ବିଜେଡି ଓପରେ ଫିଡିକିଲେ ଶଶି: କେବଳ ଏହି ଗୋଟିଏ କାରଣ ପାଇଁ, ଯିଏ ନିର୍ବାଚନ ପରିଚାଳନା କରୁଥିଲେ…

ଭୁବନେଶ୍ୱର,୧୭।୫: ବିଜେଡିକୁ ନେଇ ପୁଣି ବଡ଼ ବୟାନ ଦେଲେ ପୂର୍ବତନ ବିଜେଡି ବିଧାୟକ ଶଶିଭୂଷଣ ବେହେରା। ଦଳରେ ବରିଷ୍ଠଙ୍କୁ ଅଣଦେଖା କରାଯାଉଥିବା କହିଲେ ଶଶିଭୂଷଣ। ଦଳରେ ବରିଷ୍ଠଙ୍କ ପରାମର୍ଶ ଲୋଡ଼ା, କିନ୍ତୁ ଅଣଦେଖା କରାଯାଉଥିବା ସେ କହିଛନ୍ତି। ଏନେଇ ନିର୍ବାଚନରେ ଫଳ ଭୋଗିଲା ବିଜେଡି। ନିର୍ବାଚନ ପରିଚାଳନାରେ ତ୍ରୁଟି ପାଇଁ ବିଜେଡି ହାରିଲା। କେଉଁମାନେ ପରିଚାଳନା କରୁଥିଲେ ସମସ୍ତଙ୍କୁ ଜଣା। ଲୋକେ ନିର୍ବାଚନରେ ଉଚିତ୍‌ ଜବାବ ଦେଲେ ବୋଲି ସେ କହିଛନ୍ତି। ଅନ୍ୟପକ୍ଷେ  ବିଜେଡି ନେତା ଭୂପିନ୍ଦର […] The post ବିଜେଡି ଓପରେ ଫିଡିକିଲେ ଶଶି: କେବଳ ଏହି ଗୋଟିଏ କାରଣ ପାଇଁ, ଯିଏ ନିର୍ବାଚନ ପରିଚାଳନା କରୁଥିଲେ… appeared first on Dharitri Odia News.

ବିଜେଡି ଓପରେ ଫିଡିକିଲେ ଶଶି: କେବଳ ଏହି ଗୋଟିଏ କାରଣ ପାଇଁ, ଯିଏ ନିର୍ବାଚନ ପରିଚାଳନା କରୁଥିଲେ…

ଭୁବନେଶ୍ୱର,୧୭।୫: ବିଜେଡିକୁ ନେଇ ପୁଣି ବଡ଼ ବୟାନ ଦେଲେ ପୂର୍ବତନ ବିଜେଡି ବିଧାୟକ ଶଶିଭୂଷଣ ବେହେରା। ଦଳରେ ବରିଷ୍ଠଙ୍କୁ ଅଣଦେଖା କରାଯାଉଥିବା କହିଲେ ଶଶିଭୂଷଣ। ଦଳରେ ବରିଷ୍ଠଙ୍କ ପରାମର୍ଶ ଲୋଡ଼ା, କିନ୍ତୁ ଅଣଦେଖା କରାଯାଉଥିବା ସେ କହିଛନ୍ତି। ଏନେଇ ନିର୍ବାଚନରେ ଫଳ ଭୋଗିଲା ବିଜେଡି। ନିର୍ବାଚନ ପରିଚାଳନାରେ ତ୍ରୁଟି ପାଇଁ ବିଜେଡି ହାରିଲା। କେଉଁମାନେ ପରିଚାଳନା କରୁଥିଲେ ସମସ୍ତଙ୍କୁ ଜଣା। ଲୋକେ ନିର୍ବାଚନରେ ଉଚିତ୍‌ ଜବାବ ଦେଲେ ବୋଲି ସେ କହିଛନ୍ତି।

ଅନ୍ୟପକ୍ଷେ  ବିଜେଡି ନେତା ଭୂପିନ୍ଦର ସିଂଙ୍କ ବିଜେଡି କମିଟି ଓ ପିଏସ୍‌ସିରୁ ବାଦ୍‌ ପଡ଼ିବା ପରେ ବିଜେଡିକୁ ନେଇ ବଡ଼ ବୟାନ ଦେଇଛନ୍ତି। ସେ କହିଛନ୍ତି, ଏବେ IPL ଚାଲିଛି। ଭଲ ପ୍ଲେୟାର୍‌ଙ୍କୁ ସମସ୍ତେ ନେବାକୁ ଚାହିଁବେ। ମୁଁ ଗୋଟେ ଭଲ ପ୍ଲେୟାର୍‌, ମୋ ପାଖରେ ସମର୍ଥନ ଅଛି। ଏବେ ମୋତେ କଂଗ୍ରେସରୁ ଅଫର୍‌ ଆସିଲାଣି। ୨୪ ନିର୍ବାଚନରେ ଭାଜପା ଅଫର୍‌ ଦେଇଥିଲା, ଏବେବି ଦେଉଛି ବୋଲି ସେ କହିଛନ୍ତି।  କଳାହାଣ୍ଡିରେ କଂଗ୍ରେସକୁ ଆମେ ମଜବୁତ କରିଛୁ। କଂଗ୍ରେସ ଯାଉଛନ୍ତି କି ଏହାର ପ୍ରଶ୍ନରେ ସେ କହିଛନ୍ତି, ଭବିଷ୍ୟତକୁ କାହିଁକି ଯାଉଛ ବୋଲି ସେ କହିଛନ୍ତି।

 

The post ବିଜେଡି ଓପରେ ଫିଡିକିଲେ ଶଶି: କେବଳ ଏହି ଗୋଟିଏ କାରଣ ପାଇଁ, ଯିଏ ନିର୍ବାଚନ ପରିଚାଳନା କରୁଥିଲେ… appeared first on Dharitri Odia News.