ଦିବ୍ୟ ଯୋଗ ମନ୍ଦିର(ଟ୍ରଷ୍ଟ)କୁ ଏନ୍ସିଭିଇଟି ମାନ୍ୟତା
ନୂଆଦିଲ୍ଲୀ,୨୯।୮ (ଅଭୟ ଦାଶ): ଦେଶର ପ୍ରମୁଖ ଘରୋଇ ପ୍ରତିଷ୍ଠାନ ତଥା ପତଞ୍ଜଳି ଗ୍ରୁପ୍ର ପ୍ରମୁଖ ଅନୁଷ୍ଠାନ ଦିବ୍ୟ ଯୋଗ ମନ୍ଦିର (ଟ୍ରଷ୍ଟ)କୁ ନିକଟରେ ଜାତୀୟ ଧନ୍ଦାମୂଳକ/ବ୍ୟବସାୟିକ ଶିକ୍ଷା ଏବଂ ପ୍ରଶିକ୍ଷଣ ପରିଷଦ (ନ୍ୟାଶନାଲ କାଉନସିଲ ଫର୍ ଭୋକଶନାଲ ଏଜୁକେଶନ ଆଣ୍ଡ ଟ୍ରେନିଂ ବା ଏନ୍ସିଭିଇଟି)ର ମାନ୍ୟତା ମିଳିଛି। ଏପରିକି ନୂଆଦିଲ୍ଲୀର କୌଶଳ ଭବନଠାରେ ଆୟୋଜିତ ଏକ ସ୍ବତନ୍ତ୍ର ସମାରୋହ ଉତ୍ସବରେ ଦିବ୍ୟ ଯୋଗ ମନ୍ଦିର(ଟ୍ରଷ୍ଟ)କୁ ଏନ୍ସିଭିଇଟିର ଡୁଆଲ ଆକ୍ରିଡେଶନ (୨ଟି ମାନ୍ୟତା)ର ପ୍ରମାଣପତ୍ର ଦିଆଯାଇଛି। ଫଳରେ ଦିବ୍ୟ […] The post ଦିବ୍ୟ ଯୋଗ ମନ୍ଦିର(ଟ୍ରଷ୍ଟ)କୁ ଏନ୍ସିଭିଇଟି ମାନ୍ୟତା appeared first on Dharitri Odia News.
ନୂଆଦିଲ୍ଲୀ,୨୯।୮ (ଅଭୟ ଦାଶ): ଦେଶର ପ୍ରମୁଖ ଘରୋଇ ପ୍ରତିଷ୍ଠାନ ତଥା ପତଞ୍ଜଳି ଗ୍ରୁପ୍ର ପ୍ରମୁଖ ଅନୁଷ୍ଠାନ ଦିବ୍ୟ ଯୋଗ ମନ୍ଦିର (ଟ୍ରଷ୍ଟ)କୁ ନିକଟରେ ଜାତୀୟ ଧନ୍ଦାମୂଳକ/ବ୍ୟବସାୟିକ ଶିକ୍ଷା ଏବଂ ପ୍ରଶିକ୍ଷଣ ପରିଷଦ (ନ୍ୟାଶନାଲ କାଉନସିଲ ଫର୍ ଭୋକଶନାଲ ଏଜୁକେଶନ ଆଣ୍ଡ ଟ୍ରେନିଂ ବା ଏନ୍ସିଭିଇଟି)ର ମାନ୍ୟତା ମିଳିଛି। ଏପରିକି ନୂଆଦିଲ୍ଲୀର କୌଶଳ ଭବନଠାରେ ଆୟୋଜିତ ଏକ ସ୍ବତନ୍ତ୍ର ସମାରୋହ ଉତ୍ସବରେ ଦିବ୍ୟ ଯୋଗ ମନ୍ଦିର(ଟ୍ରଷ୍ଟ)କୁ ଏନ୍ସିଭିଇଟିର ଡୁଆଲ ଆକ୍ରିଡେଶନ (୨ଟି ମାନ୍ୟତା)ର ପ୍ରମାଣପତ୍ର ଦିଆଯାଇଛି। ଫଳରେ ଦିବ୍ୟ ଯୋଗ ମନ୍ଦିର(ଟ୍ରଷ୍ଟ) ବର୍ତ୍ତମାନ ଏକ ସ୍ବୀକୃତିପ୍ରାପ୍ତ ପ୍ରତିଷ୍ଠାନ ହୋଇଯାଇଛି।
ଏ ସମ୍ପର୍କରେ ଦିବ୍ୟ ଯୋଗ ମନ୍ଦିର(ଟ୍ରଷ୍ଟ)ର ମହାମନ୍ତ୍ରୀ ଆଚାର୍ଯ୍ୟ ବାଲକ୍ରିଷ୍ଣା କହିଥିଲେ, ଆମକୁ ଏନ୍ସିଭିଇଟିର ମାନ୍ୟତା ମିଳୁଥିବାରୁ ଆମେ ବେଶ୍ ଉତ୍ସାହିତ ଅଛୁ। ଏପରିକି ବର୍ତ୍ତମାନ ଆମେ ଏକ ସ୍ବୀକୃତିପ୍ରାପ୍ତ ପ୍ରତିଷ୍ଠାନ ହୋଇଥିବାବେଳେ ଏହା ଜରିଆରେ ଆମେ କୌଶଳ ବିକାଶ, ଆତ୍ମନିର୍ଭର ଭାରତ ଏବଂ ରୋଜଗାର ସୃଜନ ଭଳି ଅନେକ ସରକାରୀ କାର୍ଯ୍ୟକ୍ରମ ସାଙ୍ଗକୁ ପତଞ୍ଜଳିର ଦକ୍ଷତାବିକାଶ ପାଠ୍ୟକ୍ରମ ଆଶାୟୀ ଛାତ୍ରୀଛାତ୍ରଙ୍କୁ ଯୋଗାଇପାରିବୁ। ସେହିଭଳି ଆମକୁ ଏନ୍ସିଭିଇଟିର ମାନ୍ୟତା ମିଳୁଥିବାରୁ ବର୍ତ୍ତମାନ ଆମେ ୬୦ରୁ ଅଧିକ ଧନ୍ଦାମୂଳକ/ବ୍ୟବସାୟିକ ଶିକ୍ଷା ସବୁ ବର୍ଗର ପିଲାଙ୍କୁ ଯୋଗାଇ ଦେବା ସହ ଦେଶବାସୀଙ୍କ ହିତ ପାଇଁ ଆବଶ୍ୟକ ଶିକ୍ଷା ପ୍ରଦାନ କରିପାରିବୁ।
ଉଲ୍ଲେଖଯୋଗ୍ୟ, ନୂଆଦିଲ୍ଲୀର କୌଶଳ ଭବନଠାରେ ଆୟୋଜିତ ସ୍ବତନ୍ତ୍ର ସମାରୋହରେ ଏନ୍ସିଭିଇଟିର ଅଧ୍ୟକ୍ଷ ଅତୁଲ ତିଓ୍ବାରୀ ଅଧ୍ୟକ୍ଷତା କରିଥିଲାବେଳେ ଉଭୟ ଏନ୍ସିଭିଇଟି ଏବଂ ଦିବ୍ୟ ଯୋଗ ମନ୍ଦିର(ଟ୍ରଷ୍ଟ)ର ବହୁ ବରିଷ୍ଠ ଅଧିକାରୀ ଓ ଅନ୍ୟମାନେ ଉପସ୍ଥିତ ଥିଲେ।
The post ଦିବ୍ୟ ଯୋଗ ମନ୍ଦିର(ଟ୍ରଷ୍ଟ)କୁ ଏନ୍ସିଭିଇଟି ମାନ୍ୟତା appeared first on Dharitri Odia News.