ବାପାଙ୍କ ସହ ଯୁକ୍ତିତର୍କ ପରେ ଫ୍ୟାନ୍‌ରେ ଝୁଲି ପଡ଼ିଲେ ନାବାଳକ

ଫୁଲବାଣୀ, ୨୭।୩(ରାକେଶ କୁମାର ରାଉତ)-କନ୍ଧମାଳ ଜିଲା ଫୁଲବାଣୀ ଟାଉନ ଥାନା ଅନ୍ତର୍ଗତ କେନ୍ଦୁପଦର ଅଞ୍ଚଳରେ ବୁଧବାର ଜଣେ ନାବାଳକଙ୍କ ମୃତଦେହ ସନ୍ଦେହ ଜନକ ଅବସ୍ଥାରେ ଉଦ୍ଧାର କରାଯାଇଛି। ମୃତକଜଣଙ୍କ ହେଲେ କେନ୍ଦୁପଦରର ଅଭିଜିତ ବଗର୍ତ୍ତି। ସେ ଏଜେଓ ହାଇସ୍କୁଲରେ ପାଠ ପଢୁଥିଲେ ଏବଂ ଚଳିତ ବର୍ଷ ମାଟ୍ରିକ ପରୀକ୍ଷା ଦେଇଥିଲେ। ତାଙ୍କ ମା’ ଜଣେ ଦିନ ମଜୁରିଆ ଭାବେ କାମ କରନ୍ତି। ସୂଚନା ଅନୁଯାୟୀ, କୌଣସି କାରଣରୁ ବାପା ଘରେ ପାଟିତୁଣ୍ଡ କରିଥିଲେ। ଏଥିରେ ପୁଅ ବାରଣ […] The post ବାପାଙ୍କ ସହ ଯୁକ୍ତିତର୍କ ପରେ ଫ୍ୟାନ୍‌ରେ ଝୁଲି ପଡ଼ିଲେ ନାବାଳକ appeared first on Dharitri Odia News.

ବାପାଙ୍କ ସହ ଯୁକ୍ତିତର୍କ ପରେ ଫ୍ୟାନ୍‌ରେ ଝୁଲି ପଡ଼ିଲେ ନାବାଳକ

ଫୁଲବାଣୀ, ୨୭।୩(ରାକେଶ କୁମାର ରାଉତ)-କନ୍ଧମାଳ ଜିଲା ଫୁଲବାଣୀ ଟାଉନ ଥାନା ଅନ୍ତର୍ଗତ କେନ୍ଦୁପଦର ଅଞ୍ଚଳରେ ବୁଧବାର ଜଣେ ନାବାଳକଙ୍କ ମୃତଦେହ ସନ୍ଦେହ ଜନକ ଅବସ୍ଥାରେ ଉଦ୍ଧାର କରାଯାଇଛି। ମୃତକଜଣଙ୍କ ହେଲେ କେନ୍ଦୁପଦରର ଅଭିଜିତ ବଗର୍ତ୍ତି। ସେ ଏଜେଓ ହାଇସ୍କୁଲରେ ପାଠ ପଢୁଥିଲେ ଏବଂ ଚଳିତ ବର୍ଷ ମାଟ୍ରିକ ପରୀକ୍ଷା ଦେଇଥିଲେ। ତାଙ୍କ ମା’ ଜଣେ ଦିନ ମଜୁରିଆ ଭାବେ କାମ କରନ୍ତି।

ସୂଚନା ଅନୁଯାୟୀ, କୌଣସି କାରଣରୁ ବାପା ଘରେ ପାଟିତୁଣ୍ଡ କରିଥିଲେ। ଏଥିରେ ପୁଅ ବାରଣ କରିବାରୁ ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ପରେ ସେ ନିଜ ଘର ଭିତରେ ଝୁଲିପଡ଼ିଥିବା ସାହିଲୋକେ ଦେଖିବାକୁ ପାଇଥିଲେ। ଏହି ସମୟରେ ମା’ ମୂଲ ଲାଗିବା ପାଇଁ ଯାଇଥିଲେ। ସୂଚନା ପାଇ ଟାଉନ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା । ସେତେବେଳକୁ ମୃତକଙ୍କ ବାପା ସ୍ତ୍ରୀଙ୍କୁ ଡାକି ମୃତଦେହକୁ ଓହ୍ଲାଇ ସାରିଥିଲେ। ପୋଲିସ ପହଞ୍ଚିବା ପରେ ମୃତଦେହ ଜବତ କରିଛି। ଗୁରୁବାର ମୃତଦେହ ବ୍ୟବଚ୍ଛେଦ କରାଯିବ। ଏ ନେଇ ବର୍ତ୍ତମାନ ସୁଦ୍ଧା ଥାନାରେ କେହି ଏତଲା ଦେଇ ନାହାନ୍ତି। ଘଟଣାର ତଦନ୍ତ ଚାଲିଛି ବୋଲି ଥାନା ଅଧିକାରୀ ପି ସ୍ବରୂପ କିଶାନ ସୂଚନା ଦେଇଛନ୍ତି।

The post ବାପାଙ୍କ ସହ ଯୁକ୍ତିତର୍କ ପରେ ଫ୍ୟାନ୍‌ରେ ଝୁଲି ପଡ଼ିଲେ ନାବାଳକ appeared first on Dharitri Odia News.