ଦିନ ଦ୍ବିପ୍ରହରରେ ଲୁଟ୍, ବାଇକ୍ ରଖି ଡିକିରୁ ଟଙ୍କା ବାହାର କରିବା ବେଳେ ୪ଲକ୍ଷ ଟଙ୍କା ଝାମ୍ପିନେଲେ ଲୁଟେରା

ପାଟଣାଗଡ଼ ୨।୬: ଦିନ ଦ୍ବିପ୍ରହରରେ ଟଙ୍କା ଝାମ୍ପିନେଲେ ଲୁଟେରା । ପାଟଣାଗଡ ସହରରେ ଘଟିଛି ଏଭଳି ଲୁଟ୍ ଘଟଣା । ଜଣେ ବ୍ୟବସାୟୀଙ୍କ ଠାରୁ ୪ ଲକ୍ଷ ଟଙ୍କା ନେଇ ଚମ୍ପଟ ମାରିଲେ ଲୁଟେରା । ସିସିଟିଭି ଫୁଟେଜ୍ ଆଧାରରେ ତଦନ୍ତ ଆରମ୍ଭ କରିଛି ପୋଲିସ । ସୂଚନାଯୋଗ୍ୟ ଯେ, ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ରାମଜି ଛକରେ ଥିବା ବ୍ୟବସାୟୀ ମୁନା ପଂସାରି ବ୍ୟାଙ୍କରୁ ୪ ଲକ୍ଷ ଟଙ୍କା ଉଠାଇ ବାଇକ୍‌ରେ ନିଜ ଘରକୁ ଯାଉଥିଲେ ।  ଘରେ ପହଞ୍ଚି  ବାଇକ୍ ଡିକିରୁ ଟଙ୍କା ବାହାର କରୁଥିବା ବେଳେ ଏକ ଆପାଚି ବାଇକ୍‌ରେ ଦୁଇ ଜଣ ଲୁଟେରା ଆସି ଟଙ୍କା ଝାମ୍ପି ନେଇଥିଲେ । ଆଖିପିଛୁଳାକେ ଲୁଟେରା ଦୁଇ ଜଣ ଫେରାର ହୋଇଯାଇଥିଲେ । ଏ ନେଇ ମୁନା ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ଆଧାରରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ସ୍ଥାନୀୟ ଅଞ୍ଚଳରେ ଲାଗିଥିବା ସିସିଟିଭି ଫୁଟେଜ୍ ସଂଗ୍ରହ କରି ତଦନ୍ତ କରୁଛି ପୋଲିସ ।You Can Read:ମହାପ୍ରସାଦ ନାଁରେ ଶ୍ରୀମନ୍ଦିର ବାହାରେ ଖଜା ବିକ୍ରି କଲେ ହେବ କାର୍ଯ୍ୟାନୁଷ୍ଠାନ, ଖୁବ୍‌ଶୀଘ୍ର ମାନ ଯାଞ୍ଚ 

ଦିନ ଦ୍ବିପ୍ରହରରେ ଲୁଟ୍, ବାଇକ୍ ରଖି ଡିକିରୁ ଟଙ୍କା ବାହାର କରିବା ବେଳେ ୪ଲକ୍ଷ ଟଙ୍କା ଝାମ୍ପିନେଲେ ଲୁଟେରା

ପାଟଣାଗଡ଼ ୨ଦିନ ଦ୍ବିପ୍ରହରରେ ଟଙ୍କା ଝାମ୍ପିନେଲେ ଲୁଟେରା । ପାଟଣାଗଡ ସହରରେ ଘଟିଛି ଏଭଳି ଲୁଟ୍ ଘଟଣା । ଜଣେ ବ୍ୟବସାୟୀଙ୍କ ଠାରୁ ୪ ଲକ୍ଷ ଟଙ୍କା ନେଇ ଚମ୍ପଟ ମାରିଲେ ଲୁଟେରା । ସିସିଟିଭି ଫୁଟେଜ୍ ଆଧାରରେ ତଦନ୍ତ ଆରମ୍ଭ କରିଛି ପୋଲିସ । 

ସୂଚନାଯୋଗ୍ୟ ଯେ, ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ରାମଜି ଛକରେ ଥିବା ବ୍ୟବସାୟୀ ମୁନା ପଂସାରି ବ୍ୟାଙ୍କରୁ ୪ ଲକ୍ଷ ଟଙ୍କା ଉଠାଇ ବାଇକ୍‌ରେ ନିଜ ଘରକୁ ଯାଉଥିଲେ ।  ଘରେ ପହଞ୍ଚି  ବାଇକ୍ ଡିକିରୁ ଟଙ୍କା ବାହାର କରୁଥିବା ବେଳେ ଏକ ଆପାଚି ବାଇକ୍‌ରେ ଦୁଇ ଜଣ ଲୁଟେରା ଆସି ଟଙ୍କା ଝାମ୍ପି ନେଇଥିଲେ । ଆଖିପିଛୁଳାକେ ଲୁଟେରା ଦୁଇ ଜଣ ଫେରାର ହୋଇଯାଇଥିଲେ । 

ଏ ନେଇ ମୁନା ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ଆଧାରରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ସ୍ଥାନୀୟ ଅଞ୍ଚଳରେ ଲାଗିଥିବା ସିସିଟିଭି ଫୁଟେଜ୍ ସଂଗ୍ରହ କରି ତଦନ୍ତ କରୁଛି ପୋଲିସ ।

You Can Read:

ମହାପ୍ରସାଦ ନାଁରେ ଶ୍ରୀମନ୍ଦିର ବାହାରେ ଖଜା ବିକ୍ରି କଲେ ହେବ କାର୍ଯ୍ୟାନୁଷ୍ଠାନ, ଖୁବ୍‌ଶୀଘ୍ର ମାନ ଯାଞ୍ଚ