ଦିଲ୍ଲୀ ଭୋଟ୍ ପୂର୍ବରୁ ମୋଦିଙ୍କୁ ଏହି କଥା କହି ପ୍ରଶଂସା କଲେ ଶୀଲା ଦୀକ୍ଷିତଙ୍କ ପୁଅ
ନୂଆଦିଲ୍ଲୀ,୨୪ା୫: ଆସନ୍ତାକାଲି ଅର୍ଥାତ୍ ଶନିବାର ଲୋକ ସଭା ନିର୍ବାଚନର ଷଷ୍ଠ ପର୍ଯ୍ୟାୟ ପାଇଁ ମତଦାନ ହେବ। ଏହି ପର୍ଯ୍ୟାୟରେ ଦିଲ୍ଲୀର ସମସ୍ତ ୭ଟି ଲୋକ ସଭା ଆସନରେ ମଧ୍ୟ ମତଦାନ ହେବ। ଏଥି ସହିତ, ଭୋଟ୍ ଦେବାର ଠିକ୍ ପୂର୍ବରୁ ଭେଟେରାନ କଂଗ୍ରେସ ନେତା ତଥା ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଶୀଲା ଦୀକ୍ଷିତଙ୍କ ପୁଅ ସନ୍ଦୀପ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ପ୍ରଶଂସା କରିଛନ୍ତି। ଏକ ସାକ୍ଷାତକାରରେ ପ୍ରଧାନମନ୍ତ୍ରୀ ଶୀଲା ଦୀକ୍ଷିତଙ୍କୁ ମନେ ପକାଇ ତାଙ୍କୁ ପ୍ରଶଂସା କରିଥିଲେ। ପ୍ରଧାନମନ୍ତ୍ରୀ […] The post ଦିଲ୍ଲୀ ଭୋଟ୍ ପୂର୍ବରୁ ମୋଦିଙ୍କୁ ଏହି କଥା କହି ପ୍ରଶଂସା କଲେ ଶୀଲା ଦୀକ୍ଷିତଙ୍କ ପୁଅ appeared first on Dharitri Odia News.
ନୂଆଦିଲ୍ଲୀ,୨୪ା୫: ଆସନ୍ତାକାଲି ଅର୍ଥାତ୍ ଶନିବାର ଲୋକ ସଭା ନିର୍ବାଚନର ଷଷ୍ଠ ପର୍ଯ୍ୟାୟ ପାଇଁ ମତଦାନ ହେବ। ଏହି ପର୍ଯ୍ୟାୟରେ ଦିଲ୍ଲୀର ସମସ୍ତ ୭ଟି ଲୋକ ସଭା ଆସନରେ ମଧ୍ୟ ମତଦାନ ହେବ। ଏଥି ସହିତ, ଭୋଟ୍ ଦେବାର ଠିକ୍ ପୂର୍ବରୁ ଭେଟେରାନ କଂଗ୍ରେସ ନେତା ତଥା ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଶୀଲା ଦୀକ୍ଷିତଙ୍କ ପୁଅ ସନ୍ଦୀପ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ପ୍ରଶଂସା କରିଛନ୍ତି।
ଏକ ସାକ୍ଷାତକାରରେ ପ୍ରଧାନମନ୍ତ୍ରୀ ଶୀଲା ଦୀକ୍ଷିତଙ୍କୁ ମନେ ପକାଇ ତାଙ୍କୁ ପ୍ରଶଂସା କରିଥିଲେ। ପ୍ରଧାନମନ୍ତ୍ରୀ କହିଥିଲେ, ସେ ବ୍ୟକ୍ତିଗତ ଭାବେ ଶୀଲା ଦୀକ୍ଷିତଙ୍କୁ ବହୁତ ସମ୍ମାନ କରନ୍ତି। ସେ ଜଣେ କଂଗ୍ରେସ ନେତ୍ରୀ ଥିଲେ, କିନ୍ତୁ ତାଙ୍କ ବିରୋଧରେ ଆସିଥିବା ଅଭିଯୋଗ ତାଙ୍କୁ ଜୀବନର ଶେଷ ଦିନରେ ବଦନାମ କରିଥିଲା। ମୁଁ ତାଙ୍କୁ ଅତି ନିକଟରୁ ଦେଖିଛି। ଯାହାକି ମୋ ଗଳାରୁ ବାହାରୁନାହିଁ।
ଶୀଲାଙ୍କ ପୁଅ ସନ୍ଦୀପ ମୋଦିଙ୍କ ସାକ୍ଷାତକାରର ଏକ କ୍ଲିପ୍ ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି। ପ୍ରଧାନମନ୍ତ୍ରୀଙ୍କୁ ପ୍ରଶଂସା କରି ସେ ଲେଖିଛନ୍ତି, ‘ଆମର ରାଜନୈତିକ ମତଭେଦ ଅଛି, କିନ୍ତୁ ଏହା ଖୁସିର ବିଷୟ ଯେ, ପ୍ରଧାନମନ୍ତ୍ରୀ ଶୀଲା ଜୀ ଏବଂ ତାଙ୍କ ଅବଦାନକୁ ମନେ ପକାଇଲେ। ମୋ ମା’ ଏବଂ ପ୍ରଧାନମନ୍ତ୍ରୀ ୧୨ ବର୍ଷ ଧରି ମୁଖ୍ୟମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ। ବିଭିନ୍ନ ମଞ୍ଚରେ ଉଭୟଙ୍କ ମଧ୍ୟରେ ବାରମ୍ବାର ବାର୍ତ୍ତାଳାପ ବି ହେଉଥିଲା। ସାଧାରଣ ଜୀବନରେ ଏହିପରି ଶୈଳୀ ଆବଶ୍ୟକ।
The post ଦିଲ୍ଲୀ ଭୋଟ୍ ପୂର୍ବରୁ ମୋଦିଙ୍କୁ ଏହି କଥା କହି ପ୍ରଶଂସା କଲେ ଶୀଲା ଦୀକ୍ଷିତଙ୍କ ପୁଅ appeared first on Dharitri Odia News.