ଦିଲ୍ଲୀ ପ୍ରଦୂଷଣରେ ସାମାନ୍ୟ ଆଶ୍ୱସ୍ତି: ତଳକୁ ଖସିଲା AQI ସ୍ତର, ଆଗକୁ ବଢିବ ଥଣ୍ଡାର ପ୍ରକୋପ
ନୂଆଦିଲ୍ଲୀ ୨୦/୧୧: ଦିଲ୍ଲୀ ପ୍ରଦୂଷଣରେ ସାମାନ୍ୟ ଆଶ୍ୱସ୍ତି, ତଳକୁ ଖସିଲା AQI ସ୍ତର । ବୋଧହୁଏ କ୍ରୃତିମ ବର୍ଷା ହେବା ପରେ ପ୍ରଦୂଷଣ ସ୍ତର କମିଥିବା ଜଣାପଡିଛି । କିନ୍ତୁ ଏବେବି ବିପଦ ଟଳିନଥିବା କହିଛନ୍ତି ବିଶେଷଜ୍ଞ । ଆଗକୁ ଥଣ୍ଡାର ପ୍ରକୋପ ବଢିବ ବୋଲି ବିଶେଷଜ୍ଞ ପରାମର୍ଶ ଦେଇଛନ୍ତି । ଦିନେ କି ଦୁଇ ଦିନ ମଧ୍ୟରେ ସର୍ବନିମ୍ନ ତାପମାତ୍ରା ୧୦ ଡିଗ୍ରୀ ତଳେ ରହିବ ବୋଲି ଅନୁମାନ କରାଯାଉଛି । ଗତ କିଛି ଦିନ ହେବ ଦିଲ୍ଲୀରେ ଚାଲିଥିବା ବିପଦପୂର୍ଣ୍ଣ ବାୟୁ ପ୍ରଦୂଷଣ ଲୋକଙ୍କ ଜୀବନ କଲବଲ କରିଥିଲା । ବିଳମ୍ବିତ ରାତି ଓ ସକାଳ ପର୍ଯ୍ୟନ୍ତ ଦିଲ୍ଲୀ ଏନସିଆରରେ ଘନ କୁହୁଡି ଅନୁଭୂତ ହୋଇଥିଲା । କୁହୁଡ଼ି ହେତୁ ସକାଳେ ଦିଲ୍ଲୀ ଏନସିଆରରେ ଦୃଶ୍ୟମାନତା ବହୁତ କମ୍ ଥିଲା। ବୁଧବାର ସକାଳେ ମଧ୍ୟ ଦିଲ୍ଲୀରେ AQI ଏତେଟା ଭଲ ନଥିଲା । ଦ୍ୱାରକା ଏବଂ ଉତ୍କଳ ନଗରରେ ୩୮୮, ଜନକପୁରୀରେ ୩୮୪, ସୁଖଦେବ ବିହାରରେ ୩୮୧, ଆଲିପୁରରେ ୩୭୯, ଶାଲିମାର ବାଗରେ ୩୭୭, ରୋହିଣୀରେ ୩୮୨, ମଡେଲ ଟାଉନରେ ୩୭୭ ରେକର୍ଡ କରାଯାଇଛି । ଦିଲ୍ଲୀର ଅଧିକାଂଶ ଅଞ୍ଚଳରେ AQI ୩୦୦ରୁ ଅଧିକ ରହିଛି । ବୁଧବାର ଘନ କୁହୁଡ଼ି ହେବାର ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ସର୍ବାଧିକ ଏବଂ ସର୍ବନିମ୍ନ ତାପମାତ୍ରା ଯଥାକ୍ରମେ ୨୫ଏବଂ ୧୨ଡିଗ୍ରୀ ସେଲସିୟସ ହେବାର ସମ୍ଭାବନା ଅଛି । ମଙ୍ଗଳବାର ଦିନ ଦିଲ୍ଲୀରେ ଦିନର ତାପମାତ୍ରା ୨୫.୪ ଡିଗ୍ରୀରେ ରେକର୍ଡ କରାଯାଇଛି । ଯ
ନୂଆଦିଲ୍ଲୀ ୨୦/୧୧: ଦିଲ୍ଲୀ ପ୍ରଦୂଷଣରେ ସାମାନ୍ୟ ଆଶ୍ୱସ୍ତି, ତଳକୁ ଖସିଲା AQI ସ୍ତର । ବୋଧହୁଏ କ୍ରୃତିମ ବର୍ଷା ହେବା ପରେ ପ୍ରଦୂଷଣ ସ୍ତର କମିଥିବା ଜଣାପଡିଛି । କିନ୍ତୁ ଏବେବି ବିପଦ ଟଳିନଥିବା କହିଛନ୍ତି ବିଶେଷଜ୍ଞ । ଆଗକୁ ଥଣ୍ଡାର ପ୍ରକୋପ ବଢିବ ବୋଲି ବିଶେଷଜ୍ଞ ପରାମର୍ଶ ଦେଇଛନ୍ତି ।
ଦିନେ କି ଦୁଇ ଦିନ ମଧ୍ୟରେ ସର୍ବନିମ୍ନ ତାପମାତ୍ରା ୧୦ ଡିଗ୍ରୀ ତଳେ ରହିବ ବୋଲି ଅନୁମାନ କରାଯାଉଛି । ଗତ କିଛି ଦିନ ହେବ ଦିଲ୍ଲୀରେ ଚାଲିଥିବା ବିପଦପୂର୍ଣ୍ଣ ବାୟୁ ପ୍ରଦୂଷଣ ଲୋକଙ୍କ ଜୀବନ କଲବଲ କରିଥିଲା । ବିଳମ୍ବିତ ରାତି ଓ ସକାଳ ପର୍ଯ୍ୟନ୍ତ ଦିଲ୍ଲୀ ଏନସିଆରରେ ଘନ କୁହୁଡି ଅନୁଭୂତ ହୋଇଥିଲା । କୁହୁଡ଼ି ହେତୁ ସକାଳେ ଦିଲ୍ଲୀ ଏନସିଆରରେ ଦୃଶ୍ୟମାନତା ବହୁତ କମ୍ ଥିଲା।
ବୁଧବାର ସକାଳେ ମଧ୍ୟ ଦିଲ୍ଲୀରେ AQI ଏତେଟା ଭଲ ନଥିଲା । ଦ୍ୱାରକା ଏବଂ ଉତ୍କଳ ନଗରରେ ୩୮୮, ଜନକପୁରୀରେ ୩୮୪, ସୁଖଦେବ ବିହାରରେ ୩୮୧, ଆଲିପୁରରେ ୩୭୯, ଶାଲିମାର ବାଗରେ ୩୭୭, ରୋହିଣୀରେ ୩୮୨, ମଡେଲ ଟାଉନରେ ୩୭୭ ରେକର୍ଡ କରାଯାଇଛି । ଦିଲ୍ଲୀର ଅଧିକାଂଶ ଅଞ୍ଚଳରେ AQI ୩୦୦ରୁ ଅଧିକ ରହିଛି ।
ବୁଧବାର ଘନ କୁହୁଡ଼ି ହେବାର ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ସର୍ବାଧିକ ଏବଂ ସର୍ବନିମ୍ନ ତାପମାତ୍ରା ଯଥାକ୍ରମେ ୨୫ଏବଂ ୧୨ଡିଗ୍ରୀ ସେଲସିୟସ ହେବାର ସମ୍ଭାବନା ଅଛି । ମଙ୍ଗଳବାର ଦିନ ଦିଲ୍ଲୀରେ ଦିନର ତାପମାତ୍ରା ୨୫.୪ ଡିଗ୍ରୀରେ ରେକର୍ଡ କରାଯାଇଛି । ଯାହା ସ୍ୱାଭାବିକଠାରୁ ଦୁଇ ଡିଗ୍ରୀ କମ୍ ରହିବ । ସନ୍ଧ୍ୟା ସମୟରେ ଶୀତଳ ପବନ ବହିଲା ଏବଂ ସହରରେ କୁହୁଡ଼ି ଦେଖାଦେଇଛି ।
#WATCH | A layer of haze covers ITO area in Delhi. As per Central Pollution Control Board (CPCB), the air quality in the area remains in 'Severe' category.
Drone visuals shot at 7.30 am. pic.twitter.com/jrLzoxXnUr— ANI (@ANI) November 20, 2024
ସୋମବାର ରାତି ଦିଲ୍ଲୀରେ ଏହି ଋତୁର ସବୁଠାରୁ ଶୀତ ରାତି ଥିଲା । ସର୍ବନିମ୍ନ ତାପମାତ୍ରା ୧୨.୩ ଡିଗ୍ରୀ ସେଲସିୟସ ରେକର୍ଡ ହୋଇଥିଲାବେଳେ ପୂର୍ବ ରାତିରେ ଏହା ୧୬.୨ ଡିଗ୍ରୀ ସେଲସିୟସ ଥିଲା । ଯେତେବେଳେ ସର୍ବାଧିକ ତାପମାତ୍ରା ୨୩ ଡିଗ୍ରୀ ସେଲସିୟସରେ ରେକର୍ଡ କରାଯାଇଛି । ପାଣିପାଗ ବିଭାଗ କହିଛି ଯେ ଦିନରେ ଆର୍ଦ୍ରତା ସ୍ତର ୮୯ ପ୍ରତିଶତରୁ ୬୯ ପ୍ରତିଶତ ମଧ୍ୟରେ ରହିଛି ।