ଦିବ୍ୟାଙ୍ଗଙ୍କ କାନ୍ଧରେ ପରିବାର ଭାର : ତଥାପି ମାନିନାହାନ୍ତି ହାର ସେ ବୁଝିଛନ୍ତି ଜୀବନର ସଂଘର୍ଷ
କନକବ୍ୟୁରୋ : ଦିବ୍ୟାଙ୍ଗଙ୍କ କାନ୍ଧରେ ପରିବାର ଭାର। ଦୁଇ ହାତ ନଥାଇ ବି ସବୁ ଦାୟିତ୍ବ ନେଇଛନ୍ତି ନିଜ ମୁଣ୍ଡକୁ । ଚାଷଠୁ ଆରମ୍ଭ କରି ସାଇକେଲ ଚଢିବା ସବୁଥରେ ଧୁରନ୍ଧର ଗଞ୍ଜାମ ଧରାକୋଟ ବ୍ଲକ ରେଚାଗୁଡ଼ା ଗାଁର ଆଦି ନାୟକ । ସାଙ୍ଗସାଥିଙ୍କ କାନ୍ଧରେ କାନ୍ଧ ମିଳାଇ ୫୦ କିଲୋଗ୍ରାମ ଧାନ ବସ୍ତାକୁ ବି ଉଠାଇପାରନ୍ତି ଆଦି। ଜନ୍ମରୁ ଦିବ୍ୟାଙ୍ଗ । କିନ୍ତୁ ମନୋବଳ ଆଗରେ ହାର ମାନିଛି ଶାରିରୀକ ଅକ୍ଷମତା । ଦୁଇ ହାତ ନଥିଲେ ମଧ୍ୟ ପରିବାର ଦାୟିତ୍ବ କାନ୍ଧେଇଛନ୍ତି ଗଞ୍ଜାମ ଧରାକୋଟ ବ୍ଲକ ରେଚାଗୁଡ଼ା ଗାଁର ଆଦି ନାୟକ। ଛୋଟବେଳୁ ବାପାଙ୍କୁ ହରାଇଥିଲେ । ମାଆ ମୂଲ ଲାଗି ପରିବାର ପୋଷୁଥିଲେ । ଏବେ ମାଆଙ୍କ ବାର୍ଦ୍ଧକ୍ୟ ବୟସରେ ପରିବାରର ଦାୟିତ୍ବ ସମ୍ଭାଳିଛନ୍ତି ଦିବ୍ୟାଙ୍ଗ ପୁଅ । ୪ ପ୍ରାଣୀ କୁଟୁମ୍ବଙ୍କ ପାଇଁ ଏବେ ଆଦି ପାଲଟିଛନ୍ତି ଏକମାତ୍ର ସାହାଭରସା । ଆଦିଙ୍କ ଆର୍ଥିକ ସ୍ଥିତି ଅତି ଦୟନୀୟ । ତଥାପି ସରକାରୀ ସହାୟତା ନାଁରେ ମିଳୁଛି ମାତ୍ର ୧୨ଶହ ଟଙ୍କା ଭତ୍ତା । ମାଆଙ୍କ ବାର୍ଦ୍ଧକ୍ୟ ଭତ୍ତା ନାହଁ କି ଆବାସ ଯୋଜନାରେ ଘର ଖଣ୍ଡେ ବି ମିଳୁନି । ତେଣୁ ଦିବ୍ୟାଙ୍ଗ ହୋଇ ବି ମାଆ ଓ ସାନ ଭାଇ ଭଉଣୀଙ୍କ ଦାୟିତ୍ବ ଏକୁଟିଆ ସମ୍ଭାଳୁଛନ୍ତି ଆଦି । ଏଭଳିସ୍ଥିତିରେ ଏହି ପରିବାରକୁ ସରକାରୀ ସହାୟତା ଯୋଗାଇଦେବାକୁ ପ୍ରଶାସନ ନିବେଦନ କରିଛନ୍ତି ଅଞ୍ଚଳବାସୀ । ଯଦି ସରକାରଙ୍କ ତରଫରୁ ଏହି ଅସହାୟ ପରିବାରକୁ ଆର୍ଥିକ ସାହାଯ୍ୟ ଯୋଗାଇଦିଆ

କନକବ୍ୟୁରୋ : ଦିବ୍ୟାଙ୍ଗଙ୍କ କାନ୍ଧରେ ପରିବାର ଭାର। ଦୁଇ ହାତ ନଥାଇ ବି ସବୁ ଦାୟିତ୍ବ ନେଇଛନ୍ତି ନିଜ ମୁଣ୍ଡକୁ । ଚାଷଠୁ ଆରମ୍ଭ କରି ସାଇକେଲ ଚଢିବା ସବୁଥରେ ଧୁରନ୍ଧର ଗଞ୍ଜାମ ଧରାକୋଟ ବ୍ଲକ ରେଚାଗୁଡ଼ା ଗାଁର ଆଦି ନାୟକ । ସାଙ୍ଗସାଥିଙ୍କ କାନ୍ଧରେ କାନ୍ଧ ମିଳାଇ ୫୦ କିଲୋଗ୍ରାମ ଧାନ ବସ୍ତାକୁ ବି ଉଠାଇପାରନ୍ତି ଆଦି। ଜନ୍ମରୁ ଦିବ୍ୟାଙ୍ଗ । କିନ୍ତୁ ମନୋବଳ ଆଗରେ ହାର ମାନିଛି ଶାରିରୀକ ଅକ୍ଷମତା ।
ଦୁଇ ହାତ ନଥିଲେ ମଧ୍ୟ ପରିବାର ଦାୟିତ୍ବ କାନ୍ଧେଇଛନ୍ତି ଗଞ୍ଜାମ ଧରାକୋଟ ବ୍ଲକ ରେଚାଗୁଡ଼ା ଗାଁର ଆଦି ନାୟକ। ଛୋଟବେଳୁ ବାପାଙ୍କୁ ହରାଇଥିଲେ । ମାଆ ମୂଲ ଲାଗି ପରିବାର ପୋଷୁଥିଲେ । ଏବେ ମାଆଙ୍କ ବାର୍ଦ୍ଧକ୍ୟ ବୟସରେ ପରିବାରର ଦାୟିତ୍ବ ସମ୍ଭାଳିଛନ୍ତି ଦିବ୍ୟାଙ୍ଗ ପୁଅ । ୪ ପ୍ରାଣୀ କୁଟୁମ୍ବଙ୍କ ପାଇଁ ଏବେ ଆଦି ପାଲଟିଛନ୍ତି ଏକମାତ୍ର ସାହାଭରସା । ଆଦିଙ୍କ ଆର୍ଥିକ ସ୍ଥିତି ଅତି ଦୟନୀୟ ।
ତଥାପି ସରକାରୀ ସହାୟତା ନାଁରେ ମିଳୁଛି ମାତ୍ର ୧୨ଶହ ଟଙ୍କା ଭତ୍ତା । ମାଆଙ୍କ ବାର୍ଦ୍ଧକ୍ୟ ଭତ୍ତା ନାହଁ କି ଆବାସ ଯୋଜନାରେ ଘର ଖଣ୍ଡେ ବି ମିଳୁନି । ତେଣୁ ଦିବ୍ୟାଙ୍ଗ ହୋଇ ବି ମାଆ ଓ ସାନ ଭାଇ ଭଉଣୀଙ୍କ ଦାୟିତ୍ବ ଏକୁଟିଆ ସମ୍ଭାଳୁଛନ୍ତି ଆଦି । ଏଭଳିସ୍ଥିତିରେ ଏହି ପରିବାରକୁ ସରକାରୀ ସହାୟତା ଯୋଗାଇଦେବାକୁ ପ୍ରଶାସନ ନିବେଦନ କରିଛନ୍ତି ଅଞ୍ଚଳବାସୀ । ଯଦି ସରକାରଙ୍କ ତରଫରୁ ଏହି ଅସହାୟ ପରିବାରକୁ ଆର୍ଥିକ ସାହାଯ୍ୟ ଯୋଗାଇଦିଆଯାଏ ତାହେଲେ ସେମାନେ ଉପକୃତ ହୋଇପାରିବେ।