IND vs PAK: ୧୪,୦୦୦ ରନ୍ ପୂରଣ କଲେ କୋହଲି
ଦୁବାଇ,୨୩।୨: ପାକିସ୍ତାନ ବିପକ୍ଷ ଆଇସିସି ଚାମ୍ପିୟନ୍ସ ଟ୍ରଫି ମ୍ୟାଚ୍ରେ ଭାରତୀୟ ଦଳର ତାରକା ବ୍ୟାଟର ବିରାଟ କୋହଲି ଏକାଧିକ ବ୍ୟକ୍ତିଗତ ରେକର୍ଡର ଅଧିକାରୀ ହୋଇଛନ୍ତି। ସେ ଦିନିକିଆ କ୍ରିକେଟରେ ୧୪,୦୦୦ ରନ୍ ପୂରଣ କରିଛନ୍ତି। ୧୨.୨ ଓଭରରେ ପାକିସ୍ତାନ ବୋଲର ହାରିସ୍ ରୌଫଙ୍କୁ ଚୌକା ମାରି ସେ ଏହି କୃତିତ୍ୱ ଅର୍ଜନ କରିଛନ୍ତି। ଏଥିସହ ସେ ଦିନିକିଆରେ ଭାରତର ଦ୍ୱିତୀୟ ସର୍ବାଧିକ ରନ୍ସ୍କୋରର ହୋଇପାରିଛନ୍ତି। ସଚିନ ତେନ୍ଦୁଲକର ୧୮,୪୨୬ ରନ୍କରି ପ୍ରଥମ ସ୍ଥାନରେ ରହିଛନ୍ତି। ବିରାଟ କୋହଲି […] The post IND vs PAK: ୧୪,୦୦୦ ରନ୍ ପୂରଣ କଲେ କୋହଲି appeared first on Dharitri Odia News.
ଦୁବାଇ,୨୩।୨: ପାକିସ୍ତାନ ବିପକ୍ଷ ଆଇସିସି ଚାମ୍ପିୟନ୍ସ ଟ୍ରଫି ମ୍ୟାଚ୍ରେ ଭାରତୀୟ ଦଳର ତାରକା ବ୍ୟାଟର ବିରାଟ କୋହଲି ଏକାଧିକ ବ୍ୟକ୍ତିଗତ ରେକର୍ଡର ଅଧିକାରୀ ହୋଇଛନ୍ତି। ସେ ଦିନିକିଆ କ୍ରିକେଟରେ ୧୪,୦୦୦ ରନ୍ ପୂରଣ କରିଛନ୍ତି। ୧୨.୨ ଓଭରରେ ପାକିସ୍ତାନ ବୋଲର ହାରିସ୍ ରୌଫଙ୍କୁ ଚୌକା ମାରି ସେ ଏହି କୃତିତ୍ୱ ଅର୍ଜନ କରିଛନ୍ତି। ଏଥିସହ ସେ ଦିନିକିଆରେ ଭାରତର ଦ୍ୱିତୀୟ ସର୍ବାଧିକ ରନ୍ସ୍କୋରର ହୋଇପାରିଛନ୍ତି। ସଚିନ ତେନ୍ଦୁଲକର ୧୮,୪୨୬ ରନ୍କରି ପ୍ରଥମ ସ୍ଥାନରେ ରହିଛନ୍ତି।
ବିରାଟ କୋହଲି ଦିନିକିଆରେ ଦ୍ରୁତ ତମ ୧୪୦୦୦ ରନ୍ ପୂରଣ କରି ସଚିନ ତେନ୍ଦୁଲକରଙ୍କୁ ପଛରେ ପକାଇଛନ୍ତି। ସଚିନଙ୍କ ପରି, କୋହଲି ମଧ୍ୟ ପାକିସ୍ତାନ ବିପକ୍ଷରେ ଏହି ସଫଳତା ହାସଲ କରିଛନ୍ତି। କୋହଲି ବିଶ୍ୱର ତୃତୀୟ ବ୍ୟାଟର ଯିଏକି, ଏକଦିବସୀୟ ମ୍ୟାଚ୍ରେ ଏତେ ରନ୍ କରିଛନ୍ତି। ତାଙ୍କ ପୂର୍ବରୁ ପୂର୍ବତନ ଭାରତୀୟ ବ୍ୟାଟର ସଚିନ ତେନ୍ଦୁଲକର ଏବଂ ପୂର୍ବତନ ଶ୍ରୀଲଙ୍କା ଅଧିନାୟକ କୁମାର ସାଙ୍ଗାକାରା ଦିନିକିଆରେ ୧୪୦୦୦ ରନ୍ ପୂରଣ କରିଛନ୍ତି।
ସଚିନ ୨୦୦୬ରେ ଏହି ସଫଳତା ହାସଲ କରିଥିଲେ। ସେହି ସମୟରେ ସଚିନ ପେଶାୱରରେ ପାକିସ୍ତାନ ବିପକ୍ଷରେ ଏକ ଶତକୀୟ ଇନିଂସ ଖେଳିଥିଲେ। ଏହା ଏକ ସଂଯୋଗ ଯେ, ଉଭୟ ମହାନ ବ୍ୟାଟର କେବଳ ପାକିସ୍ତାନ ବିପକ୍ଷରେ ଏହି ସଫଳତା ହାସଲ କରିଛନ୍ତି।
କୋହଲିଙ୍କ କ୍ୟାଚ୍ ରେକର୍ଡ
ଏହି ମ୍ୟାଚ୍ରେ କୋହଲି ୨ଟି କ୍ୟାଚ୍ ନେଇଥିଲେ। ପ୍ରଥମେ ସେ ହର୍ଷିତ ରାଣାଙ୍କ ବଲ୍ରେ ଖୁସଦିଲ ଶାହାଙ୍କୁ ଏବଂ ପରେ କୁଲଦୀପ ଯାଦବଙ୍କ ବଲ୍ରେ ନସିମ ଶାହାଙ୍କୁ କ୍ୟାଚ୍ କରି ପାଭିଲିୟନ ପଥ ଦେଖାଇଥିଲେ। ଏଥିସହ ସେ ଦିନିକିଆ ଅନ୍ତର୍ଜାତୀୟ କ୍ରିକେଟରେ ଭାରତର ସବୁଠାରୁ ଅଧିକ କ୍ୟାଚ୍ ନେବାରେ ରେକର୍ଡ କରିଛନ୍ତି। ପୂର୍ବରୁ ମହମ୍ମଦ ଆଝାରୁଦ୍ଦିନ ୧୫୬ଟି କ୍ୟାଚ୍ ନେଇ ଭାରତୀୟ ରେକର୍ଡର ଅଧିକାରୀ ଥିବାବେଳେ କୋହଲିଙ୍କ କ୍ୟାଚ୍ ସଂଖ୍ୟା ୧୫୮ରେ ପହଞ୍ଚିଛି। ଶ୍ରୀଲଙ୍କାର ମାହେଲା ଜୟବର୍ଦ୍ଧନେ ୨୧୮ ଓ ଅଷ୍ଟ୍ରେଲିଆର ରିକି ପଣ୍ଟିଂ ୧୬୦ କ୍ୟାଚ୍ ନେଇ ଏହି ତାଲିକାର ପ୍ରଥମ ଦୁଇ ସ୍ଥାନରେ ରହିଛନ୍ତି।
The post IND vs PAK: ୧୪,୦୦୦ ରନ୍ ପୂରଣ କଲେ କୋହଲି appeared first on Dharitri Odia News.