ଦିଲ୍ଲୀ ଅବକାରୀ ନୀତି ମାମଲା; ସୁପ୍ରିମକୋର୍ଟରୁ ଅରବିନ୍ଦ କେଜ୍ରିଓ୍ବାଲଙ୍କୁ ମିଳିଲାନି ଆଶ୍ବସ୍ତି
ନୂଆଦିଲ୍ଲୀ: ଦିଲ୍ଲୀ ଅବକାରୀ ନୀତି ମାମଲାରେ ସୁପ୍ରିମକୋର୍ଟରୁ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲଙ୍କୁ ମିଳିଲାନି ଆଶ୍ବସ୍ତି । ହାଇକୋର୍ଟଙ୍କ ରାୟ ଆସିବା ପର୍ଯ୍ୟନ୍ତ ଅପେକ୍ଷା କରିବାକୁ କହିଛନ୍ତି ସର୍ବୋଚ୍ଚ ଅଦାଲତ । ମଦ ନୀତି ମାମଲାରେ ରାଉଜ୍ ଆଭେନ୍ୟୁ କୋର୍ଟ ଆପ୍ ସୁପ୍ରିମୋଙ୍କୁ ଜାମିନ୍ ପ୍ରଦାନ କରିଥିଲେ । ଏହାକୁ ବିରୋଧ କରି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ହାଇକୋର୍ଟରେ ଚ୍ୟାଲେଞ୍ଜ କରିଥିଲା । ଉଚ୍ଚ ଅଦାଲତ ଆବେଦନ ଉପରେ ଶୁଣାଣି ନସରିବା ଯାଏ ନିମ୍ନ କୋର୍ଟଙ୍କୁ ଜାମିନ୍ ନିଷ୍ପତ୍ତି ଉପରେ ସାମୟିକ ରହିତାଦେଶ ଲଗାଇଛନ୍ତି । ଅନ୍ୟପଟେ ଏହାକୁ ବିରୋଧ କରି ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି କେଜ୍ରିଓ୍ବାଲ୍ । ହେଲେ ସର୍ବୋଚ୍ଚ ଅଦଲାତରୁ ବି ଆପ୍ ମୁଖିଆଙ୍କୁ ଆଶ୍ବସ୍ତି ମିଳନାହିଁ । ହାଇକୋର୍ଟଙ୍କ ରାୟ ଆସିବା ଯାଏ ଅପେକ୍ଷା କରିବାକୁ ଜରୁରୀ ବୋଲି କୋର୍ଟ କହିଛନ୍ତି । ଏହି ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ଜୁନ୍ ୨୬ ତାରିଖରେ ହେବ । ସୋମବାର ମାମଲାର ଶୁଣାଣି, ଜଷ୍ଟିସ୍ ମନୋଜ ମିଶ୍ରା ଏବଂ ଜଷ୍ଟିସ୍ ଏସବିଏନ ଭଟ୍ଟିଙ୍କ ଖଣ୍ଡପୀଠ କରିଥିଲେ । କେଜ୍ରିଓ୍ବାଲଙ୍କ ପକ୍ଷରୁ କୋର୍ଟରେ ଯୁକ୍ତି ରଖୁଥିବା ଅଭିଷେକ ମନୁ ସିଙ୍ଘବୀ କହିଥିଲେ, ହାଇକୋର୍ଟ ଆପ୍ ସୁପ୍ରିମୋଙ୍କ ଜାମିନକୁ ରୋକ୍ ଲଗାଇଛନ୍ତି । ଥରେ ବେଲ୍ ମିଳିବା ପରେ ହାଇକୋର୍ଟ ଏହା ଉପରେ ରୋକ୍ ଲଗାଇବା ଠିକ୍ ନୁହେଁ । ଯଦି ଦିଲ୍ଲୀ ଉଚ୍ଚ ଅଦାଲତ ନିମ୍ନ
ନୂଆଦିଲ୍ଲୀ: ଦିଲ୍ଲୀ ଅବକାରୀ ନୀତି ମାମଲାରେ ସୁପ୍ରିମକୋର୍ଟରୁ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲଙ୍କୁ ମିଳିଲାନି ଆଶ୍ବସ୍ତି । ହାଇକୋର୍ଟଙ୍କ ରାୟ ଆସିବା ପର୍ଯ୍ୟନ୍ତ ଅପେକ୍ଷା କରିବାକୁ କହିଛନ୍ତି ସର୍ବୋଚ୍ଚ ଅଦାଲତ । ମଦ ନୀତି ମାମଲାରେ ରାଉଜ୍ ଆଭେନ୍ୟୁ କୋର୍ଟ ଆପ୍ ସୁପ୍ରିମୋଙ୍କୁ ଜାମିନ୍ ପ୍ରଦାନ କରିଥିଲେ । ଏହାକୁ ବିରୋଧ କରି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ହାଇକୋର୍ଟରେ ଚ୍ୟାଲେଞ୍ଜ କରିଥିଲା । ଉଚ୍ଚ ଅଦାଲତ ଆବେଦନ ଉପରେ ଶୁଣାଣି ନସରିବା ଯାଏ ନିମ୍ନ କୋର୍ଟଙ୍କୁ ଜାମିନ୍ ନିଷ୍ପତ୍ତି ଉପରେ ସାମୟିକ ରହିତାଦେଶ ଲଗାଇଛନ୍ତି । ଅନ୍ୟପଟେ ଏହାକୁ ବିରୋଧ କରି ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି କେଜ୍ରିଓ୍ବାଲ୍ । ହେଲେ ସର୍ବୋଚ୍ଚ ଅଦଲାତରୁ ବି ଆପ୍ ମୁଖିଆଙ୍କୁ ଆଶ୍ବସ୍ତି ମିଳନାହିଁ । ହାଇକୋର୍ଟଙ୍କ ରାୟ ଆସିବା ଯାଏ ଅପେକ୍ଷା କରିବାକୁ ଜରୁରୀ ବୋଲି କୋର୍ଟ କହିଛନ୍ତି । ଏହି ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ଜୁନ୍ ୨୬ ତାରିଖରେ ହେବ ।
ସୋମବାର ମାମଲାର ଶୁଣାଣି, ଜଷ୍ଟିସ୍ ମନୋଜ ମିଶ୍ରା ଏବଂ ଜଷ୍ଟିସ୍ ଏସବିଏନ ଭଟ୍ଟିଙ୍କ ଖଣ୍ଡପୀଠ କରିଥିଲେ । କେଜ୍ରିଓ୍ବାଲଙ୍କ ପକ୍ଷରୁ କୋର୍ଟରେ ଯୁକ୍ତି ରଖୁଥିବା ଅଭିଷେକ ମନୁ ସିଙ୍ଘବୀ କହିଥିଲେ, ହାଇକୋର୍ଟ ଆପ୍ ସୁପ୍ରିମୋଙ୍କ ଜାମିନକୁ ରୋକ୍ ଲଗାଇଛନ୍ତି । ଥରେ ବେଲ୍ ମିଳିବା ପରେ ହାଇକୋର୍ଟ ଏହା ଉପରେ ରୋକ୍ ଲଗାଇବା ଠିକ୍ ନୁହେଁ । ଯଦି ଦିଲ୍ଲୀ ଉଚ୍ଚ ଅଦାଲତ ନିମ୍ନ କୋର୍ଟଙ୍କୁ ଆଦେଶକୁ ବଦଳାଇ ଦେଇଥାନ୍ତେ, ତେବେ କେଜ୍ରିଓ୍ବାଲଙ୍କୁ ପୁଣି ଥରେ ଜେଲ୍ ଯିବାକୁ ପଡ଼ିଥାନ୍ତା । ଇଡିରେ ଯଦି ଆବେଦନ ଖାରଜ୍ ହେବ, ତେବେ ବହୁମୂଲ୍ୟ ସମୟକୁ କିଏ ପୂରଣ କରିବ ବୋଲି ଅଭିଷେକ ମନୁ ସିଙ୍ଘବୀ କହିଥିଲେ । ଏହାକୁ ନେଇ ସୁପ୍ରିମକୋର୍ଟ କଡ଼ା ଟିପ୍ପଣୀ ଦେଇଥିଲେ । କୋର୍ଟ କହିଥିଲେ, ଜାମିନ୍ ରୋକ୍ ଆବେଦନର ରାୟ ତୁରନ୍ତ ଆସିଥାଏ । ଏହାକୁ ଅଟକାଇ ହେବ ନାହିଁ । ଏହାଛଡ଼ା ଖଣ୍ଡପୀଠ କହିଛନ୍ତି, ହାଇକୋର୍ଟ ଏହା ବି ସ୍ପଷ୍ଟ କରିଛନ୍ତି ବେଲ୍ ରୋକ୍ ଆବେଦନ ରାୟ ଶୀଘ୍ର ଆସିବ ।