କଳିଙ୍ଗ ହର୍ବାଲ ମେଳାରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ

କେନ୍ଦୁଝର,୩।୩(ନରେଶ ଚନ୍ଦ୍ର ପଟ୍ଟନାୟକ): ଆୟୁର୍ବେଦ ଏକ ସମ୍ପୂର୍ଣ୍ଣ ସ୍ବାସ୍ଥ୍ୟ ବିଜ୍ଞାନ। ଆୟୁର୍ବେଦରେ ଉପଯୁକ୍ତ ଉପଚାର ସହ ସନ୍ତୁଳିତ ଆହାର ଓ ଜୀବନଶୈଳୀ ଦ୍ୱାରା ଆରୋଗ୍ୟ ଲାଭ କରାଯାଇପାରିବ। ମାନବ ଶରୀର ୫ଟି ମୌଳିକ ତତ୍ତ୍ୱ ଯଥା ଆକାଶ, ବାୟୁ, ଅଗ୍ନି, ଜଳ ଓ ପୃଥିବୀ ସହିତ ଆତ୍ମାର ସଂଯୋଗରେ ଗଢ଼ା। ଏହା ପ୍ରକୃତି ଓ ଶରୀର ସହ ସମନ୍ବୟ ରକ୍ଷାକରି ଜୀବନର ମାନକୁ ବୃଦ୍ଧି କରୁଥିବାରୁ ଏହାକୁ ସମଗ୍ର ବିଶ୍ୱ ଏକ ଉତ୍ତମ ଚିକିତ୍ସା ପଦ୍ଧତି ଭାବରେ […] The post କଳିଙ୍ଗ ହର୍ବାଲ ମେଳାରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ appeared first on Dharitri Odia News.

କଳିଙ୍ଗ ହର୍ବାଲ ମେଳାରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ

କେନ୍ଦୁଝର,୩।୩(ନରେଶ ଚନ୍ଦ୍ର ପଟ୍ଟନାୟକ): ଆୟୁର୍ବେଦ ଏକ ସମ୍ପୂର୍ଣ୍ଣ ସ୍ବାସ୍ଥ୍ୟ ବିଜ୍ଞାନ। ଆୟୁର୍ବେଦରେ ଉପଯୁକ୍ତ ଉପଚାର ସହ ସନ୍ତୁଳିତ ଆହାର ଓ ଜୀବନଶୈଳୀ ଦ୍ୱାରା ଆରୋଗ୍ୟ ଲାଭ କରାଯାଇପାରିବ। ମାନବ ଶରୀର ୫ଟି ମୌଳିକ ତତ୍ତ୍ୱ ଯଥା ଆକାଶ, ବାୟୁ, ଅଗ୍ନି, ଜଳ ଓ ପୃଥିବୀ ସହିତ ଆତ୍ମାର ସଂଯୋଗରେ ଗଢ଼ା। ଏହା ପ୍ରକୃତି ଓ ଶରୀର ସହ ସମନ୍ବୟ ରକ୍ଷାକରି ଜୀବନର ମାନକୁ ବୃଦ୍ଧି କରୁଥିବାରୁ ଏହାକୁ ସମଗ୍ର ବିଶ୍ୱ ଏକ ଉତ୍ତମ ଚିକିତ୍ସା ପଦ୍ଧତି ଭାବରେ ଗ୍ରହଣ କରିଛି ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କେନ୍ଦୁଝର କାଳୀପଡ଼ିଆଠାରେ ଆୟୋଜିତ ଆଞ୍ଚଳିକ କଳିଙ୍ଗ ହର୍ବାଲ ମେଳାର ଚତୁର୍ଥ ସନ୍ଧ୍ୟାରେ ଯୋଗଦେଇ ନିଜ ଅଭିଭାଷଣରେ ଉଲ୍ଲେଖ କରିଛନ୍ତି।

ସେ ଆହୁରି ମଧ୍ୟ କହିଥିଲେ, ଭାରତୀୟ ସଂସ୍କୃତି ଏବଂ ପରମ୍ପରା ସହ ଆୟୁର୍ବେଦର ସମ୍ପର୍କକୁ ଅବତାରଣା କରିବାକୁ ଯାଇ ସ୍ନାନପୂର୍ଣ୍ଣିମା ପରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଜ୍ୱର ହୋଇଥାଏ। ମହାପ୍ରଭୁ ଚେରମୂଳି ଖାଇ ଜ୍ୱରରୁ ଉପଶମ ପାଇଥାନ୍ତି। ଏପରିକି ରାମାୟଣର ଲକ୍ଷ୍ମଣଙ୍କ ଆରୋଗ୍ୟ ଲାଭ ପାଇଁ ବିଶଲ୍ୟାକରଣୀର ଉପଯୋଗର କିମ୍ବଦନ୍ତୀକୁ ବଖାଣିଥିଲେ ।

ସେହିପରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପାରମ୍ପରିକ ସ୍ବାସ୍ଥ୍ୟ ବିଜ୍ଞାନ, ଯୋଗ, ଆୟୁର୍ବେଦ ଓ ପ୍ରାକୃତିକ ଚିକିତ୍ସାର ଲୋକପ୍ରିୟତା ବୃଦ୍ଧି ପାଇଁ ଉଦ୍ୟମ ଜାରି ରଖିଥିବା ମୁଖ୍ୟମନ୍ତ୍ରୀ କହିଥିଲେ। ପ୍ରଧାନମନ୍ତ୍ରୀଙ୍କ ଉଦ୍ୟମରେ ପ୍ରତି ବର୍ଷ ଜୁନ୍‌ ୨୧ ତାରିଖକୁ ସାରା ବିଶ୍ବରେ ଯୋଗ ଦିବସ ଭାବେ ଉତ୍ସାହର ସହ ପାଳନ କରାଯାଉଥିବାରୁ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

ରାଜ୍ୟ ସରକାର ଆୟୁର୍ବେଦ ଏବଂ ପାରମ୍ପରିକ ଔଷଧୀୟ ଚିକିତ୍ସାକୁ ପ୍ରୋତ୍ସାହିତ କରିବା ପାଇଁ ଗବେଷଣାରେ ଅଧିକ ନିବେଶ କରୁଥିବା କହଥିଲେ। ଏପରିକି ଔଷଧୀୟ ଉଦ୍ଭିଦ ଚାଷରେ ସ୍ଥାନୀୟ ଚାଷୀମାନଙ୍କୁ ସହାୟତା ପ୍ରଦାନକରି ଆୟୁର୍ବେଦିକ ସ୍ବାସ୍ଥ୍ୟସେବା ସୁବିଧା ପାଇଁ ଭିତ୍ତିଭୂମି ବୃଦ୍ଧି କରିବାକୁ ମୁଖ୍ୟମନ୍ତ୍ରୀ ପ୍ରକାଶ କରିଥିଲେ।

ଅନ୍ୟମାନଙ୍କ ମଧ୍ୟରେ ତେଲକୋଇ ବିଧାୟକ ଡାକ୍ତର ଫକୀର ମୋହନ ନାଏକ, ଡିଆଇଜି ବ୍ରିଜେଶ କୁମାର ରାଏ, ଜିଲାପାଳ ବିଶାଲ ସିଂହ, ଆରକ୍ଷୀ ଅଧୀକ୍ଷକ ନୀତିନ କୁଶଲକର ଏବଂ ବନଖଣ୍ଡ ଅଧିକାରୀ ଧନରାଜ ଏଚ୍‌ଡି ପ୍ରମୁଖ ଉପସ୍ଥିତ ଥିଲେ। ଏହି ଅବସରରେ ବନ ବିଭାଗର ଏକ ନୂତନ ୱେବ୍‌ସାଇଟ ଉନ୍ମୋଚନ କରାଯାଇଥିଲା ।

The post କଳିଙ୍ଗ ହର୍ବାଲ ମେଳାରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ appeared first on Dharitri Odia News.