ଦିନ ୧୨ ତା ଯାଏଁ ଗୃହ ମୁଲତବୀ
ଭୁବନେଶ୍ୱର : ଆଜିଠାରୁ ଆରମ୍ଭ ହୋଇଛି ବିଧାନସଭା ବଜେଟ ଅଧିବେଶନର ୨ୟ ପର୍ଯ୍ୟାୟ । କିନ୍ତୁ ଗୃରେହ ଆରମ୍ଭ ବେଳକୁ ଦେଖାଦେଇଥିଲା ବିରୋଧୀ ଦଳଙ୍କ ହଟ୍ଟଗୋଳ । ବିଜୁ ଜୟନ୍ତୀ ପାଳନ ଏବଂ ବିଜୁବାବୁଙ୍କ ପ୍ରତିମୁର୍ତି ଭଂଗାଯିବା ଘଟଣାକୁ ନେଇ ଗୃହର ମଧ୍ୟ ଭାଗକୁ ଆସି ଉଭୟ ବିଜେଡି ଏବଂ କଂଗ୍ରେସ ନେତା ମାନେ ହୋହଲ୍ଲା କରିଥିଲେ । ଏହାସହ ରାଜ୍ୟରେ ମହିଳା ନିର୍ଯାତନା ଓ ଅତ୍ୟାଚାର କରାଯାଉଥିବା ଓ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ଥିବାର ଅଭିଯୋଗ ଆଣି […]

ଭୁବନେଶ୍ୱର : ଆଜିଠାରୁ ଆରମ୍ଭ ହୋଇଛି ବିଧାନସଭା ବଜେଟ ଅଧିବେଶନର ୨ୟ ପର୍ଯ୍ୟାୟ । କିନ୍ତୁ ଗୃରେହ ଆରମ୍ଭ ବେଳକୁ ଦେଖାଦେଇଥିଲା ବିରୋଧୀ ଦଳଙ୍କ ହଟ୍ଟଗୋଳ । ବିଜୁ ଜୟନ୍ତୀ ପାଳନ ଏବଂ ବିଜୁବାବୁଙ୍କ ପ୍ରତିମୁର୍ତି ଭଂଗାଯିବା ଘଟଣାକୁ ନେଇ ଗୃହର ମଧ୍ୟ ଭାଗକୁ ଆସି ଉଭୟ ବିଜେଡି ଏବଂ କଂଗ୍ରେସ ନେତା ମାନେ ହୋହଲ୍ଲା କରିଥିଲେ ।
ଏହାସହ ରାଜ୍ୟରେ ମହିଳା ନିର୍ଯାତନା ଓ ଅତ୍ୟାଚାର କରାଯାଉଥିବା ଓ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ଥିବାର ଅଭିଯୋଗ ଆଣି ଏହାର ପ୍ରତିବାଦରେ ବିଧାନସଭା ପରିସରରେ ଥିବା ଗାନ୍ଧୀମୂର୍ତ୍ତି ତଳେ ଧାରଣାରେ ବସିଥିଲେ ବିରୋଧୀ । ବାଧ୍ୟହୋଇ ବାଚସ୍ପତି ସୁରମା ପାଢ଼ୀ ଦିନ ୧୨ଟା ଯାଏ ଗୃହକୁ ମୁଲତବୀ ଘୋଷଣା କରିଛନ୍ତି ।