ଦିବଂଗତ ଅଭିନେତାଙ୍କ ଶ୍ରାଦ୍ଧ ବାର୍ଷିକୀରେ ଚାଲିଥିଲା କାର୍ଯ୍ୟକ୍ରମ, ଅସ୍ଥାୟୀ ଗେଟ୍ ପଡି ୨ ଆହତ
ପଶ୍ଚିମବଙ୍ଗ ୨୪/୭: ମମତାଙ୍କ ସଭାରେ ଭୁଶୁଡିଲା ଗେଟ୍ । ୨ ଆହତ । ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଯୋଗଦେବାକୁ ଥିବା ଏକ କାର୍ଯ୍ୟକ୍ରମରେ ଅଘଟଣ । ଅସ୍ଥାୟୀ ଗେଟ୍ ଭାଙ୍ଗି ଲୋକଙ୍କ ଉପରେ ପଡିଯିବାରୁ ୨ ଜଣ ଆହତ ହୋଇଛନ୍ତି । ସେମାନଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି ।ସୂଚନା ଓ ସାଂସ୍କୃତିକ ବିଭାଗ ପକ୍ଷରୁ ଧନଧାନ୍ୟ ଅଡିଟୋରିୟମରେ ଏକ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଦିବଂଗତ ଅଭିନେତା ଉତ୍ତମ କୁମାରଙ୍କ ଶ୍ରାଦ୍ଧ ବାର୍ଷିକୀ ଉପଲକ୍ଷେ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କାର୍ଯ୍ୟକ୍ରମର ମୁଖ୍ୟ ଅତିଥି ଭାବେ ନିମନ୍ତ୍ରିତ ହୋଇଥିଲେ। ଘଟଣାସ୍ଥଳରେ ହଜାର ହଜାର ଲୋକ ଉପସ୍ଥିତ ଥିଲେ । ଏହି ସମୟରେ ହଠାତ ଅସ୍ଥାୟୀ ଗେଟ୍ ଭୁଶୁଡି ପଡିଥିଲା । ସୌଭାଗ୍ୟବଶତଃ ସମସ୍ତଙ୍କ ଜୀବନ ରକ୍ଷା ପାଇଯାଇଛି । ୨ ଆହତଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି ।, ଏପ୍ରିଲ ୧୩, ୨୦୨୩ରେ ଗେଟ୍ ଭୁଶୁଡ଼ି ଥିବା ଏହି ଅଡିଟୋରିୟମର ଉଦଘାଟନ କରିଥିଲେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ।
ପଶ୍ଚିମବଙ୍ଗ ୨୪/୭: ମମତାଙ୍କ ସଭାରେ ଭୁଶୁଡିଲା ଗେଟ୍ । ୨ ଆହତ । ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଯୋଗଦେବାକୁ ଥିବା ଏକ କାର୍ଯ୍ୟକ୍ରମରେ ଅଘଟଣ । ଅସ୍ଥାୟୀ ଗେଟ୍ ଭାଙ୍ଗି ଲୋକଙ୍କ ଉପରେ ପଡିଯିବାରୁ ୨ ଜଣ ଆହତ ହୋଇଛନ୍ତି । ସେମାନଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି ।
ସୂଚନା ଓ ସାଂସ୍କୃତିକ ବିଭାଗ ପକ୍ଷରୁ ଧନଧାନ୍ୟ ଅଡିଟୋରିୟମରେ ଏକ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଦିବଂଗତ ଅଭିନେତା ଉତ୍ତମ କୁମାରଙ୍କ ଶ୍ରାଦ୍ଧ ବାର୍ଷିକୀ ଉପଲକ୍ଷେ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କାର୍ଯ୍ୟକ୍ରମର ମୁଖ୍ୟ ଅତିଥି ଭାବେ ନିମନ୍ତ୍ରିତ ହୋଇଥିଲେ।
ଘଟଣାସ୍ଥଳରେ ହଜାର ହଜାର ଲୋକ ଉପସ୍ଥିତ ଥିଲେ । ଏହି ସମୟରେ ହଠାତ ଅସ୍ଥାୟୀ ଗେଟ୍ ଭୁଶୁଡି ପଡିଥିଲା । ସୌଭାଗ୍ୟବଶତଃ ସମସ୍ତଙ୍କ ଜୀବନ ରକ୍ଷା ପାଇଯାଇଛି । ୨ ଆହତଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି ।, ଏପ୍ରିଲ ୧୩, ୨୦୨୩ରେ ଗେଟ୍ ଭୁଶୁଡ଼ି ଥିବା ଏହି ଅଡିଟୋରିୟମର ଉଦଘାଟନ କରିଥିଲେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ।