ଦିଲ୍ଲୀ: କାଲକାଜୀରେ ନବରାତ୍ରି ପୂଜା ସମୟରେ ଲାଗିଲା କରେଣ୍ଟ, ଜଣେ ଛାତ୍ରଙ୍କ ମୃତ୍ୟୁ, ୭ ଆହତ

ଦିଲ୍ଲୀର କାଲକାଜୀରେ ଏକ ବଡ଼ ଦୁର୍ଘଟଣା ଘଟିଛି । ଏଠାରେ ନବରାତ୍ରି ପୂଜା ସମୟରେ କରେଣ୍ଟ ଲାଗି ଜଣେ ନବମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ ହୋଇଛି । ଏହି ଘଟଣାରେ ୭ ଜଣ ଆହତ ହୋଇଛନ୍ତି । ଖବର ପାଇ ଦିଲ୍ଲୀ ପୋଲିସ ପହଞ୍ଚି ଆହତମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଇଛି । ଯାଞ୍ଚରୁ ଜଣାପଡ଼ିଛି ଯେ ନବରାତ୍ରି ପୂଜା ସମୟରେ ଦୁର୍ଗା ପେଣ୍ଡାଲରେ କରେଣ୍ଟ ବ୍ୟାପିଯାଇଥିଲା । ହାଲୋଜେନ ଲାଇଟ୍ ଲଗାଇବାରେ ବ୍ୟବହୃତ ବିଦ୍ୟୁତ ତାରଟି ହଠାତ […] The post ଦିଲ୍ଲୀ: କାଲକାଜୀରେ ନବରାତ୍ରି ପୂଜା ସମୟରେ ଲାଗିଲା କରେଣ୍ଟ, ଜଣେ ଛାତ୍ରଙ୍କ ମୃତ୍ୟୁ, ୭ ଆହତ appeared first on KNews Odisha.

ଦିଲ୍ଲୀ: କାଲକାଜୀରେ ନବରାତ୍ରି ପୂଜା ସମୟରେ ଲାଗିଲା କରେଣ୍ଟ, ଜଣେ ଛାତ୍ରଙ୍କ ମୃତ୍ୟୁ, ୭ ଆହତ
delhi

ଦିଲ୍ଲୀର କାଲକାଜୀରେ ଏକ ବଡ଼ ଦୁର୍ଘଟଣା ଘଟିଛି । ଏଠାରେ ନବରାତ୍ରି ପୂଜା ସମୟରେ କରେଣ୍ଟ ଲାଗି ଜଣେ ନବମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ ହୋଇଛି । ଏହି ଘଟଣାରେ ୭ ଜଣ ଆହତ ହୋଇଛନ୍ତି । ଖବର ପାଇ ଦିଲ୍ଲୀ ପୋଲିସ ପହଞ୍ଚି ଆହତମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଇଛି ।

ଯାଞ୍ଚରୁ ଜଣାପଡ଼ିଛି ଯେ ନବରାତ୍ରି ପୂଜା ସମୟରେ ଦୁର୍ଗା ପେଣ୍ଡାଲରେ କରେଣ୍ଟ ବ୍ୟାପିଯାଇଥିଲା । ହାଲୋଜେନ ଲାଇଟ୍ ଲଗାଇବାରେ ବ୍ୟବହୃତ ବିଦ୍ୟୁତ ତାରଟି ହଠାତ ଛିଣ୍ଡି ଲୁହା ରେଲିଂ ଉପରେ ପଡିଥିଲା, ଯାହାଫଳରେ ବଡ଼ ଦୁର୍ଘଟଣା ଘଟିଥିଲା ।

ପୋଲିସ ସୂଚନା ଅନୁସାରେ, ଏହି ଦୁର୍ଘଟଣା ଅକ୍ଟୋବର ୨ ତାରିଖ ବିଳମ୍ବିତ ରାତିରେ ଘଟିଥିଲା । ରାମପାୟୁ ଏବଂ ଲୋଟସ୍ ମନ୍ଦିରର ମିଳନସ୍ଥଳରେ ନିର୍ମିତ ଦୁର୍ଗା ପେଣ୍ଡାଲରେ କିଛି ଭକ୍ତଙ୍କୁ ବିଦ୍ୟୁତ ଆଘାତ ଲାଗିଥିବାର ସୂଚନା ମିଳିଥିଲା । ପୋଲିସ ପହଞ୍ଚି ଆହତମାନଙ୍କୁ ଡାକ୍ତରଖାନା ନେଇଥିଲା । ଘଟଣାସ୍ଥଳରେ ତୁରନ୍ତ ବିଦ୍ୟୁତ ଯୋଗାଣ ବନ୍ଦ କରାଯାଇ ସେଠାରୁ ଲୋକଙ୍କୁ ହଟାଇ ଦିଆଯାଇଥିଲା ।

ଏହି ଦୁର୍ଘଟଣାରେ ମୋଟ ୭ ଜଣ ଆହତ ହୋଇଥିବା ବେଳେ ଜଣେ ଛାତ୍ରଙ୍କ ମୃତ୍ୟୁ ଘଟିଥିବା ପୋଲିସ କହିଛି । ଘଟଣା ଘଟିବା କ୍ଷଣି ଦଳାଚକଟା ଭଳି ପରିସ୍ଥିତି ସୃଷ୍ଟି ହୋଇଥିଲା ।

The post ଦିଲ୍ଲୀ: କାଲକାଜୀରେ ନବରାତ୍ରି ପୂଜା ସମୟରେ ଲାଗିଲା କରେଣ୍ଟ, ଜଣେ ଛାତ୍ରଙ୍କ ମୃତ୍ୟୁ, ୭ ଆହତ appeared first on KNews Odisha.