ଦିଲ୍ଲୀ ପୋଲିସର ବଡ଼ ସଫଳତା ! ବିଷ୍ଣୋଇ ଗ୍ୟାଙ୍ଗର ୭ ସୁଟର ଗିରଫ

ନୂଆଦିଲ୍ଲୀ: ଦିଲ୍ଲୀ ପୋଲିସର ସ୍ପେଶାଲ୍ ସେଲର ବଡ଼ ସଫଳତା। ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗର ୭ ଜଣ ସୁଟରଙ୍କୁ ଗିରଫ କରିଛି ପୋଲିସ। ଏହି ୭ ଜଣ ସୁଟରଙ୍କୁ ପଞ୍ଜାବ ଏବଂ ଏହାର ଆଖପାଖ ରାଜ୍ୟରୁ ପୋଲିସ ଗିରଫ କରିଛି। ସ୍ପେଶାଲ୍ ସେଲ୍ ଟିମ୍ ମଧ୍ୟ ଏହି ଅଭିଯୁକ୍ତଙ୍କ ଠାରୁ ଅସ୍ତ୍ରଶସ୍ତ୍ର ଜବତ କରିଛି।ବାବା ସିଦ୍ଦିକିଙ୍କ ହତ୍ୟା ଘଟଣାକୁ ନେଇ ଦିଲ୍ଲୀ ପୋଲିସର ସ୍ପେଶାଲ୍ ସେଲ୍ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି। ସ୍ପେଶାଲ୍ ସେଲ୍ ଦ୍ୱାରା ଗିରଫ ହୋଇଥିବା ୭ ଜଣ ସୁଟରଙ୍କୁ ବାବା ସିଦ୍ଦିକିଙ୍କ ମାମଲାରେ ପଚରାଉଚରା କରିବ। ବାବା ସିଦ୍ଦିକିଙ୍କ ହତ୍ୟା ପରେ ଦିଲ୍ଲୀ ପୋଲିସ୍ ସ୍ପେଶାଲ୍ ସେଲ୍ ସାରା ଦେଶରେ ସକ୍ରିୟ ହୋଇ ଲରେନ୍ସ ବିଷ୍ଣୋଇଙ୍କ ଗ୍ୟାଙ୍ଗ ଉପରେ ନଜର ରଖିଛି। ସ୍ପେଶାଲ୍ ସେଲ୍ ଦ୍ୱାରା ଗିରଫ ହୋଇଥିବା ୭ ଜଣ ସୁଟରଙ୍କୁ ପଚରାଉଚରା କରାଯାଉଛି।ଅକ୍ଟୋବର ୧୨ରେ ପୂର୍ବତନ ମନ୍ତ୍ରୀ ତଥା ଏନସିପି ନେତା ବାବା ସିଦ୍ଦିକିଙ୍କୁ ମହାରାଷ୍ଟ୍ରର ମୁମ୍ବାଇରେ କିଛି ଦୁର୍ବୃତ୍ତ ଗୁଳି କରି ହତ୍ୟା କରିଥିଲେ। ଏହି ହତ୍ୟାକାଣ୍ଡ ପରେ ଲରେନ୍ସ ବିଷ୍ଣୋଇ ନିଜକୁ ଦାୟୀ କରିଥିଲା। ଗତ ବୁଧବାର ମୁମ୍ବାଇ ପୋଲିସ ଏହି ଘଟଣାରେ ତିନି ଜଣଙ୍କୁ ଗିରଫ କରିଥିଲା, ଯାହାର ନାମ ରୂପେଶ ରାଜେନ୍ଦ୍ର ମୋହଲ, କରଣ ରାହୁଲ ସାଲଭେ ଏବଂ ଶିବମ ଅରବିନ୍ଦ କୋହର। ବାବା ସିଦ୍ଦିକି ହତ୍ୟା ମାମଲାରେ ଏପର୍ଯ୍ୟନ୍ତ ମୋଟ ୧୪ ଜଣଙ୍କୁ ଗି

ଦିଲ୍ଲୀ ପୋଲିସର ବଡ଼ ସଫଳତା ! ବିଷ୍ଣୋଇ ଗ୍ୟାଙ୍ଗର ୭ ସୁଟର ଗିରଫ

ନୂଆଦିଲ୍ଲୀ: ଦିଲ୍ଲୀ ପୋଲିସର ସ୍ପେଶାଲ୍ ସେଲର ବଡ଼ ସଫଳତା। ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗର ୭ ଜଣ ସୁଟରଙ୍କୁ ଗିରଫ କରିଛି ପୋଲିସ। ଏହି ୭ ଜଣ ସୁଟରଙ୍କୁ ପଞ୍ଜାବ ଏବଂ ଏହାର ଆଖପାଖ ରାଜ୍ୟରୁ ପୋଲିସ ଗିରଫ କରିଛି। ସ୍ପେଶାଲ୍ ସେଲ୍ ଟିମ୍ ମଧ୍ୟ ଏହି ଅଭିଯୁକ୍ତଙ୍କ ଠାରୁ ଅସ୍ତ୍ରଶସ୍ତ୍ର ଜବତ କରିଛି।

ବାବା ସିଦ୍ଦିକିଙ୍କ ହତ୍ୟା ଘଟଣାକୁ ନେଇ ଦିଲ୍ଲୀ ପୋଲିସର ସ୍ପେଶାଲ୍ ସେଲ୍ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି। ସ୍ପେଶାଲ୍ ସେଲ୍ ଦ୍ୱାରା ଗିରଫ ହୋଇଥିବା ୭ ଜଣ ସୁଟରଙ୍କୁ ବାବା ସିଦ୍ଦିକିଙ୍କ ମାମଲାରେ ପଚରାଉଚରା କରିବ। ବାବା ସିଦ୍ଦିକିଙ୍କ ହତ୍ୟା ପରେ ଦିଲ୍ଲୀ ପୋଲିସ୍ ସ୍ପେଶାଲ୍ ସେଲ୍ ସାରା ଦେଶରେ ସକ୍ରିୟ ହୋଇ ଲରେନ୍ସ ବିଷ୍ଣୋଇଙ୍କ ଗ୍ୟାଙ୍ଗ ଉପରେ ନଜର ରଖିଛି। ସ୍ପେଶାଲ୍ ସେଲ୍ ଦ୍ୱାରା ଗିରଫ ହୋଇଥିବା ୭ ଜଣ ସୁଟରଙ୍କୁ ପଚରାଉଚରା କରାଯାଉଛି।

ଅକ୍ଟୋବର ୧୨ରେ ପୂର୍ବତନ ମନ୍ତ୍ରୀ ତଥା ଏନସିପି ନେତା ବାବା ସିଦ୍ଦିକିଙ୍କୁ ମହାରାଷ୍ଟ୍ରର ମୁମ୍ବାଇରେ କିଛି ଦୁର୍ବୃତ୍ତ ଗୁଳି କରି ହତ୍ୟା କରିଥିଲେ। ଏହି ହତ୍ୟାକାଣ୍ଡ ପରେ ଲରେନ୍ସ ବିଷ୍ଣୋଇ ନିଜକୁ ଦାୟୀ କରିଥିଲା। ଗତ ବୁଧବାର ମୁମ୍ବାଇ ପୋଲିସ ଏହି ଘଟଣାରେ ତିନି ଜଣଙ୍କୁ ଗିରଫ କରିଥିଲା, ଯାହାର ନାମ ରୂପେଶ ରାଜେନ୍ଦ୍ର ମୋହଲ, କରଣ ରାହୁଲ ସାଲଭେ ଏବଂ ଶିବମ ଅରବିନ୍ଦ କୋହର। ବାବା ସିଦ୍ଦିକି ହତ୍ୟା ମାମଲାରେ ଏପର୍ଯ୍ୟନ୍ତ ମୋଟ ୧୪ ଜଣଙ୍କୁ ଗିରଫ କରାଯାଇଛି।