ଦିନକୁ ୨୦୦ ସିଗାରେଟ୍‌ ଟାଣୁଥିଲେ ଅମିତାଭ ବଚ୍ଚନ: ଆଉ ଏବେ…

ବଲିଉଡ ମେଗାଷ୍ଟାର ଅମିତାଭ ବଚ୍ଚନ ଏକ ଶୃଙ୍ଖଳିତ ଜୀବନଶୈଳୀ ପାଇଁ ଜଣାଶୁଣା। ସେ ଧୂମପାନ କିମ୍ବା ମଦ୍ୟପାନ କରନ୍ତି ନାହିଁ । କିନ୍ତୁ ଏପରି ଏକ ସମୟ ଥିଲା ଯେତେବେଳେ ସେ ଦିନକୁ ୨୦୦ ସିଗାରେଟ ଟାଣୁଥିଲେ। ଏକ ପୁରୁଣା ସାକ୍ଷାତକାରରେ ଅମିତାଭ ଏ ବିଷୟରେ କହିଥିଲେ। କିନ୍ତୁ ଏବେ ସେ ଏସବୁରୁ ବହୁ ଦୂରରେ। ଏପରିକି ସେ ଆମିଷ ଖାଉ ନାହାଁନ୍ତି। ଅମିତାଭ କୁହନ୍ତି, ମୁଁ ଏବେ ଧୂମପାନ କି ମଦ୍ୟପାନ କରେ ନାହିଁ। ଏପରିକି […] The post ଦିନକୁ ୨୦୦ ସିଗାରେଟ୍‌ ଟାଣୁଥିଲେ ଅମିତାଭ ବଚ୍ଚନ: ଆଉ ଏବେ… appeared first on Dharitri Odia News.

ଦିନକୁ ୨୦୦ ସିଗାରେଟ୍‌ ଟାଣୁଥିଲେ ଅମିତାଭ ବଚ୍ଚନ: ଆଉ ଏବେ…

ବଲିଉଡ ମେଗାଷ୍ଟାର ଅମିତାଭ ବଚ୍ଚନ ଏକ ଶୃଙ୍ଖଳିତ ଜୀବନଶୈଳୀ ପାଇଁ ଜଣାଶୁଣା। ସେ ଧୂମପାନ କିମ୍ବା ମଦ୍ୟପାନ କରନ୍ତି ନାହିଁ । କିନ୍ତୁ ଏପରି ଏକ ସମୟ ଥିଲା ଯେତେବେଳେ ସେ ଦିନକୁ ୨୦୦ ସିଗାରେଟ ଟାଣୁଥିଲେ। ଏକ ପୁରୁଣା ସାକ୍ଷାତକାରରେ ଅମିତାଭ ଏ ବିଷୟରେ କହିଥିଲେ। କିନ୍ତୁ ଏବେ ସେ ଏସବୁରୁ ବହୁ ଦୂରରେ। ଏପରିକି ସେ ଆମିଷ ଖାଉ ନାହାଁନ୍ତି।

ଅମିତାଭ କୁହନ୍ତି, ମୁଁ ଏବେ ଧୂମପାନ କି ମଦ୍ୟପାନ କରେ ନାହିଁ। ଏପରିକି ମାଛମାଂସ ଖାଏ ନାହିଁ। ମୋ ପରିବାରରେ ମୋ ବାପା ଶାକାହାରୀ ଥିଲେ ଏବଂ ମୋ ମା’ ନ ଥିଲେ। ସେହିଭଳି, ଜୟା ମାଂସ ଖାନ୍ତି ଏବଂ ମୁଁ ଖାଏ ନାହିଁ। ମୁଁ ପୂର୍ବରୁ ମାଂସ ଖାଉଥିଲି । ମୁଁ ପୂର୍ବରୁ ମଦ୍ୟପାନ ଏବଂ ଧୂମପାନ କରୁଥିଲି, କିନ୍ତୁ ବର୍ତ୍ତମାନ ମୁଁ ସବୁକିଛି ଛାଡି ଦେଇଛି।

କୋଲକାତାରେ ମୁଁ ଦିନକୁ ୨୦୦ ସିଗାରେଟ ଟାଣୁଥିଲି। କିନ୍ତୁ ମୁମ୍ବାଇ ଆସିବା ପରେ ମୁଁ ଛାଡିଦେଇଥିଲେ। କିଛି ବର୍ଷ ପୂର୍ବେ ମୁଁ ସ୍ଥିର କଲି ଯେ, ମୋର ଏହା ଦରକାର ନାହିଁ। ଏହି ଅଭ୍ୟାସଗୁଡ଼ିକ ମୋତେ କୌଣସି ଅସୁବିଧା ସୃଷ୍ଟି କରେ ନାହିଁ। ଯେତେବେଳେ ମୁଁ ବିଦେଶରେ ଶୁଟିଂ କରେ, ଶାକାହାରୀ ଖାଦ୍ୟ ସମ୍ବନ୍ଧରେ ଏକ ସମସ୍ୟା ଅଛି। କିନ୍ତୁ ମୁଁ ଖାପଖୁଆଇ ଦେଉଛି।

ବି.ଦ୍ର: ସିଗାରେଟ୍‌ ପିଇବା ସ୍ବାସ୍ଥ୍ୟପ୍ରତି ହାନିକାରକ

The post ଦିନକୁ ୨୦୦ ସିଗାରେଟ୍‌ ଟାଣୁଥିଲେ ଅମିତାଭ ବଚ୍ଚନ: ଆଉ ଏବେ… appeared first on Dharitri Odia News.