ବନ୍ଧାହେଲେ ନୂଆପଡ଼ା R&B ଡିଭିଜନ୍‌ JE ସୁଶାନ୍ତ ସେଠୀ

ନୂଆପଡ଼ା,୨୪।୫(ମକାରୁ ବେମାଲ): କନିଷ୍ଠ ଯନ୍ତ୍ରୀ ସୁଶାନ୍ତ ସେଠୀଙ୍କୁ ଗିରଫ କଲା ଭିଜିଲାନ୍ସ। ନୂଆପଡ଼ା R&B ଡିଭିଜନ୍‌ର କନିଷ୍ଠ ଯନ୍ତ୍ରୀ ସୁଶାନ୍ତ ସେଠୀ ଶନିବାର ଗିରଫ ହୋଇଛନ୍ତି। ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ମାମଲାରେ ଭିଜିଲାନ୍ସ ତାଙ୍କୁ ଗିରଫ କରିଛି। ଭିଜିଲାନ୍ସର ତଥ୍ୟ ଅନୁଯାୟୀ, ସୁଶାନ୍ତଙ୍କର ଭୁବନେଶ୍ୱର ଲିଙ୍ଗିପୁର ଗଙ୍ଗୋତ୍ରୀନଗରସ୍ଥିତ ପ୍ଲଟ୍‌ ନଂ.୧୦ରେ ୬୫୦୦ ବର୍ଗଫୁଟରେ ଏକ ୩ ମହଲା କୋଠା ଓ ପ୍ଲଟ୍‌ ନଂ.୧୦/୩୯୨୦ରେ ପ୍ରାୟ ୧୫୦୦ ବର୍ଗଫୁଟରେ ଏକ ନିର୍ମାଣଧିନ କୋଠା ରହିଛି। ସେହିପରି ପୁରୀ […] The post  ବନ୍ଧାହେଲେ ନୂଆପଡ଼ା R&B ଡିଭିଜନ୍‌ JE ସୁଶାନ୍ତ ସେଠୀ appeared first on Dharitri Odia News.

 ବନ୍ଧାହେଲେ ନୂଆପଡ଼ା R&B ଡିଭିଜନ୍‌ JE ସୁଶାନ୍ତ ସେଠୀ

ନୂଆପଡ଼ା,୨୪।୫(ମକାରୁ ବେମାଲ): କନିଷ୍ଠ ଯନ୍ତ୍ରୀ ସୁଶାନ୍ତ ସେଠୀଙ୍କୁ ଗିରଫ କଲା ଭିଜିଲାନ୍ସ। ନୂଆପଡ଼ା R&B ଡିଭିଜନ୍‌ର କନିଷ୍ଠ ଯନ୍ତ୍ରୀ ସୁଶାନ୍ତ ସେଠୀ ଶନିବାର ଗିରଫ ହୋଇଛନ୍ତି। ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ମାମଲାରେ ଭିଜିଲାନ୍ସ ତାଙ୍କୁ ଗିରଫ କରିଛି।

ଭିଜିଲାନ୍ସର ତଥ୍ୟ ଅନୁଯାୟୀ, ସୁଶାନ୍ତଙ୍କର ଭୁବନେଶ୍ୱର ଲିଙ୍ଗିପୁର ଗଙ୍ଗୋତ୍ରୀନଗରସ୍ଥିତ ପ୍ଲଟ୍‌ ନଂ.୧୦ରେ ୬୫୦୦ ବର୍ଗଫୁଟରେ ଏକ ୩ ମହଲା କୋଠା ଓ ପ୍ଲଟ୍‌ ନଂ.୧୦/୩୯୨୦ରେ ପ୍ରାୟ ୧୫୦୦ ବର୍ଗଫୁଟରେ ଏକ ନିର୍ମାଣଧିନ କୋଠା ରହିଛି। ସେହିପରି ପୁରୀ ଜିଲା ପିପିଲି ବିଲିପଡାସ୍ଥିତ ପ୍ଲଟ୍‌ ନଂ. ୭୪୯ରେ ୧ ଏକର ଜାଗାରେ ଗୋଟିଏ ଫାର୍ମ ହାଉସ୍‌ ଓ ବିଭିନ୍ନ ସ୍ଥାନରେ ୯ଟି ମୂଲ୍ୟବାନ୍‌ ପ୍ଲଟ୍‌ ଠାବ ହୋଇଛି। ଭୁବନେଶ୍ୱରରେ ୩ଟି, ପିପିଲିରେ ୫ଟି ଏବଂ ରାୟଗଡା ଟାଉନ୍‌ରେ ଗୋଟିଏ ପ୍ଲଟ୍‌ ରହିଛି। ରେଜିଷ୍ଟର୍‌ ସେଲ୍‌ ଡିଡ୍‌ ଅନୁଯାୟୀ ପ୍ଲଟ୍‌ଗୁଡ଼ିକର ଦର ୧.୦୧ କୋଟି ରହିଛି। ହେଲେ ଏସବୁର ପ୍ରକୃତ ମୂଲ୍ୟ ଅଧିକ ହେବ। ଭିଜିଲାନ୍ସ ଟେକ୍‌ନିକାଲ ଓ୍ବିଙ୍ଗ୍‌ ପକ୍ଷରୁ କୋଠା, ପ୍ଲଟ୍‌, ଫାର୍ମ ହାଉସ୍‌ର ମୂଲ୍ୟ ହିସାବ କରାଯାଉଛି। ସେହିପରି ସୁଶାନ୍ତଙ୍କ ଘରୁ ୧୦୦ ଗ୍ରାମର ସୁନା ଅଳଙ୍କାର, ଗୋଟିଏ ଚାରି ଚକିଆ ଯାନ (କିଆ କାରେନ୍ସ), ୫ଟି ଦୁଇ ଚକିଆ ଯାନ, ଗୋଟିଏ ବେନାମି ଚାରିକଚିଆ ଯାନ (ମାରୁତି ବ୍ରିଜା) ଏବଂ ୧୦ ଲକ୍ଷ ଟଙ୍କାର ଘରୋଇ ଉପକରଣ ଠାବ ହୋଇଛି। ଏଥିସହ ସୁଶାନ୍ତଙ୍କ ବ୍ୟାଙ୍କ ଓ ଜୀବନବୀମା ଜମା ୫୫ ଲକ୍ଷ ଟଙ୍କା ଥିବା ଭିଜିଲାନ୍ସ ଟିମ୍‌ ଜାଣିବାକୁ ପାଇଛି। ଭିଜିଲାନ୍ସ ଟିମ୍‌ ସୁଶାନ୍ତଙ୍କୁ ତାଙ୍କ ବିପୁଳ ସମ୍ପତ୍ତିର ଉତ୍ସ ସଂକ୍ରାନ୍ତରେ ଅଧିକ ପଚରାଉଚରା କରୁଛି। ଯାଞ୍ଚ ଜାରି ରହିଥିବାରୁ ଆହୁରି ସମ୍ପତ୍ତି ଠାବ ହେବ ବୋଲି ସନ୍ଦେହ କରାଯାଉଛି। ୧୯୭୧ ମସିହା ମାର୍ଚ୍ଚ ୪ରେ ଜନ୍ମିତ ସୁଶାନ୍ତ ୨୦୦୪ ଫେବୃଆରୀ ୧୬ରେ କନିଷ୍ଠ ଯନ୍ତ୍ରୀ (ଠିକା) ଭାବେ ସରକାରୀ ସେବାରେ ଯୋଗଦେଇଥିଲେ। ୨୦୧୧ ମାର୍ଚ୍ଚ ୧୫ରେ ସେ କନିଷ୍ଠ ଯନ୍ତ୍ରୀ ଭାବେ ନିୟମିତ ହୋଇ ଆର୍‌ଆଣ୍ଡ୍‌ବି ରାୟଗଡା ପ୍ରକଳ୍ପ ବିଭାଜନ ନିର୍ବାହୀ ଯନ୍ତ୍ରୀଙ୍କ ଅଫିସରେ ଅବସ୍ଥାପିତ ହୋଇଥିଲେ। ଏହାପରେ ସୁଶାନ୍ତ କନିଷ୍ଠ ଯନ୍ତ୍ରୀ ଭାବେ ଅନୁଗୋଳ ଏବଂ ଖରିଆର୍‌ (ନୂଆପଡା) ଆର୍‌ଆଣ୍ଡ୍‌ବି ଡିଭିଜନ୍‌ରେ କାର୍ଯ୍ୟ କରିଥିଲେ। ୨୦୨୩ ସେପ୍ଟେମ୍ବର ୬ରୁ ସେ ନୂଆପଡା ଆର୍‌ଆଣ୍ଡ୍‌ବିରେ କାର୍ଯ୍ୟ କରି ଆସୁଥିଲେ।

The post  ବନ୍ଧାହେଲେ ନୂଆପଡ଼ା R&B ଡିଭିଜନ୍‌ JE ସୁଶାନ୍ତ ସେଠୀ appeared first on Dharitri Odia News.