ଦିନେ ଥିଲେ ଟିମ୍ର କ୍ୟାପ୍ଟେନ୍, ହେଲେ ଆଜି ସବୁ ଫର୍ମାଟ୍ରୁ ବ୍ୟାନ୍ କଲା କ୍ରିକେଟ୍ ବୋର୍ଡ
ନୂଆଦିଲ୍ଲୀ, ୧୭।୦୮: ଜଣେ ଅନୁଭବୀ ୱିକେଟ୍ କିପର ଭାବେ ଜଣାଶୁଣା ନିରୋଶନ ଡିକ୍ୱେଲା । ହେଲେ ତାଙ୍କ ଉପରେ ଏବେ ବଡ଼ କାର୍ଯ୍ୟାନୁଷ୍ଠାନ ନେଇଛି ଶ୍ରୀଲଙ୍କା କ୍ରିକେଟ୍ ବୋର୍ଡ । ନିକଟରେ ଶେଷ ହୋଇଥିବା ଲଙ୍କା ପ୍ରିମିୟର ଲିଗ୍ ୨୦୨୪ରେ ଏହି ଖେଳାଳି ଆଣ୍ଟି ଡୋପିଂ ଟେଷ୍ଟରେ ବିଫଳ ହେବା ପରେ ତାଙ୍କୁ ସମସ୍ତ ଫର୍ମାଟରୁ ବ୍ୟାନ୍ କରାଯାଇଛି । ଏହି କାର୍ଯ୍ୟାନୁଷ୍ଠାନ କେଉଁ ପର୍ଯ୍ୟନ୍ତ ଲାଗୁ ରହିବ ସେ ନେଇ କୌଣସି ନିର୍ଦ୍ଧିଷ୍ଟ ସୂଚନା ମିଳିନାହିଁ […] The post ଦିନେ ଥିଲେ ଟିମ୍ର କ୍ୟାପ୍ଟେନ୍, ହେଲେ ଆଜି ସବୁ ଫର୍ମାଟ୍ରୁ ବ୍ୟାନ୍ କଲା କ୍ରିକେଟ୍ ବୋର୍ଡ appeared first on Dharitri Odia News.
ନୂଆଦିଲ୍ଲୀ, ୧୭।୦୮: ଜଣେ ଅନୁଭବୀ ୱିକେଟ୍ କିପର ଭାବେ ଜଣାଶୁଣା ନିରୋଶନ ଡିକ୍ୱେଲା । ହେଲେ ତାଙ୍କ ଉପରେ ଏବେ ବଡ଼ କାର୍ଯ୍ୟାନୁଷ୍ଠାନ ନେଇଛି ଶ୍ରୀଲଙ୍କା କ୍ରିକେଟ୍ ବୋର୍ଡ । ନିକଟରେ ଶେଷ ହୋଇଥିବା ଲଙ୍କା ପ୍ରିମିୟର ଲିଗ୍ ୨୦୨୪ରେ ଏହି ଖେଳାଳି ଆଣ୍ଟି ଡୋପିଂ ଟେଷ୍ଟରେ ବିଫଳ ହେବା ପରେ ତାଙ୍କୁ ସମସ୍ତ ଫର୍ମାଟରୁ ବ୍ୟାନ୍ କରାଯାଇଛି । ଏହି କାର୍ଯ୍ୟାନୁଷ୍ଠାନ କେଉଁ ପର୍ଯ୍ୟନ୍ତ ଲାଗୁ ରହିବ ସେ ନେଇ କୌଣସି ନିର୍ଦ୍ଧିଷ୍ଟ ସୂଚନା ମିଳିନାହିଁ । ତାଙ୍କ ଉପରେ ଅନିଶ୍ଚିତ କାଳ ପାଇଁ ବ୍ୟାନ୍ ଲଗାଯାଇପାରେ ବୋଲି କୁହାଯାଉଛି ।
ମିଳିଥିବା ସୂଚନା ଅନୁସାରେ ଡିକ୍ୱେଲା ଘରୋଇ ଲଙ୍କା ପ୍ରିମିୟର ଲିଗ୍ରେ ଡୋପିଂ ଟେଷ୍ଟ ବେଳେ ଫେଲ୍ ହୋଇଥିଲେ । ସେ ଏଲ୍ପିଏଲ୍ରେ ଗାଲ ମାର୍ଭେଲ୍ସର ଅଧିନାୟକ ଥିଲେ । ଡିକୱେଲାଙ୍କ ନେତୃତ଼୍ବରେ ଗାଲ ମାର୍ଭେଲ୍ସ ଟିମ୍ ଲିଗ ପର୍ଯ୍ୟାୟରେ ଚମତ୍କାର ପ୍ରଦର୍ଶନ କରିଥିଲା। ଗ୍ରୁପ ପର୍ଯ୍ୟାୟରେ ପ୍ରଥମ ସ୍ଥାନରେ ଥିଲା ଦଳ । ମାର୍ଭେଲ୍ସ ଏଲ୍ପିଏଲ୍ରେ ୮ଟି ମ୍ୟାଚ ଖେଳିଥିଲା । ସେଥିମଧ୍ୟରୁ ୫ ଟି ଜିତିଥିଲା । ଏହା ପରେ ମାର୍ଭେଲ୍ସ କ୍ୱାଲିଫାୟରରେ ଭଲ ପ୍ରଦର୍ଶନ କରିପାରିନଥିଲା ଏବଂ ଜାଫ୍ନା କିଙ୍ଗ୍ସ ବିପକ୍ଷ ମ୍ୟାଚ ହାରିଯାଇଥିଲା।
ଡିକୱେଲା ଲଙ୍କା ପ୍ରିମିୟର ଲିଗ ୨୦୨୪ରେ ୧୦ଟି ଇନିଂସରେ ମୋଟ ୧୮୪ରନ ସଂଗ୍ରହ କରିଥିଲେ। ଏହି ଅବଧି ମଧ୍ୟରେ ତାଙ୍କର ଷ୍ଟ୍ରାଇକ ହାର ୧୫୩.୩୩ ଥିଲା । ଏଥିରେ ଏକ ଅର୍ଦ୍ଧ ଶତକ ରହିଛି ।
The post ଦିନେ ଥିଲେ ଟିମ୍ର କ୍ୟାପ୍ଟେନ୍, ହେଲେ ଆଜି ସବୁ ଫର୍ମାଟ୍ରୁ ବ୍ୟାନ୍ କଲା କ୍ରିକେଟ୍ ବୋର୍ଡ appeared first on Dharitri Odia News.