ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କୁ ରୋଟାରୀ କ୍ଲବର ସହାୟତା
କେନ୍ଦୁଝରଗଡ଼: ସାଧାରଣତନ୍ତ୍ର ଦିବସ ପାଳନ ଅବସରରେ ରୋଟାରୀ କ୍ଲବ କେନ୍ଦୁଝର ଶାଖା ସଭାନେତ୍ରୀ ରାଜଲକ୍ଷ୍ମୀ ସ୍ୱାଇଁଙ୍କ ନେତୃତ୍ୱରେ କ୍ଲବର ସଦସ୍ୟ ସଦସ୍ୟା ଆଦୃତ ଓ ପ୍ରୟାସ ଅନୁଷ୍ଠାନର ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କୁ ମିଷ୍ଟାନ୍ନ ଓ ପ୍ରାଥମିକ ଚିକିତ୍ସା ଉପକରଣ ବଣ୍ଟନ କରିଛନ୍ତି। ଛୋଟ ଛୋଟ ପିଲାଙ୍କ ପାଇଁ ପ୍ରାଥମିକ ଚିକିତ୍ସା କେତେ ଗୁରୁତ୍ୱପୂର୍ଣ୍ଣ ସେ ବିଷୟରେ ଜନଜାଗରଣ ସୃଷ୍ଟି କରିବା ଲକ୍ଷ୍ୟରେ ରୋଟାରୀ କ୍ଲବ କେନ୍ଦୁଝର ଶାଖା ପକ୍ଷରୁ ଏଭଳି ପଦକ୍ଷେପ ହାତକୁ ନିଆଯିବା ସହ ପ୍ରୟାସ ସ୍କୁଲ […]

କେନ୍ଦୁଝରଗଡ଼: ସାଧାରଣତନ୍ତ୍ର ଦିବସ ପାଳନ ଅବସରରେ ରୋଟାରୀ କ୍ଲବ କେନ୍ଦୁଝର ଶାଖା ସଭାନେତ୍ରୀ ରାଜଲକ୍ଷ୍ମୀ ସ୍ୱାଇଁଙ୍କ ନେତୃତ୍ୱରେ କ୍ଲବର ସଦସ୍ୟ ସଦସ୍ୟା ଆଦୃତ ଓ ପ୍ରୟାସ ଅନୁଷ୍ଠାନର ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କୁ ମିଷ୍ଟାନ୍ନ ଓ ପ୍ରାଥମିକ ଚିକିତ୍ସା ଉପକରଣ ବଣ୍ଟନ କରିଛନ୍ତି। ଛୋଟ ଛୋଟ ପିଲାଙ୍କ ପାଇଁ ପ୍ରାଥମିକ ଚିକିତ୍ସା କେତେ ଗୁରୁତ୍ୱପୂର୍ଣ୍ଣ ସେ ବିଷୟରେ ଜନଜାଗରଣ ସୃଷ୍ଟି କରିବା ଲକ୍ଷ୍ୟରେ ରୋଟାରୀ କ୍ଲବ କେନ୍ଦୁଝର ଶାଖା ପକ୍ଷରୁ ଏଭଳି ପଦକ୍ଷେପ ହାତକୁ ନିଆଯିବା ସହ ପ୍ରୟାସ ସ୍କୁଲ ଅନ୍ତେବାସୀଙ୍କୁ ଶୀତବସ୍ତ୍ର ମଧ୍ୟ ପ୍ରଦାନ କରିଛି। ଏହି କାର୍ଯ୍ୟକ୍ରମରେ ସମ୍ପାଦକ ଦୀପକ ନାୟକଙ୍କ ସମେତ ରୋଟାରୀଆନ୍ ସବିତା ବେହେରା, ପ୍ରଣତୀ ମହାପାତ୍ର, ସଞ୍ଜୟ ମହାପାତ୍ର, ବିଜୟ ବେହେରା, ସତ୍ୟଜିତ ନନ୍ଦ, ଇଂ ସୁରେଶ ଚନ୍ଦ୍ର ଖଟୋଇ, ଡାକ୍ତର ସଞ୍ଜୀବ କୁମାର ଓତା, ବିଜୟନାଥ କପୁର, ହରିହର ସାହୁ, ଅମୀୟ ବେହେରା, ଗଜେନ୍ଦ୍ର ବେହେରା, ରୀତା କପୁର, ସସ୍ମିତା ପ୍ରଧାନ, ମହେଶ ଚାୱଡା ପ୍ରମୁଖ ସହାୟତା କରିଥିଲେ।