ରାଶିଫଳ: ଗୁରୁବାର, ଜୁଲାଇ ୧୧ ତାରିଖ – Daily Horoscope

ମେଷ ଆଜି ଚନ୍ଦ୍ର ପୂର୍ବାଫାଲ୍‌ଗୁନୀ ନକ୍ଷତ୍ରରେ ରହି କର୍ମକ୍ଷେତ୍ରରେ କେତେକ ଅପ୍ରୀତିକର ପରିସ୍ଥିତିକୁ ସଜାଡ଼ି ନେବାରେ ସାହାଯ୍ୟ କରିବେ। ବନ୍ଧୁ ଓ ପରିବାର ସହ ସୁସମ୍ପର୍କ ସ୍ଥାପନ କ୍ଷେତ୍ରରେ ସମୟ ଅନୁକୂଳ ରହିବ। ଅବସ୍ଥା ଦେଖି ବ୍ୟବସ୍ଥା ନ କଲେ ଅନୁତପ୍ତ ହେବେ। ସାମାନ୍ୟ ଚେଷ୍ଟା ଦ୍ୱାରା ଯେଉଁଥିପାଇଁ ଚିନ୍ତିତ ଥିଲେ ଆଜି ତାହା ପାଇବେ। ବୃଷ ତୃତୀୟରେ ବୁଧ ଓ ଶୁକ୍ରଙ୍କ ସଂଯୋଗରୁ ପଡ଼ୋଶୀ ସହଯୋଗର ହାତ ବଢ଼ାଇବା କାରଣରୁ କୌଣସି କାମ ଅଟକିବ ନାହିଁ। […] The post ରାଶିଫଳ: ଗୁରୁବାର, ଜୁଲାଇ ୧୧ ତାରିଖ – Daily Horoscope appeared first on Dharitri Odia News.

ରାଶିଫଳ: ଗୁରୁବାର, ଜୁଲାଇ ୧୧ ତାରିଖ – Daily Horoscope
ମେଷ
ଆଜି ଚନ୍ଦ୍ର ପୂର୍ବାଫାଲ୍‌ଗୁନୀ ନକ୍ଷତ୍ରରେ ରହି କର୍ମକ୍ଷେତ୍ରରେ କେତେକ ଅପ୍ରୀତିକର ପରିସ୍ଥିତିକୁ ସଜାଡ଼ି ନେବାରେ ସାହାଯ୍ୟ କରିବେ। ବନ୍ଧୁ ଓ ପରିବାର ସହ ସୁସମ୍ପର୍କ ସ୍ଥାପନ କ୍ଷେତ୍ରରେ ସମୟ ଅନୁକୂଳ ରହିବ। ଅବସ୍ଥା ଦେଖି ବ୍ୟବସ୍ଥା ନ କଲେ ଅନୁତପ୍ତ ହେବେ। ସାମାନ୍ୟ ଚେଷ୍ଟା ଦ୍ୱାରା ଯେଉଁଥିପାଇଁ ଚିନ୍ତିତ ଥିଲେ ଆଜି ତାହା ପାଇବେ।
ବୃଷ
ବୃଷ
ତୃତୀୟରେ ବୁଧ ଓ ଶୁକ୍ରଙ୍କ ସଂଯୋଗରୁ ପଡ଼ୋଶୀ ସହଯୋଗର ହାତ ବଢ଼ାଇବା କାରଣରୁ କୌଣସି କାମ ଅଟକିବ ନାହିଁ। କାର୍ଯ୍ୟବ୍ୟସ୍ତ ଯୋଗୁ କେତେକ କାମ ଠିକ୍‌ ସମୟରେ କରିପାରିବେ ନାହିଁ। ଆନୁଷ୍ଠାନିକ କାମରେ ଯାଇ ଜଣେ ପଦସ୍ଥ ବ୍ୟକ୍ତିଙ୍କ ସାନ୍ନିଧ୍ୟ ଲାଭ କରିପାରନ୍ତି। ମାତ୍ର ଘରୋଇ କ୍ଷେତ୍ରରେ ଅଭାବ ନ ଥାଇ ମଧ୍ୟ ମନଟା ଭଲ ଲାଗିବ ନାହିଁ।
ମିଥୁନ
ମିଥୁନ
ବୁଧ ଧନସ୍ଥାନରେ ଥିବାରୁ କର୍ମାରମ୍ଭ ପାଇଁ ପରିବାରରୁ ପୂର୍ଣ୍ଣ ସହଯୋଗ ପାଇବେ। କଳା, ସାହିତ୍ୟ, ରାଜନୀତି, ସଙ୍ଗଠନ, ସଭାସମିତି ଓ ଆନୁଷ୍ଠାନିକ କ୍ଷେତ୍ରରେ ପ୍ରଶଂସିତ ହେବେ। ସ୍ତ୍ରୀଙ୍କ ସୌହାର୍ଦ୍ଦ୍ୟରୁ ପାରିବାରିକ ଜୀବନ ସୁଖ ସନ୍ତୋଷରେ କଟିବ। ମାନସିକ ଦୁଶ୍ଚିନ୍ତା କାରଣରୁ ରକ୍ତଚାପ ମଧ୍ୟ ବଢ଼ିଯାଇପାରେ।
କର୍କଟ
କର୍କଟ
କର୍ମଭାବସ୍ଥ ମଙ୍ଗଳ ଯୋଗୁ ପ୍ରତ୍ୟେକ କ୍ଷେତ୍ରରେ ମନ କଥା ମନରେ ରଖି କାମକଲେ ଉପକୃତ ହେବେ। ଭାଇ, ବନ୍ଧୁ ଓ କୁଟୁମ୍ବଙ୍କ ସହ ସାଧାରଣ କଥାରେ ପାଟିତୁଣ୍ଡ ହୋଇପାରେ। ବ୍ୟବସାୟ ଓ ପରିବହନ କ୍ଷେତ୍ରରେ ବିଦ୍ରୋହ ଏବଂ ଅଶାନ୍ତି ବଢ଼ିବ। କ୍ରୀଡ଼ା, ସଙ୍ଗୀତ ଓ ଚଳଚ୍ଚିତ୍ର ତଥା ପ୍ରତିଯୋଗିତାରେ ସଫଳତା ଅର୍ଜନ କରିବେ।
ସି˚ହ
ସି˚ହ
ରାଶିରେ ଚନ୍ଦ୍ର ପ୍ରତି ଶନିଙ୍କ ଦୃଷ୍ଟି ହେତୁ ସ୍ବାସ୍ଥ୍ୟ ଭଲ ରହି ନ ପାରେ। ପରିବାରର ଋଣଭାରରେ ଅତିଷ୍ଠ ହେବେ, କିନ୍ତୁ ପରିଶୋଧ କରିବାର ରାସ୍ତା ଖୋଜି ପାଇପାରିବେ ନାହିଁ। କ୍ରୀଡ଼ା, କଳା, ସାହିତ୍ୟ ଓ ସଙ୍ଗୀତ କ୍ଷେତ୍ରରେ ସୁନାମ ଅର୍ଜନ କରିବାରେ ସମର୍ଥ ହେବେ। ଶିଳ୍ପ, ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ସମସ୍ୟା ସମାଧାନ ହୋଇଯିବ।
କନ୍ୟା
କେତୁଙ୍କ ପ୍ରଭାବରେ ଜମା ପଡ଼ୁ ନ ଥିବା ବନ୍ଧୁ କିମ୍ବା ଶତ୍ରୁତା କରୁଥିବା ଲୋକଟି ମନକୁ ବାଧିଲାଭଳି କଥା କହିପାରେ। ଅଧିକ ଆଶା ମନରେ ଦୁଃଖ ଦେଇପାରେ ଓ ଆଳସ୍ୟ ଯୋଗୁ ବନ୍ଧୁ ମହଲରେ ଅପମାନିତ ହୋଇପାରନ୍ତି। ସଭାସମିତିରେ କୌଣସି ବ୍ୟକ୍ତି ଦ୍ୱାରା ପ୍ରଭାବିତ ହୋଇ ଅସମ୍ମାନିତ ହୋଇପାରନ୍ତି।
ତୁଳା
ତୁଳା
ମଙ୍ଗଳଙ୍କ ଦୃଷ୍ଟି ଯୋଗୁ ଆର୍ଥିକ ଅଭିବୃଦ୍ଧି ଘଟିବ ଏବଂ ଜମିଜମା ବିବାଦର ସମାଧାନ ହେବ। ଶତ୍ରୁ ପ୍ରତି ଧ୍ୟାନ ନ ରଖିଲେ ହଇରାଣ ହେବେ। ବନ୍ଧୁଟି ବାଟରୁ ଲେଉଟି ଆସିବ, ଫଳତଃ କାମ ସମ୍ପନ୍ନ କରିବାରେ ବ୍ୟସ୍ତତା ବଢ଼ିଯାଇପାରେ। ସହକର୍ମୀଙ୍କ ସହ ବିବାଦ ବୃଦ୍ଧି ହେବ ମାତ୍ର ଆପଣଙ୍କୁ ଅନ୍ୟମାନେ ସାହାଯ୍ୟ କରିବେ।
ବିଛା
ବିଛା
ବୃହସ୍ପତିଙ୍କ ଶୁଭଦୃଷ୍ଟିରୁ ଯାହା ଦୀର୍ଘଦିନ ହେଲା ହୋଇପାରି ନ ଥିଲା ଆଜି ତାହା ହୋଇଯିବ। ପରିବହନ, ଶିଳ୍ପ ଓ ବାଣିଜ୍ୟରେ ପ୍ରତିବନ୍ଧକ ଦୂରେଇବା ପାଇଁ ପ୍ରଯନତ୍ କରିବେ। ପରିବାର ସଦସ୍ୟଠାରୁ କିମ୍ବା ସହକର୍ମୀଙ୍କ ତରଫରୁ ସମସ୍ୟା ଆସିପାରେ। ଘରୋଇ ବ୍ୟାପାରରେ ମିଥ୍ୟା ଗୁଜବ ମାନସିକ ସ୍ଥିତିକୁ ଦୋହଲାଇଦେବ।
ଧନୁ
ଧନୁ
ଶନିଙ୍କ ତୃତୀୟ ସ୍ଥିତିରୁ ପରିଚିତ ବ୍ୟକ୍ତିଙ୍କ କାର୍ଯ୍ୟକଳାପ ଆପଣଙ୍କ କର୍ମକ୍ଷେତ୍ରକୁ ବିଶୃଙ୍ଖଳିତ କରିପାରେ। ପିଲାମାନଙ୍କ ସଫଳତାରେ ଆନନ୍ଦ ଅନୁଭବ କରିବେ। ବାଟରେ ଯିବା ସମୟରେ ଯାନ୍ତ୍ରିକ ତ୍ରୁଟି ଅସୁବିଧାରେ ପକାଇପାରେ, ଏଣୁ ଗାଡ଼ି ପରଖି ନେବା ଭଲ ହେବ। ଚେଷ୍ଟା କରୁଥିବା କାମରେ ପରିବାରରୁ ପୂର୍ଣ୍ଣ ସହଯୋଗ ପାଇବେ।
ମକର
ମକର
ଅନୁକୂଳ ଗ୍ରହ ସ୍ଥିତିରୁ କର୍ମକ୍ଷେତ୍ରରେ ଉପରିସ୍ଥମାନେ କାମ ହାସଲ ସକାଶେ ସହଯୋଗ ଲୋଡ଼ିପାରନ୍ତି। ପୂର୍ବ ରାଗ ଶୁଝାଇବାକୁ ଯାଇ ଶତ୍ରୁମାନେ ଝମେଲା ସୃଷ୍ଟି କରିପାରନ୍ତି। ଶିଳ୍ପ, ବ୍ୟବସାୟ, ପରିବହନ, ନିର୍ମାଣ ପ୍ରଭୃତିରୁ ସୁଫଳ ପାଇବେ। ଯାତ୍ରା ସମୟରେ ଅସାବଧାନତା ହେତୁ ଦ୍ରବ୍ୟନଷ୍ଟ କିମ୍ବା ଧନହାନି ଘଟିପାରେ।
କୁମ୍ଭ
କୁମ୍ଭ
ଶନିଦୃଷ୍ଟ ଚନ୍ଦ୍ର ଯୋଗୁ ମନ ବିକ୍ଷିପ୍ତ ରହିଲେ ମଧ୍ୟ କାର୍ଯ୍ୟ ହାସଲରେ ପ୍ରତିବନ୍ଧକ ଦୂରେଇଯିବ। ପ୍ରତ୍ୟେକ କ୍ଷେତ୍ରରେ ବିଜୟଲାଭ କରିବେ। ପାରିବାରିକ ସମସ୍ୟାର ସମାଧାନ ସକାଶେ ବନ୍ଧୁଙ୍କ ସାହାଯ୍ୟ ଭିକ୍ଷା କରିପାରନ୍ତି। କଳା, କ୍ରୀଡ଼ା, ସଙ୍ଗୀତ ଓ ଚଳଚ୍ଚିତ୍ର ତଥା ରାଜନୀତି ଓ ସାହିତ୍ୟ କ୍ଷେତ୍ରରେ ସମସ୍ୟା ସମାଧାନ ହୋଇଯିବ।
ମୀନମୀନ

ଭାଗ୍ୟ ସ୍ଥାନରେ ବୃହସ୍ପତି ଥିବାରୁ ଯାହା ଚାହୁଁଛନ୍ତି ସହଜରେ ପାଇପାରିବେ। ପରିବାରରେ ପିଲା ମାନଙ୍କ ସମସ୍ୟା ସମାଧାନ ପାଇଁ ସମ୍ପର୍କୀୟଙ୍କ ସହ ଆଲୋଚନା କରିବା ଭଲ ହେବ। କର୍ମକ୍ଷେତ୍ରରେ ଆପଣ ଯେତେଟା ପରିସ୍ଥିତିକୁ ଜଟିଳ ମନେକରୁଛନ୍ତି ବାସ୍ତବରେ ସେପରି କିଛି ହେବନି। ପରିବହନରେ ଦେଖିଚାହିଁ ପଦକ୍ଷେପ ନିଅନ୍ତୁ, ନତୁବା ସମସ୍ୟା ଉପୁଜିପାରେ।

The post ରାଶିଫଳ: ଗୁରୁବାର, ଜୁଲାଇ ୧୧ ତାରିଖ – Daily Horoscope appeared first on Dharitri Odia News.