ଦିଲ୍ଲୀ କୋଚିଂ ସେଣ୍ଟର ଦୁର୍ଘଟଣା ମାମଲାରେ ଆଉ ୫ ଗିରଫ , ବୁଲଡୋଜର କାର୍ଯ୍ୟାନୁଷ୍ଠାନ
ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀର ଓଲ୍ଡ ରାଜିନ୍ଦର ନଗରରେ ଥିବା କୋଚିଂ ସେଣ୍ଟରେ ୟୁପିଏସ୍ସି ପାଇଁ ପ୍ରସ୍ତୁତ ହେଉଥିବା ତିନି ଛାତ୍ରଛାତ୍ରୀଙ୍କ ମୃତ୍ୟୁକୁ ନେଇ ଚାରିଆଡେ ହଇଚଇ ସୃଷ୍ଟି ହୋଇଛି। ଏହି ମାମଲାରେ ଦିଲ୍ଲୀ ପୁଲିସ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ମାମଲାରେ ଆଜି ଆଉ ୫ ଜଣଙ୍କୁ ପୁଲିସ ଗିରଫ କରିଛି। ଏହାକୁ ମିଶାଇ ମାମଲାରେ ମୋଟ ଗିରଫଦାରୀ ସଂଖ୍ୟା ୭ରେ ପହଞ୍ଚିଛି। ଗିରଫ ହୋଇଥିବା ବ୍ୟକ୍ତିଙ୍କ ମଧ୍ୟରେ କୋଚିଂ ସେଣ୍ଟରର ମାଲିକ ଏବଂ କୋଚିଂ […]

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀର ଓଲ୍ଡ ରାଜିନ୍ଦର ନଗରରେ ଥିବା କୋଚିଂ ସେଣ୍ଟରେ ୟୁପିଏସ୍ସି ପାଇଁ ପ୍ରସ୍ତୁତ ହେଉଥିବା ତିନି ଛାତ୍ରଛାତ୍ରୀଙ୍କ ମୃତ୍ୟୁକୁ ନେଇ ଚାରିଆଡେ ହଇଚଇ ସୃଷ୍ଟି ହୋଇଛି। ଏହି ମାମଲାରେ ଦିଲ୍ଲୀ ପୁଲିସ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ମାମଲାରେ ଆଜି ଆଉ ୫ ଜଣଙ୍କୁ ପୁଲିସ ଗିରଫ କରିଛି। ଏହାକୁ ମିଶାଇ ମାମଲାରେ ମୋଟ ଗିରଫଦାରୀ ସଂଖ୍ୟା ୭ରେ ପହଞ୍ଚିଛି। ଗିରଫ ହୋଇଥିବା ବ୍ୟକ୍ତିଙ୍କ ମଧ୍ୟରେ କୋଚିଂ ସେଣ୍ଟରର ମାଲିକ ଏବଂ କୋଚିଂ ସେଣ୍ଟରର ଗେଟ୍ ନଷ୍ଟ କରିଥିବା ବ୍ୟକ୍ତି ସାମିଲ ଅଛନ୍ତି। ଏହି ପୂରା ଘଟଣାରେ ସାମିଲ ଥିବା ଅଭିଯୁକ୍ତଙ୍କ ବିରୋଧରେ ଦୃଢ଼ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ ବୋଲି ଦିଲ୍ଲୀ ପୁଲିସ ପ୍ରତିଶ୍ରୁତି ଦେଇଛି। ୍ରଆଜି ସଂସଦରେ ମଧ୍ୟ ଉକ୍ତ ଘଟଣାକୁ ନେଇ ହୋହଲ୍ଲା ହୋଇଛି। ମାମଲାରେ ପୁଲିସ ବୁଲଡୋଜର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। କୋଚିଂ ସେଣ୍ଟର ନିକଟରେ ଥିବା ଜବରଦଖଲ ଉଚ୍ଛେଦ ପାଇଁ ବୁଲଡୋଜର କାର୍ଯ୍ୟାନୁଷ୍ଠାନ ଗ୍ରହଣ ହୋଇଛି।