ଦିନକ ପରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପବିତ୍ର ଘୋଷଯାତ୍ରା, ଚଳଚଞ୍ଚଳ ଶ୍ରୀବାଣୀକ୍ଷେତ୍ର

ଭୁବନେଶ୍ୱର: ଦିନକ ପରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପବିତ୍ର ଘୋଷଯାତ୍ରା । ତିନିରଥରେ ବିଜେକରି ପ୍ରଭୁ ବଳଭଦ୍ର, ମା ଶୁଭଦ୍ରା, ମହାପ୍ରଭୁ ଶ୍ରୀଜଗନ୍ନାଥ ଓ ପ୍ରଭୁ ସୁଦର୍ଶନ ଚତୁର୍ଦ୍ଧାମୂର୍ତ୍ତି ଦର୍ଶନ ଦେବେ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କୁ । ଚଳିତବର୍ଷ ମହାପ୍ରଭୁଙ୍କ ରଥଯାତ୍ରା ପାଇଁ କିଟ୍‍ ଜଗନ୍ନାଥ ମନ୍ଦିର ଶ୍ରୀବାଣୀକ୍ଷେତ୍ରରେ ସମସ୍ତ ପ୍ରକାର ପ୍ରସ୍ତୁତି ଶେଷ ହୋଇଛି । ଶ୍ରୀବାଣୀକ୍ଷେତ୍ର ଚଳଚଞ୍ଚଳ ହୋଇ ଉଠିଛି । ମହାପ୍ରଭୁଙ୍କ ଘୋଷଯାତ୍ରାକୁ ସୁରୁଖୁରୁରେ ଶାନ୍ତିଶୃଙ୍ଖଳାର ସମ୍ପନ୍ନ କରିବା ନିମନ୍ତେ ଆଜି ଶ୍ରୀବାଣୀକ୍ଷେତ୍ରରେ କିଟ୍‍ […] The post ଦିନକ ପରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପବିତ୍ର ଘୋଷଯାତ୍ରା, ଚଳଚଞ୍ଚଳ ଶ୍ରୀବାଣୀକ୍ଷେତ୍ର appeared first on KNews Odisha.

ଦିନକ ପରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପବିତ୍ର ଘୋଷଯାତ୍ରା, ଚଳଚଞ୍ଚଳ ଶ୍ରୀବାଣୀକ୍ଷେତ୍ର
kiss ratha

ଭୁବନେଶ୍ୱର: ଦିନକ ପରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପବିତ୍ର ଘୋଷଯାତ୍ରା । ତିନିରଥରେ ବିଜେକରି ପ୍ରଭୁ ବଳଭଦ୍ର, ମା ଶୁଭଦ୍ରା, ମହାପ୍ରଭୁ ଶ୍ରୀଜଗନ୍ନାଥ ଓ ପ୍ରଭୁ ସୁଦର୍ଶନ ଚତୁର୍ଦ୍ଧାମୂର୍ତ୍ତି ଦର୍ଶନ ଦେବେ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କୁ । ଚଳିତବର୍ଷ ମହାପ୍ରଭୁଙ୍କ ରଥଯାତ୍ରା ପାଇଁ କିଟ୍‍ ଜଗନ୍ନାଥ ମନ୍ଦିର ଶ୍ରୀବାଣୀକ୍ଷେତ୍ରରେ ସମସ୍ତ ପ୍ରକାର ପ୍ରସ୍ତୁତି ଶେଷ ହୋଇଛି । ଶ୍ରୀବାଣୀକ୍ଷେତ୍ର ଚଳଚଞ୍ଚଳ ହୋଇ ଉଠିଛି ।

ମହାପ୍ରଭୁଙ୍କ ଘୋଷଯାତ୍ରାକୁ ସୁରୁଖୁରୁରେ ଶାନ୍ତିଶୃଙ୍ଖଳାର ସମ୍ପନ୍ନ କରିବା ନିମନ୍ତେ ଆଜି ଶ୍ରୀବାଣୀକ୍ଷେତ୍ରରେ କିଟ୍‍ ଜଗନ୍ନାଥ ମନ୍ଦିର ଟ୍ରଷ୍ଟ ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତଙ୍କ ଅଧ୍ୟକ୍ଷତାରେ ଶେଷ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା । ମହାପ୍ରଭୁଙ୍କ ପହଣ୍ଡିଠାରୁ ଆରମ୍ଭ କରି ଛେରାପହଁରା, ରଥଟଣା ପର୍ଯ୍ୟନ୍ତ ସମସ୍ତ ରୀତିନୀତି ଶାନ୍ତିଶୃଙ୍ଖଳାର ସହ ସମାପନ ପାଇଁ ଡ. ସାମନ୍ତ ପରାମର୍ଶ ଦେଇଥିଲେ ।

ଆସନ୍ତାକାଲି ଅପରାହ୍ନ ୪ଟା ସମୟରେ ଛେରାପହଁରା ନୀତି ସମାପନ କରାଯାଇ ଅପରାହ୍ନ ୪ଟା ୩୦ମିନଟ୍‍ରେ ରଥଟଣା ପାଇଁ ବୈଠକରେ ନିଷ୍ପତ୍ତି ନିଆଯାଇଥିଲା । ଶ୍ରୀକ୍ଷେତ୍ର ପୁରୀ ଜଗନ୍ନାଥ ମନ୍ଦିରର ସମସ୍ତ ରୀତିନୀତି ଅନୁଯାୟୀ ଶ୍ରୀବାଣୀକ୍ଷେତ୍ର ଜଗନ୍ନାଥ ମନ୍ଦିରରେ ସମସ୍ତ ଦେବନୀତି ଓ ପର୍ବ ପର୍ବାଣୀ, ମହାପ୍ରଭୁଙ୍କ ଯାନିଯାତ୍ରା ଅନୁଷ୍ଠିତ ହୋଇଥାଏ ।

ତିନି ରଥରେ ନୂତନ କନା ପକାଯିବା ସହ ଫୁଲରେ ତିନିରଥକୁ ସଜ୍ଜା ଯାଇଛି । ରଥଯାତ୍ରା ପାଇଁ ଶ୍ରୀବାଣୀକ୍ଷେତ୍ରଠାରୁ ଶିଖରଚଣ୍ଡୀ ମନ୍ଦିର ପାଦଦେଶରେ ଅବସ୍ଥିତ ଗୁଣ୍ଡିଚାମନ୍ଦିର ମନ୍ଦିର ପର୍ଯ୍ୟନ୍ତ ରାସ୍ତାକୁ ରଙ୍ଗୀନ ଆଲୋକମାଳାରେ ସଜ୍ଜିତ କରାଯାଇଛି । ଆସନ୍ତାକାଲି ରବିବାର ଆଷାଢ଼ ଶୁକ୍ଳ ଦ୍ୱିତୀୟା ତିଥି ଗୋଟିଏ ଦିନରେ ଶ୍ରୀଜୀଉମାନଙ୍କ ନବଯୌବନ ଦର୍ଶନ, ନେତ୍ରୋତ୍ସବ ଏବଂ ରଥଯାତ୍ରା ଅନୁଷ୍ଠିତ ହେବ । ଶ୍ରୀବାଣୀକ୍ଷେତ୍ର ରଥଯାତ୍ରାରେ ମା ଶୁଭଦ୍ରାଙ୍କ ରଥକୁ କେବଳ ମହିଳାମାନେ ଟାଣିଥାନ୍ତି । ନବଦିନବ୍ୟାପୀ ଘୋଷଯାତ୍ରା ଅବସରରେ ମନ୍ଦିର ପ୍ରଶାସନ ପକ୍ଷରୁ ମୀନାବଜାର, ଗୁଣ୍ଡିଚା ମନ୍ଦିରରେ ପ୍ରତ୍ୟେହ ସଂଧ୍ୟାରେ ଭଜନ ସମାରୋହର ଆୟୋଜନ କରାଯାଇଛି ।

The post ଦିନକ ପରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପବିତ୍ର ଘୋଷଯାତ୍ରା, ଚଳଚଞ୍ଚଳ ଶ୍ରୀବାଣୀକ୍ଷେତ୍ର appeared first on KNews Odisha.