ଦିନେ ଆକାଉଣ୍ଟରେ ଥିଲା ମାତ୍ର ୧୮ ଟଙ୍କା: ଆଜି କୋଟି କୋଟି ଟଙ୍କାର ମାଲିକ ଏହି ଅଭିନେତା
ଅଗଷ୍ଟ ୧୫ରେ ମୁକ୍ତିଲାଭ କରିଥିବା ‘ସ୍ତ୍ରୀ ୨’ ବକ୍ସ ଅଫିସରେ ଜବରଦସ୍ତ ପ୍ରଦର୍ଶନ କରିଛି। ଏହି ଚଳଚ୍ଚିତ୍ର ପଞ୍ଚମ ଦିନରେ ୨୦୦ କୋଟି ଟଙ୍କା ଅତିକ୍ରମ କରିଛି। ଏହି ଚଳଚ୍ଚିତ୍ରରେ ରାଜକୁମାର ରାଓ ମଧ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସିଛନ୍ତି। ଏଥିପାଇଁ ତାଙ୍କୁ ୬ କୋଟି ଟଙ୍କା ଫି’ ମିଳିଛି। ରାଜକୁମାର ପ୍ରତ୍ୟେକ ଚଳଚ୍ଚିତ୍ର ପାଇଁ ବିପୁଳ ପରିମାଣର ଚାର୍ଜ କରନ୍ତି। ଦିନ ଥିଲା ତାଙ୍କ ଆକାଉଣ୍ଟରେ ମାତ୍ର ୧୮ ଟଙ୍କା ଥିଲା। କିନ୍ତୁ ଆଜି […] The post ଦିନେ ଆକାଉଣ୍ଟରେ ଥିଲା ମାତ୍ର ୧୮ ଟଙ୍କା: ଆଜି କୋଟି କୋଟି ଟଙ୍କାର ମାଲିକ ଏହି ଅଭିନେତା appeared first on Dharitri Odia News.
ଅଗଷ୍ଟ ୧୫ରେ ମୁକ୍ତିଲାଭ କରିଥିବା ‘ସ୍ତ୍ରୀ ୨’ ବକ୍ସ ଅଫିସରେ ଜବରଦସ୍ତ ପ୍ରଦର୍ଶନ କରିଛି। ଏହି ଚଳଚ୍ଚିତ୍ର ପଞ୍ଚମ ଦିନରେ ୨୦୦ କୋଟି ଟଙ୍କା ଅତିକ୍ରମ କରିଛି। ଏହି ଚଳଚ୍ଚିତ୍ରରେ ରାଜକୁମାର ରାଓ ମଧ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସିଛନ୍ତି। ଏଥିପାଇଁ ତାଙ୍କୁ ୬ କୋଟି ଟଙ୍କା ଫି’ ମିଳିଛି। ରାଜକୁମାର ପ୍ରତ୍ୟେକ ଚଳଚ୍ଚିତ୍ର ପାଇଁ ବିପୁଳ ପରିମାଣର ଚାର୍ଜ କରନ୍ତି। ଦିନ ଥିଲା ତାଙ୍କ ଆକାଉଣ୍ଟରେ ମାତ୍ର ୧୮ ଟଙ୍କା ଥିଲା। କିନ୍ତୁ ଆଜି ସେ କୋଟି କୋଟି ଟଙ୍କାର ମାଲିକ।
ରାଜକୁମାର ରାଓ ଆଜିର ସମୟର ସବୁଠାରୁ ସଫଳ ଏବଂ ଶ୍ରେଷ୍ଠ ଅଭିନେତା ଭାବରେ ଗଣାଯାଏ। ରାଜକୁମାର ୩୧ ଅଗଷ୍ଟ ୧୯୮୪ରେ ଗୁରୁଗ୍ରାମରେ ଜନ୍ମଗ୍ରହଣ କରିଥିଲେ।
୩୯ ବର୍ଷୀୟ ରାଜକୁମାର ରାଓଙ୍କର ଆଜି ଲକ୍ଷ ଲକ୍ଷ ପ୍ରଶଂସକ ଅଛନ୍ତି। ତାଙ୍କର ଉଭୟ ଖ୍ୟାତି ଏବଂ ଧନ ଅଛି । କିନ୍ତୁ ସ୍କୁଲରେ ପଢୁଥିବା ସମୟରେ ତାଙ୍କ ମାତାପିତା ତାଙ୍କ ଫି’ ଦେବାର ସ୍ଥିତିରେ ନ ଥିଲେ, ଦୁଇ ବର୍ଷ ପାଇଁ ଅଭିନେତାଙ୍କ ଫି’ ତାଙ୍କ ଶିକ୍ଷକ ପ୍ରଦାନ କରିଥିଲେ।
ରାଜକୁମାର ମଧ୍ୟ ସେହି ସମୟ ଦେଖିଥିଲେ ଯେତେବେଳେ ତାଙ୍କ ବ୍ୟାଙ୍କ ଆକାଉଣ୍ଟରେ ମାତ୍ର ୧୮ ଟଙ୍କା ଥିଲା। ରାଜକୁମାର ରାଓ ଜଣେ ଅଭିନେତା ହେବାର ସ୍ବପ୍ନ ନେଇ ୨୦୦୮ରେ ମୁମ୍ବାଇ ଆସିଥିଲେ। ତେବେ ତାଙ୍କୁ ଟଙ୍କା ଅଭାବ ସହ ସଂଘର୍ଷ କରିବାକୁ ପଡିଲା। ତା’ପରେ ସେ ପାର୍ଲେ ଜି ବିସ୍କୁଟ ଖାଇବା ଏବଂ ଫ୍ରୁଟି ପିଇ ଦିନ କାଟୁଥିଲେ।
ମୁମ୍ବାଇ ଆସିବା ପରେ ଅଭିନେତା ଗୋଟିଏ ପରେ ଗୋଟିଏ ଚଳଚ୍ଚିତ୍ର ପାଇଁ ଅନେକ ଅଡିସନ ଦେଇଥିଲେ। ରାଜକୁମାର ତାଙ୍କର ୨୦୧୦ ଚଳଚ୍ଚିତ୍ର ‘ଲଭ ସେକ୍ସ ଔର ଧୋକା’ପାଇଁ ମାତ୍ର ୧୧,୦୦୦ ଟଙ୍କା ପାଇଥିଲେ।
ଏହା ପରେ ରାଜକୁମାର ୨୦୧୧ ଚଳଚ୍ଚିତ୍ର ‘ରାଗିଣୀ ଏମଏମଏସ’ରେ କାମ କରିଥିଲେ। ଏଥିପାଇଁ ନିର୍ମାତାମାନେ ତାଙ୍କୁ ୧ ଲକ୍ଷ ଟଙ୍କା ଫି’ ପ୍ରଦାନ କରିଥିଲେ।
ଏକଦା ପ୍ରତ୍ୟେକ ପଇସା ଉପରେ ନିର୍ଭରଶୀଳ ରାଜକୁମାର ଆଜି ଇଣ୍ଡଷ୍ଟ୍ରିର ସବୁଠାରୁ ସଫଳ ତଥା ଧନୀ ଅଭିନେତା ଅଟନ୍ତି। ଏକ ରିପୋର୍ଟ ଅନୁଯାୟୀ, ତାଙ୍କର ମୋଟ ସମ୍ପତ୍ତି ମୂଲ୍ୟ ୮୧ କୋଟି ଟଙ୍କା।
The post ଦିନେ ଆକାଉଣ୍ଟରେ ଥିଲା ମାତ୍ର ୧୮ ଟଙ୍କା: ଆଜି କୋଟି କୋଟି ଟଙ୍କାର ମାଲିକ ଏହି ଅଭିନେତା appeared first on Dharitri Odia News.