ଦିନ ସାଢ଼େ ୧୧ଟାରେ ୪୦ ଟପିଲା ଭୁବନେଶ୍ବର ତାପମାତ୍ରା
ଭୁବନେଶ୍ୱର,୧୮।୪: ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଓ ଅସହ୍ୟ ତାତିରେ ଆଉଟୁପାଉଟୁ ହେଉଛନ୍ତି ରାଜ୍ୟବାସୀ। ଭୟଙ୍କର ଗରମ ସାଙ୍ଗକୁ ଗୁଳୁଗୁଳି ଜନଜୀବନକୁ ଅସ୍ତବ୍ୟସ୍ତ କରି ପକାଉଛି। ସକାଳ ୮ ଟା ପରେ ଘରୁ ବାହାରିବା କଷ୍ଟକର ହୋଇପଡିଛି। ଗୁରୁବାର ଦିନ ସାଢ଼େ ୧୧ଟାରେ ୪୦ ପାର କରିଛି ଭୁବନେଶ୍ବର ତାପମାତ୍ରା। ସାଢ଼େ ୧୧ଟାରେ ଭୁବନେଶ୍ବର ତାପମାତ୍ରା ୪୦.୬ ବେଳେ ବାଲେଶ୍ବର ତାପମାତ୍ରା ମଧ୍ୟ ୪୦.୬ ରେ ପହଞ୍ଚିଛି। ସେହିଭଳି ଚାନ୍ଦବାଲି ଓ ଝାରସୁଗୁଡ଼ା ୪୦ ଡିଗ୍ରୀ , ସମ୍ବଲପୁର […] The post ଦିନ ସାଢ଼େ ୧୧ଟାରେ ୪୦ ଟପିଲା ଭୁବନେଶ୍ବର ତାପମାତ୍ରା appeared first on Dharitri Odia News.
ଭୁବନେଶ୍ୱର,୧୮।୪: ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଓ ଅସହ୍ୟ ତାତିରେ ଆଉଟୁପାଉଟୁ ହେଉଛନ୍ତି ରାଜ୍ୟବାସୀ। ଭୟଙ୍କର ଗରମ ସାଙ୍ଗକୁ ଗୁଳୁଗୁଳି ଜନଜୀବନକୁ ଅସ୍ତବ୍ୟସ୍ତ କରି ପକାଉଛି। ସକାଳ ୮ ଟା ପରେ ଘରୁ ବାହାରିବା କଷ୍ଟକର ହୋଇପଡିଛି। ଗୁରୁବାର ଦିନ ସାଢ଼େ ୧୧ଟାରେ ୪୦ ପାର କରିଛି ଭୁବନେଶ୍ବର ତାପମାତ୍ରା।
ସାଢ଼େ ୧୧ଟାରେ ଭୁବନେଶ୍ବର ତାପମାତ୍ରା ୪୦.୬ ବେଳେ ବାଲେଶ୍ବର ତାପମାତ୍ରା ମଧ୍ୟ ୪୦.୬ ରେ ପହଞ୍ଚିଛି। ସେହିଭଳି ଚାନ୍ଦବାଲି ଓ ଝାରସୁଗୁଡ଼ା ୪୦ ଡିଗ୍ରୀ , ସମ୍ବଲପୁର ୩୯.୭, କେନ୍ଦୁଝର ୩୯, ହୀରାକୁଦ ୩୮.୬ ଡିଗ୍ରୀ, ରାଉରକେଲା ୩୭ ଡିଗ୍ରୀ, ଗୋପାଳପୁର ୩୫.ଡିଗ୍ରୀ, ପୁରୀ ୩୪.୫ ଡିଗ୍ରୀ, ପାରାଦ୍ୱୀପ ୩୪.୫ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି।
ଏହାପୂର୍ବରୁ ସକାଳ ସାଢେ ୮ଟା ସୁଦ୍ଧା ୧୮ ସହରର ତାପମାତ୍ରା ୩୦ ଡିଗ୍ରୀ ଅତିକ୍ରମ କରିଥିଲା। ୩୫.୮ ଡିଗ୍ରୀ ସହ ତାଳଚେର ସବୁଠୁ ଉତ୍ତପ୍ତ ସହର ପାଲଟିଛି । ଅନୁଗୁଳ ଓ ବାଲେଶ୍ୱରରେ ୩୫ ଡିଗ୍ରୀ, ଜଗତସିଂହପୁରରେ ୩୪.୮, ଭବାନୀପାଟଣା, ନୟାଗଡ଼ ଓ ବାରିପଦାରେ ୩୪ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି । ଭୁବନେଶ୍ୱରରେ ପାରଦ ୩୩.୪ ଡିଗ୍ରୀ, ଆହୁରି ଦୁଇ ଦିନ ଯାଏ ତାତିରୁ ମିଳିବନି ନିସ୍ତାର । କିଛି ଅଞ୍ଚଳରେ ଦିନର ତାପମାତ୍ରା ୪୫ ଡିଗ୍ରୀ ଛୁଇଁବା ସମ୍ଭାବନା ରହିଛି ।
ଆଜିଠୁ ଆସନ୍ତା ରବିବାର ଅର୍ଥାତ ୨୦ ତାରିଖ ଯାଏଁ ରାଜ୍ୟର ୪ଟି ଜିଲାରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଅନୁଭୂତ ହେବ । ସେହି ଜିଲାଗୁଡିକ ହେଉଛି ମୟୂରଭଞ୍ଜ, ନୟାଗଡ, ନୂଆପଡା ଓ ଗଜପତି । ତେଣୁ ଏହି ୪ ଜିଲାକୁ ସିଭିୟର ହିଟ ୱେଭ ପାଇଁ ଦୁଇ ଦିନ ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି । ଏଥିସହ ଆବଶ୍ୟକ ସତର୍କତା ଅବଲମ୍ବନ କରିବାକୁ ସମସ୍ତଙ୍କୁ ପରାମର୍ଶ ଦିଆଯାଇଛି । ତେବେ ୨୦ ତାରିଖରୁ ୨୩ ତାରିଖ ମଧ୍ୟରେ ପାଗ ମେଘୁଆ ରହିବା ସହ କେତେକ ସ୍ଥାନରେ କାଳବୈଶାଖୀ ବର୍ଷା ହେବାର ସମ୍ଭାବନା ରହିଛି ।
The post ଦିନ ସାଢ଼େ ୧୧ଟାରେ ୪୦ ଟପିଲା ଭୁବନେଶ୍ବର ତାପମାତ୍ରା appeared first on Dharitri Odia News.