ମଧ୍ୟ ପ୍ରଦେଶ: ଗୁନାରେ ଲ୍ୟାଣ୍ଡିଂ ସମୟରେ ବିମାନ ଦୁର୍ଘଟଣାଗ୍ରସ୍ତ, ଟ୍ରେନି ପାଇଲଟ୍ ଆହତ
ମଧ୍ୟ ପ୍ରଦେଶର ଗୁନା ଜିଲ୍ଲାରେ ବୁଧବାର ନିମଚରୁ ଉଡ଼ାଣ ଭରିଥିବା ବିମାନ ଗୁନା ଏରୋଡ୍ରୋମରେ କ୍ରାସ୍ ହୋଇଯାଇଛି । ଇଞ୍ଜିନରେ ତ୍ରୁଟି ହେତୁ ଗୁନାରେ ଜରୁରୀକାଳୀନ ଅବତରଣ ପାଇଁ ସାହାଯ୍ୟ ମଗାଯାଇଥିଲା । ହେଲେ ଜରୁରୀ ଅବତରଣ ବେଳେ ହଠାତ୍ ରନୱେ ବାହାରେ ଲ୍ୟାଣ୍ଡିଂ ହେବାରୁ ବିମାନଟି କ୍ରାସ୍ ହୋଇଥିଲା । ଏହି ଦୁର୍ଘଟଣାରେ ଟ୍ରେନି ପାଇଲଟ୍ ଆହତ ହୋଇଛନ୍ତି । ଆହତ ପାଇଲଟ୍ ହେଲେ ନ୍ୟାନ୍ସି ମିଶ୍ରା । ତାଙ୍କୁ ଚିକିତ୍ସା ପାଇଁ ଗୁନା ହସ୍ପିଟାଲରେ […] The post ମଧ୍ୟ ପ୍ରଦେଶ: ଗୁନାରେ ଲ୍ୟାଣ୍ଡିଂ ସମୟରେ ବିମାନ ଦୁର୍ଘଟଣାଗ୍ରସ୍ତ, ଟ୍ରେନି ପାଇଲଟ୍ ଆହତ appeared first on KNews Odisha.

ମଧ୍ୟ ପ୍ରଦେଶର ଗୁନା ଜିଲ୍ଲାରେ ବୁଧବାର ନିମଚରୁ ଉଡ଼ାଣ ଭରିଥିବା ବିମାନ ଗୁନା ଏରୋଡ୍ରୋମରେ କ୍ରାସ୍ ହୋଇଯାଇଛି । ଇଞ୍ଜିନରେ ତ୍ରୁଟି ହେତୁ ଗୁନାରେ ଜରୁରୀକାଳୀନ ଅବତରଣ ପାଇଁ ସାହାଯ୍ୟ ମଗାଯାଇଥିଲା । ହେଲେ ଜରୁରୀ ଅବତରଣ ବେଳେ ହଠାତ୍ ରନୱେ ବାହାରେ ଲ୍ୟାଣ୍ଡିଂ ହେବାରୁ ବିମାନଟି କ୍ରାସ୍ ହୋଇଥିଲା ।
ଏହି ଦୁର୍ଘଟଣାରେ ଟ୍ରେନି ପାଇଲଟ୍ ଆହତ ହୋଇଛନ୍ତି । ଆହତ ପାଇଲଟ୍ ହେଲେ ନ୍ୟାନ୍ସି ମିଶ୍ରା । ତାଙ୍କୁ ଚିକିତ୍ସା ପାଇଁ ଗୁନା ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ରନୱେରେ ଲ୍ୟାଣ୍ଡିଂ କରିବା ସମୟରେ ଜଳାଶୟ ପାର୍ଶ୍ୱ ବୁଦାଳିଆ ଜାଗାରେ ବିମାନ କ୍ରାସ୍ ହୋଇଯାଇଥିଲା । ଏହି ଘଟଣାକୁ ନେଇ ଯାଞ୍ଚ କରାଯାଉଛି ।
#WATCH | Madhya Pradesh: After developing a malfunction, a trainee aircraft flying from Neemuch to Dhana made an emergency landing during which it lost control. The trainee pilot sustained injuries and has been admitted to the hospital,” says Sub Inspector, Guna, Chanchal Tiwari. https://t.co/GIXqwDeGVy pic.twitter.com/hmvO50DThy
— ANI (@ANI) March 6, 2024
The post ମଧ୍ୟ ପ୍ରଦେଶ: ଗୁନାରେ ଲ୍ୟାଣ୍ଡିଂ ସମୟରେ ବିମାନ ଦୁର୍ଘଟଣାଗ୍ରସ୍ତ, ଟ୍ରେନି ପାଇଲଟ୍ ଆହତ appeared first on KNews Odisha.