ପାଣିପାଗ ବିଭାଗର ଆକଳନ, ୨୬ରୁ ରାଜ୍ୟରେ ପ୍ରବଳ ବର୍ଷା
ଭୁବନେଶ଼୍ବର, ୨୩।୬: ରାଜ୍ୟରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ରହିଛି । ଫଳରେ ବିଭିନ୍ନ ସ୍ଥାନରେ ବର୍ଷା ଜାରି ରହିଛି । ଏନେଇ ଅଞ୍ଚଳିକ ପାଣିପାଗ ବିଭାଗ କେନ୍ଦ୍ର ପକ୍ଷରୁ ୨୦ ଜିଲାକୁ ବିଜୁଳି, ଘଡ଼ଘଡ଼ି ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଆସନ୍ତା ୨୬ ତାରିଖ ଅର୍ଥାତ ବୁଧବାର ଠାରୁ ବର୍ଷାର ପରିମାଣ ବୃଦ୍ଧି ପାଇବା ନେଇ ଆକଳନ କରିଛି ପାଣିପାଗ ବିଭାଗ । ରାଜ୍ୟର ୨୪ଟି ଜିଲାକୁ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ […] The post ପାଣିପାଗ ବିଭାଗର ଆକଳନ, ୨୬ରୁ ରାଜ୍ୟରେ ପ୍ରବଳ ବର୍ଷା appeared first on Dharitri Odia News.
ଭୁବନେଶ଼୍ବର, ୨୩।୬: ରାଜ୍ୟରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ରହିଛି । ଫଳରେ ବିଭିନ୍ନ ସ୍ଥାନରେ ବର୍ଷା ଜାରି ରହିଛି । ଏନେଇ ଅଞ୍ଚଳିକ ପାଣିପାଗ ବିଭାଗ କେନ୍ଦ୍ର ପକ୍ଷରୁ ୨୦ ଜିଲାକୁ ବିଜୁଳି, ଘଡ଼ଘଡ଼ି ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଆସନ୍ତା ୨୬ ତାରିଖ ଅର୍ଥାତ ବୁଧବାର ଠାରୁ ବର୍ଷାର ପରିମାଣ ବୃଦ୍ଧି ପାଇବା ନେଇ ଆକଳନ କରିଛି ପାଣିପାଗ ବିଭାଗ । ରାଜ୍ୟର ୨୪ଟି ଜିଲାକୁ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ସ୍ପର୍ଶ କରିଛି। ପାଗ ଅନୁକୂଳ ଥିବାରୁ ମୌସୁମୀ ପୁଣି ସକ୍ରିୟା ହେବା ସହ ବିଭିନ୍ନ ଜିଲାକୁ ପ୍ରବେଶ କରୁଛି।
ଅନ୍ୟପଟେ ମୁଖ୍ୟମନ୍ତ୍ରୀ ସାମ୍ଭାବ୍ୟ ବନ୍ୟା ପାଇଁ ଉଚ୍ଚସ୍ତରୀୟ ବୈଠକ ଗତକାଲି ଡକାଇଥିଲେ । ବନ୍ୟା ନିୟନ୍ତ୍ରଣ ଲାଗି ଏବେଠୁ ସଜାଗ ରହିବାକୁ ମୁଖ୍ୟମନ୍ତ୍ରୀ ବୈଠକରେ ନିର୍ଦ୍ଦେଶ ଦେଇଥିଲେ। ଜଳ ସମ୍ପଦ ବିଭାଗର ବିଳମ୍ବିତ ପ୍ରକଳ୍ପ ଶୀଘ୍ର ସାରିବାକୁ ନିର୍ଦ୍ଦେଶ ଦେଇଥିଲେ ମୁଖ୍ୟମନ୍ତ୍ରୀ। ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା ପରେ ବିଭାଗୀୟ ସଚିବ ଅନୁ ଗର୍ଗ ସୂଚନା ଦେଇଛନ୍ତି। ବନ୍ୟା ନିୟନ୍ତ୍ରଣ କକ୍ଷ ୨୪ ଘଣ୍ଟିଆ ଖୋଲିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ। ଦୁର୍ବଳ ନଦୀବନ୍ଧ ଅଧିକ ସୁଦୃଢ଼ କରିବା ଓ ସଜାଗ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି।
The post ପାଣିପାଗ ବିଭାଗର ଆକଳନ, ୨୬ରୁ ରାଜ୍ୟରେ ପ୍ରବଳ ବର୍ଷା appeared first on Dharitri Odia News.