ଦିନକରେ ୧୫ ବିଶ୍ୱରେକର୍ଡ କଲେ ଏହି ବ୍ୟକ୍ତି

ଲଣ୍ଡନ:ବିଶ୍ୱବ୍ୟାପୀ ବିଭିନ୍ନ କ୍ଷେତ୍ରରେ ବ୍ୟକ୍ତିବିଶେଷଙ୍କ ଦ୍ୱାରା ସମ୍ପନ୍ନ ହୋଇଥିବା ଅନେକ ସଫଳତାକୁ ଗିନିଜ୍‌ ୱାଲର୍‌ଡ ରେକର୍ଡସ୍‌ (ଜିଡବ୍ଲ୍ୟୁଆର୍‌) ପ୍ରଦର୍ଶିତ କରିଥାଏ। ଶନିବାର ଆମେରିକା ଇଡାହୋର ଡେଭିଡ ରଷ୍‌ ନାମକ ଜଣେ ବ୍ୟକ୍ତି ୧୫ଟି ଭିନ୍ନ ଭିନ୍ନ ଶ୍ରେଣୀରେ ରହିଥିବା ବିଶ୍ୱ ରେକର୍ଡକୁ ଭଙ୍ଗ କରି ଜିଡବ୍ଲ୍ୟୁଆର୍‌ରେ ନିଜ ନାମ ସାମିଲ କରିପାରିଛନ୍ତି, ଯାହା ସମସ୍ତଙ୍କୁ ଆଶ୍ଚର୍ୟ୍ୟ କରିଛି। ନିଜ ଜୀବନରେ ୨୫୦ରୁ ଅଧିକ ଥର ବିଶ୍ୱ ରେକର୍ଡ ଭାଙ୍ଗିଥିବା ଡେଭିଡ୍‌ ଶନିବାର ଲଣ୍ଡନରେ ଥିବା ଜିଡବ୍ଲ୍ୟୁଆର୍‌ ମୁଖ୍ୟାଳୟକୁ […] The post ଦିନକରେ ୧୫ ବିଶ୍ୱରେକର୍ଡ କଲେ ଏହି ବ୍ୟକ୍ତି appeared first on Dharitri Odia News.

ଦିନକରେ ୧୫ ବିଶ୍ୱରେକର୍ଡ କଲେ ଏହି ବ୍ୟକ୍ତି

ଲଣ୍ଡନ:ବିଶ୍ୱବ୍ୟାପୀ ବିଭିନ୍ନ କ୍ଷେତ୍ରରେ ବ୍ୟକ୍ତିବିଶେଷଙ୍କ ଦ୍ୱାରା ସମ୍ପନ୍ନ ହୋଇଥିବା ଅନେକ ସଫଳତାକୁ ଗିନିଜ୍‌ ୱାଲର୍‌ଡ ରେକର୍ଡସ୍‌ (ଜିଡବ୍ଲ୍ୟୁଆର୍‌) ପ୍ରଦର୍ଶିତ କରିଥାଏ। ଶନିବାର ଆମେରିକା ଇଡାହୋର ଡେଭିଡ ରଷ୍‌ ନାମକ ଜଣେ ବ୍ୟକ୍ତି ୧୫ଟି ଭିନ୍ନ ଭିନ୍ନ ଶ୍ରେଣୀରେ ରହିଥିବା ବିଶ୍ୱ ରେକର୍ଡକୁ ଭଙ୍ଗ କରି ଜିଡବ୍ଲ୍ୟୁଆର୍‌ରେ ନିଜ ନାମ ସାମିଲ କରିପାରିଛନ୍ତି, ଯାହା ସମସ୍ତଙ୍କୁ ଆଶ୍ଚର୍ୟ୍ୟ କରିଛି। ନିଜ ଜୀବନରେ ୨୫୦ରୁ ଅଧିକ ଥର ବିଶ୍ୱ ରେକର୍ଡ ଭାଙ୍ଗିଥିବା ଡେଭିଡ୍‌ ଶନିବାର ଲଣ୍ଡନରେ ଥିବା ଜିଡବ୍ଲ୍ୟୁଆର୍‌ ମୁଖ୍ୟାଳୟକୁ ପରିଦର୍ଶନ କରି ଏହି ବିରଳ ରେକର୍ଡ ସୃଷ୍ଟି କରିଛନ୍ତି। ଜିଡବ୍ଲ୍ୟୁଆର୍‌ ମୁଖ୍ୟାଳୟରେ ସେ ବିଭିନ୍ନ ଶ୍ରେଣୀରେ ରହିଥିବା ରେକର୍ଡକୁ ଭଙ୍ଗ କରିଥିଲେ। ଡେଭିଡ୍‌ ୩ଟି ସେଓକୁ ମାତ୍ର ଗୋଟିଏ ମିନିଟରେ ସର୍ବାଧିକ ୧୯୮ ଥର କାମୁଡ଼ି ବିଶ୍ୱ ରେକର୍ଡ କରିଛନ୍ତି। ସେହିପରି ସେ ମାତ୍ର ୩୦ ସେକେଣ୍ଡ୍‌ ମଧ୍ୟରେ ନିଜ ପାଟିରେ ଟେନିସ୍‌ ବଲ୍‌କୁ କାନ୍ଥରେ ବାଉନ୍ସ କରି ରେକର୍ଡ ସୃଷ୍ଟି କରିଥିଲେ। ଏହାପରେ ସେ ମାତ୍ର ୩୦ ସେକେଣ୍ଡ୍‌ ମଧ୍ୟରେ ସର୍ବାଧିକ ଥର ଟି-ଶାର୍ଟ ପିନ୍ଧି ରେକର୍ଡ କରିଥିଲେ। ସେହିପରି ‘ଷ୍ଟ୍ର’କୁ ବ୍ୟବହାର କରି ସବୁଠୁ ଦ୍ରୁତ ବେଗରେ ୧ ଲିଟର ଲେମ୍ବୁ ଜୁସ୍‌ ପିଇ ମଧ୍ୟ ସେ ଅନ୍ୟ ଏକ ବିଶ୍ୱ ରେକର୍ଡ କରିଥିଲେ। ଏହିପରି ଭାବେ ଡେଭିଡ୍‌ ଗୋଟିଏ ଦିନରେ ୧୫ଟି ଭିନ୍ନ ଭିନ୍ନ ବିଶ୍ୱ ରେକର୍ଡ ଭଙ୍ଗ କରି ଜିଡବ୍ଲ୍ୟୁଆର୍‌ରେ ନିଜ ନାମ ରେକର୍ଡ କରାଇଥିଲେ।
ଡେଭିଡ୍‌ଙ୍କ ଏହି କାରନାମାକୁ ଜିଡବ୍ଲ୍ୟୁଆର ମୁଖ୍ୟାଳୟରେ ଉପସ୍ଥିତ ଥିବା ଅଧିକାରୀ ଅବିଶ୍ୱସନୀୟ କହିଛନ୍ତି। ବିନା କୌଣସି ପୂର୍ବ ପ୍ରସ୍ତୁତିରେ ଗୋଟିଏ ଦିନ ମଧ୍ୟରେ ୧୫ଟି ବିଶ୍ୱ ରେକର୍ଡ ସୃଷ୍ଟି କରିବାକୁ ସେମାନେ ପ୍ରଶଂସା କରିଛନ୍ତି।

The post ଦିନକରେ ୧୫ ବିଶ୍ୱରେକର୍ଡ କଲେ ଏହି ବ୍ୟକ୍ତି appeared first on Dharitri Odia News.