ରାଜ୍ୟସ୍ତରୀୟ ଟ୍ରାପ ଶୁୁଟିଂ ଚାମ୍ପିୟନଶିପରେ: ବାଜି ମାରିଲେ ଶୁଭମ୍
ଥୁଆମୂଳ ରାମପୁର,୨୨।୬:(ଦୁର୍ଗା କୀର୍ତ୍ତି): ଦୁର୍ଗମ, ପଛୁଆ ଅଞ୍ଚଳ ଆଉ ପଛରେ ନାହିଁ । ସେ ଶିକ୍ଷା, ଦୀକ୍ଷା, କଳାସଂସ୍କୃତି ଠାରୁ ଆରମ୍ଭ କରି ଅନେକ କ୍ଷେତ୍ରରେ ଆଗକୁ ଯାଉଥିବା ବେଳେ କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ଡୁମେରପଦର ଗ୍ରାମର ଶୁଭମ ଶ୍ରୀଚନ୍ଦନ ନାଏକ ରାଜ୍ୟସ୍ତରୀୟ ଟ୍ରାପ ଶୁଟିଂ ଚାମ୍ପିୟନଶିପରେ ଭାଗ ନେଇ ତୃତୀୟ ସ୍ଥାନ ଅଧିକାର କରିଥିବା ଜଣାପଡିଛି। ସୂଚନାଯୋଗ୍ୟ, ଅନୁଗୋଳ ଜିଲାର ତାଳଚେରଠାରେ ଦୁଇଦିନିଆ ରାଜ୍ୟ ସ୍ତରୀୟ ଟ୍ରାପ ଶୁଟିଂ ଚାମ୍ପିୟନଶିପ୍ ପ୍ରତିଯୋଗିତାରେ […] The post ରାଜ୍ୟସ୍ତରୀୟ ଟ୍ରାପ ଶୁୁଟିଂ ଚାମ୍ପିୟନଶିପରେ: ବାଜି ମାରିଲେ ଶୁଭମ୍ appeared first on Dharitri Odia News.
ଥୁଆମୂଳ ରାମପୁର,୨୨।୬:(ଦୁର୍ଗା କୀର୍ତ୍ତି): ଦୁର୍ଗମ, ପଛୁଆ ଅଞ୍ଚଳ ଆଉ ପଛରେ ନାହିଁ । ସେ ଶିକ୍ଷା, ଦୀକ୍ଷା, କଳାସଂସ୍କୃତି ଠାରୁ ଆରମ୍ଭ କରି ଅନେକ କ୍ଷେତ୍ରରେ ଆଗକୁ ଯାଉଥିବା ବେଳେ କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ଡୁମେରପଦର ଗ୍ରାମର ଶୁଭମ ଶ୍ରୀଚନ୍ଦନ ନାଏକ ରାଜ୍ୟସ୍ତରୀୟ ଟ୍ରାପ ଶୁଟିଂ ଚାମ୍ପିୟନଶିପରେ ଭାଗ ନେଇ ତୃତୀୟ ସ୍ଥାନ ଅଧିକାର କରିଥିବା ଜଣାପଡିଛି।
ସୂଚନାଯୋଗ୍ୟ, ଅନୁଗୋଳ ଜିଲାର ତାଳଚେରଠାରେ ଦୁଇଦିନିଆ ରାଜ୍ୟ ସ୍ତରୀୟ ଟ୍ରାପ ଶୁଟିଂ ଚାମ୍ପିୟନଶିପ୍ ପ୍ରତିଯୋଗିତାରେ ଓଡିଶାର ବିଭିନ୍ନ ଜିଲାରୁ ୫୮ ଜଣ ଖେଳାଳି ଭାଗନେଇଥିଲେ। ଏଥି ମଧ୍ୟରୁ ରାୟଗଡା ଜିଲା ରାଇଫଲ କ୍ଲବ ତରଫରୁ ଅକ୍ଷୟ ନାୟକ ଏବଂ କଳାହାଣ୍ଡି ଜିଲାରୁ ସୁଭମ ଶ୍ରୀଚନ୍ଦନ ନାଏକ ଏବଂ ଦେବେନ୍ଦ୍ର ପ୍ରଧାନ ରାଇଫଲ କ୍ଲବ ପକ୍ଷରୁ ପ୍ରତିନିଧିତ୍ୱ କରି ତୃତୀୟ ସ୍ଥାନ ଅଧିକାର କରି ବ୍ରୋଞ୍ଜ ମେଡାଲ ହାସଲ କରିଛନ୍ତି। ଏଥିପାଇଁ ଥୁଆମୂଳ ରାମପୁର ବ୍ଲକର ଖେଳ ପ୍ରେମୀ, ବୁଦ୍ଧିଜୀବୀଙ୍କ ପକ୍ଷରୁ ଏହି ସମସ୍ତ ଖେଳାଳି ମାନଙ୍କୁ ଶୁଭେଚ୍ଛା ଜଣାଇବା ସହ ଶୁଭମଙ୍କୁ ମଧ୍ୟ ବିଭିନ୍ନ ମହଲରୁ ଅଭିନନ୍ଦନ ସହ ରାୟଗଡ଼ା ରାଇଫଲ କ୍ଲବକୁ ଶୁଭେଚ୍ଛା ଅଭିନନ୍ଦନର ସୁଅ ଛୁଟୁଛି । ରାୟଗଡ଼ା ଜିଲାଳ ରାଇଫଲ କ୍ଲବର ସଭାପତି ତଥା ରୀନାଉଣ୍ଡ ସଟ ପ୍ରାପ୍ତ କୋଚ ବିଜୟ କିଶୋର ପଟ୍ଟନାୟକଙ୍କ ତତ୍ୱାବଧାନରେ ଖେଳାଳିମାନେ ବ୍ରୋଞ୍ଜ ମେଡାଲ ହାସଲ କରିଥିବାରୁ କଳାହାଣ୍ଡି ଜିଲା ତଥା ଥୁଆମୂଳ ରାମପୁର ପାଇଁ ଗୌରବର ବିଷୟ ହୋଇଛି।
The post ରାଜ୍ୟସ୍ତରୀୟ ଟ୍ରାପ ଶୁୁଟିଂ ଚାମ୍ପିୟନଶିପରେ: ବାଜି ମାରିଲେ ଶୁଭମ୍ appeared first on Dharitri Odia News.