ଦିଲ୍ଲୀ କ୍ୟାପିଟାଲ୍ସ ନୂଆ କ୍ୟାପଟେନ୍‌ଙ୍କୁ ନେଇ ରାହୁଲଙ୍କ ରିଆକ୍ସନ, ଲେଖିଲେ ଏମିତି...

ମୁମ୍ୱାଇ ୧୭/୦୩: କ୍ରିକେଟର ସବୁଠୁ ବଡ ମହାକୁମ୍ଭ । ମାର୍ଚ୍ଚ ୨୨ରୁ ଆରମ୍ଭ ହେବ ଆଇପିଏଲ୍‌ ୨୦୨୫ । ଦିଲ୍ଲୀ କ୍ୟାପିଟାଲ୍ସରେ IPL ଅଭିଯାନ ପୂର୍ବରୁ ଅକ୍ଷର ପଟେଲଙ୍କୁ ଟିମ୍‌ର କମାଣ୍ଡ ଦିଆଯାଇଛି । କ୍ୟାପଟେନ୍ ହିସାବରେ ମିଳିଛି ବଡ ଦାୟିତ୍ୱ । କେ.ଏଲ୍ ରାହୁଲ୍ ଏବଂ ଫାପ୍ ଡୁପ୍ଲେସିସ୍‌ଙ୍କ ସହ ପଟେଲଙ୍କ ନା ଏହି ଦୌଡରେ ଥିଲା । ସବୁଠୁ ବଡ ଦାବିଦାର ଥିଲେ ଏମାନେ । କିନ୍ତୁ ଟିମ୍ ମ୍ୟାନେଜମେଣ୍ଟ ନିକଟରେ ସ୍କ୍ୱାର୍ଡରେ ସାମିଲ୍ ହୋଇଥିବା କେ.ଏଲ୍ ରାହୁଲ୍‌ଙ୍କୁ ପଛରେ ପକାଇ ଦିଲ୍ଲୀ କ୍ୟାପିଟାଲ୍ସର ନୂଆ କ୍ୟାପଟେନ୍ ହୋଇଥିଲେ । ଅକ୍ଷର ପଟେଲ ଗତ ନଭେମ୍ୱର ମାସରେ ମେଗା ନିଲାମ ପୂର୍ବରୁ ୧୬.୫୦ କୋଟି ଟଙ୍କାରେ ଦିଲ୍ଲୀ ଫ୍ରାଞ୍ଚାଇଜ୍ ପାଇଁ ଥିଲେ ମହତ୍ତ୍ୱପୂର୍ଣ୍ଣ ରିଟେନ୍ସନ । ଦିଲ୍ଲୀ ପାଇଁ ସେ ୮୨ ମ୍ୟାଚ୍‌ରେ କରିଛନ୍ତି ୨୬୭ ରନ୍ । ନେଇଛନ୍ତି ୬୨ ଓ୍ୱିକେଟ୍ । ତେବେ ଅକ୍ଷରଙ୍କ ନିଯୁକ୍ତି ଘୋଷଣା ପରେ କେ.ଏଲ୍ ରାହୁଲ ନିଜର ରିଆକ୍ସନ ଦେଇଛନ୍ତି । ସେ ଇନଷ୍ଟାଗ୍ରାମରେ ଷ୍ଟାର୍ ଅଲ୍‌ରାଉଣ୍ଡରଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ରାହୁଲ ତାଙ୍କ ଇନଷ୍ଟାଗ୍ରାମରେ ଲେଖିଛନ୍ତି ବାପୁ ତୁମକୁ ଶୁଭକାମନା । ତୁମର ଏହି ଆଗାମୀ ଯାତ୍ରା ଶୁଭମୟ ହେଉ । ମୁଁ ତୁମ ସହ ସବୁ ପରିସ୍ଥିତିରେ ରହିଛି । 

ଦିଲ୍ଲୀ କ୍ୟାପିଟାଲ୍ସ ନୂଆ କ୍ୟାପଟେନ୍‌ଙ୍କୁ ନେଇ ରାହୁଲଙ୍କ ରିଆକ୍ସନ, ଲେଖିଲେ ଏମିତି...

ମୁମ୍ୱାଇ ୧୭/୦୩: କ୍ରିକେଟର ସବୁଠୁ ବଡ ମହାକୁମ୍ଭ । ମାର୍ଚ୍ଚ ୨୨ରୁ ଆରମ୍ଭ ହେବ ଆଇପିଏଲ୍‌ ୨୦୨୫ । ଦିଲ୍ଲୀ କ୍ୟାପିଟାଲ୍ସରେ IPL ଅଭିଯାନ ପୂର୍ବରୁ ଅକ୍ଷର ପଟେଲଙ୍କୁ ଟିମ୍‌ର କମାଣ୍ଡ ଦିଆଯାଇଛି । କ୍ୟାପଟେନ୍ ହିସାବରେ ମିଳିଛି ବଡ ଦାୟିତ୍ୱ । କେ.ଏଲ୍ ରାହୁଲ୍ ଏବଂ ଫାପ୍ ଡୁପ୍ଲେସିସ୍‌ଙ୍କ ସହ ପଟେଲଙ୍କ ନା ଏହି ଦୌଡରେ ଥିଲା । 

ସବୁଠୁ ବଡ ଦାବିଦାର ଥିଲେ ଏମାନେ । କିନ୍ତୁ ଟିମ୍ ମ୍ୟାନେଜମେଣ୍ଟ ନିକଟରେ ସ୍କ୍ୱାର୍ଡରେ ସାମିଲ୍ ହୋଇଥିବା କେ.ଏଲ୍ ରାହୁଲ୍‌ଙ୍କୁ ପଛରେ ପକାଇ ଦିଲ୍ଲୀ କ୍ୟାପିଟାଲ୍ସର ନୂଆ କ୍ୟାପଟେନ୍ ହୋଇଥିଲେ । ଅକ୍ଷର ପଟେଲ ଗତ ନଭେମ୍ୱର ମାସରେ ମେଗା ନିଲାମ ପୂର୍ବରୁ ୧୬.୫୦ କୋଟି ଟଙ୍କାରେ ଦିଲ୍ଲୀ ଫ୍ରାଞ୍ଚାଇଜ୍ ପାଇଁ ଥିଲେ ମହତ୍ତ୍ୱପୂର୍ଣ୍ଣ ରିଟେନ୍ସନ । ଦିଲ୍ଲୀ ପାଇଁ ସେ ୮୨ ମ୍ୟାଚ୍‌ରେ କରିଛନ୍ତି ୨୬୭ ରନ୍ । ନେଇଛନ୍ତି ୬୨ ଓ୍ୱିକେଟ୍ । 

ତେବେ ଅକ୍ଷରଙ୍କ ନିଯୁକ୍ତି ଘୋଷଣା ପରେ କେ.ଏଲ୍ ରାହୁଲ ନିଜର ରିଆକ୍ସନ ଦେଇଛନ୍ତି । ସେ ଇନଷ୍ଟାଗ୍ରାମରେ ଷ୍ଟାର୍ ଅଲ୍‌ରାଉଣ୍ଡରଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ରାହୁଲ ତାଙ୍କ ଇନଷ୍ଟାଗ୍ରାମରେ ଲେଖିଛନ୍ତି ବାପୁ ତୁମକୁ ଶୁଭକାମନା । ତୁମର ଏହି ଆଗାମୀ ଯାତ୍ରା ଶୁଭମୟ ହେଉ । ମୁଁ ତୁମ ସହ ସବୁ ପରିସ୍ଥିତିରେ ରହିଛି ।