପରି କହିଲେ ଅମର…

ଭୁବନେଶ୍ୱର,୧୪ା୧୦: ବିଜେଡିରେ ଚାଲିଥିବା ଅନ୍ତଃକନ୍ଦଳ ଏବେ ହାଟରେ ପଡ଼ି ଦାଣ୍ଡରେ ଗଡ଼ିଲାଣି। ଦଳର ବରିଷ୍ଠ ନେତାମାନେ ଜଣେ ଜଣଙ୍କୁ ଆକ୍ଷେପ ପ୍ରତି ଆକ୍ଷେପ କରି ଚାଲିଛନ୍ତି। ସବୁଠୁ ଚମକାଇ ଦେଇଛି ଦଳର ବରିଷ୍ଠ ନେତା ତଥା ବଡ଼ଚଣାର ପୂର୍ବତନ ବିଧାୟକ ଅମର ଶତପଥୀଙ୍କ ବିସ୍ଫୋରକ ବୟାନ। ଲେନିନ ତାଙ୍କୁ ଦଳ ଛାଡ଼ି ପଳାନ୍ତୁ କହିବା ପରେ ଅମର କଡ଼ା କଥା ଶୁଣାଇ ଦେଇଛନ୍ତି। ସେ କହିଛନ୍ତି, ‘ଦିନ ଥିଲା ମୁଁ ବିଜେଡିରେ ଟିକେଟ ବାଣ୍ଟୁଥିଲି। ଏବେ ମୁଁ […] The post ଦିନ ଥିଲା ମୁଁ ବିଜେଡିରେ ଟିକେଟ୍‌ ବାଣ୍ଟୁଥିଲି, ଏବେ ମୁଁ ଦଳରେ ନାହିଁ, କାହିଁକି ଏପରି କହିଲେ ଅମର… appeared first on Dharitri Odia News.

ଦିନ ଥିଲା ମୁଁ ବିଜେଡିରେ ଟିକେଟ୍‌ ବାଣ୍ଟୁଥିଲି, ଏବେ ମୁଁ ଦଳରେ ନାହିଁ, କାହିଁକି ଏପରି କହିଲେ ଅମର…

ଭୁବନେଶ୍ୱର,୧୪ା୧୦: ବିଜେଡିରେ ଚାଲିଥିବା ଅନ୍ତଃକନ୍ଦଳ ଏବେ ହାଟରେ ପଡ଼ି ଦାଣ୍ଡରେ ଗଡ଼ିଲାଣି। ଦଳର ବରିଷ୍ଠ ନେତାମାନେ ଜଣେ ଜଣଙ୍କୁ ଆକ୍ଷେପ ପ୍ରତି ଆକ୍ଷେପ କରି ଚାଲିଛନ୍ତି। ସବୁଠୁ ଚମକାଇ ଦେଇଛି ଦଳର ବରିଷ୍ଠ ନେତା ତଥା ବଡ଼ଚଣାର ପୂର୍ବତନ ବିଧାୟକ ଅମର ଶତପଥୀଙ୍କ ବିସ୍ଫୋରକ ବୟାନ। ଲେନିନ ତାଙ୍କୁ ଦଳ ଛାଡ଼ି ପଳାନ୍ତୁ କହିବା ପରେ ଅମର କଡ଼ା କଥା ଶୁଣାଇ ଦେଇଛନ୍ତି।

ସେ କହିଛନ୍ତି, ‘ଦିନ ଥିଲା ମୁଁ ବିଜେଡିରେ ଟିକେଟ ବାଣ୍ଟୁଥିଲି। ଏବେ ମୁଁ ଦଳରେ ନାହିଁ। ମୁଁ ଏବେ ସ୍ବାଧୀନ। ସଭ୍ୟ ସଂଗ୍ରହ ଅଭିଯାନରେ ମୁଁ ମୋ’ ସଭ୍ୟପଦ ନବୀକରଣ ବି କରିନି। କିଛି ଦିନ ହେଲା ମୁଁ ସକ୍ରିୟ ରାଜନୀତିରୁ ନିବୃତ୍ତ ରହିଛି। ଲେନିନ୍‌ଙ୍କ ଅପରିପକ୍ବତା ପ୍ରତି ମୋର ଦୟା ଆସୁଛି। ମୋ ପୁତୁରା କେହି ଭାଜପାକୁ ଯାଇନାହାନ୍ତି, ସେ ନାଁ କହିଲେ ଭଲ ହେବ। ଭାଜପା ସହ ଅନେକ ଦଳ ଏବେ ବି ମୋ’ ସହ ଯୋଗାଯୋଗରେ ଅଛନ୍ତି। କିନ୍ତୁ ମୁଁ ଏବେ ସକ୍ରିୟ ରାଜନୀତିରୁ ନିବୃତ୍ତ ରହିଛି।’

The post ଦିନ ଥିଲା ମୁଁ ବିଜେଡିରେ ଟିକେଟ୍‌ ବାଣ୍ଟୁଥିଲି, ଏବେ ମୁଁ ଦଳରେ ନାହିଁ, କାହିଁକି ଏପରି କହିଲେ ଅମର… appeared first on Dharitri Odia News.