ଭୀଷଣ ବାତ୍ୟା ରୂପ ନେଇ ମାଡ଼ିଆସୁଛି ‘ଦାନା’, ସତର୍କ ସୂଚନା ଜାରି

ଭୋଗରାଇ,୨୩ା୧୦(ପ୍ରଦୀପ ଦାସ): ପୂର୍ବ ମଧ୍ୟ ବଙ୍ଗୋପସାଗରରେ କେନ୍ଦ୍ରୀଭୂତ ‘ଦାନା’ ନାମିତ ସାମୁଦ୍ରିକ ଝଡ଼ ଅତି ଭୀଷଣ ବାତ୍ୟା ରୂପନେଇ ପଶ୍ଚିମ ଉତ୍ତର ଦିଗକୁ ଅଗ୍ରସର ହେଉଥିବା ପାଣିପାଗ ବୈଜ୍ଞାନିକମାନେ ଘନଘନ ଗଣମାଧ୍ୟମରେ ସୂଚନା ଦେଉଥିବାବେଳେ ବାତ୍ୟା ମୁକାବିଲା ପାଇଁ ଓଡ଼ିଶା ଏବଂ ପଶ୍ଚିମବଙ୍ଗ ଉପକୂଳ ୨ ରାଜ୍ୟରେ ହାଇ ଆଲର୍ଟ ଜାରି କରାଯାଇଛି। ଏଥିସହିତ ଉଭୟ ରାଜ୍ୟର ପ୍ରଶାସନ ପକ୍ଷରୁ ଉପକୂଳରେ ୨୪ ଘଣ୍ଟିଆ କଣ୍ଟ୍ରୋଲରୁମ୍‌ ଖୋଲାଯାଇ ସ୍ଥିତି ପ୍ରତି ତୀକ୍ଷ୍ଣ ନଜର ରଖାଯାଇଛି। ସମ୍ଭାବ୍ୟ ବାତ୍ୟା […] The post ଭୀଷଣ ବାତ୍ୟା ରୂପ ନେଇ ମାଡ଼ିଆସୁଛି ‘ଦାନା’, ସତର୍କ ସୂଚନା ଜାରି appeared first on Dharitri Odia News.

ଭୀଷଣ ବାତ୍ୟା ରୂପ ନେଇ ମାଡ଼ିଆସୁଛି ‘ଦାନା’, ସତର୍କ ସୂଚନା ଜାରି

ଭୋଗରାଇ,୨୩ା୧୦(ପ୍ରଦୀପ ଦାସ): ପୂର୍ବ ମଧ୍ୟ ବଙ୍ଗୋପସାଗରରେ କେନ୍ଦ୍ରୀଭୂତ ‘ଦାନା’ ନାମିତ ସାମୁଦ୍ରିକ ଝଡ଼ ଅତି ଭୀଷଣ ବାତ୍ୟା ରୂପନେଇ ପଶ୍ଚିମ ଉତ୍ତର ଦିଗକୁ ଅଗ୍ରସର ହେଉଥିବା ପାଣିପାଗ ବୈଜ୍ଞାନିକମାନେ ଘନଘନ ଗଣମାଧ୍ୟମରେ ସୂଚନା ଦେଉଥିବାବେଳେ ବାତ୍ୟା ମୁକାବିଲା ପାଇଁ ଓଡ଼ିଶା ଏବଂ ପଶ୍ଚିମବଙ୍ଗ ଉପକୂଳ ୨ ରାଜ୍ୟରେ ହାଇ ଆଲର୍ଟ ଜାରି କରାଯାଇଛି। ଏଥିସହିତ ଉଭୟ ରାଜ୍ୟର ପ୍ରଶାସନ ପକ୍ଷରୁ ଉପକୂଳରେ ୨୪ ଘଣ୍ଟିଆ କଣ୍ଟ୍ରୋଲରୁମ୍‌ ଖୋଲାଯାଇ ସ୍ଥିତି ପ୍ରତି ତୀକ୍ଷ୍ଣ ନଜର ରଖାଯାଇଛି। ସମ୍ଭାବ୍ୟ ବାତ୍ୟା କେନ୍ଦ୍ରାପଡ଼ା ରାଜନଗର କିମ୍ବା ଧାମରା ପାଖାପାଖି ଲ୍ୟାଣ୍ଡ କରିବାର ସମ୍ଭାବନା ଥିବାର ଆଇଏମ୍‌ଡି କହୁଥିବାବେଳେ ଏହି ଭୀଷଣ ବାତ୍ୟା ଓଡ଼ିଶା ଉପକୂଳ ଓ ପଶ୍ଚିମବଙ୍ଗ ଅତିକ୍ରମ କରିବ ବୋଲି ପାଣିପାଗ ଦପ୍ତର ପ୍ରଚାର କରୁଛନ୍ତି। ଏଭଳି ସ୍ଥିତିରେ ଓଡ଼ିଶାର ପାରାଦୀପ, ଧାମରା ପଶ୍ଚିମବଙ୍ଗର ସାଗରଦୀପ, ହଳଦିଆ ଓ କୋଲକାତାରେ ୧ ନଂ ସତର୍କ ସୂଚନା ଜାରି କରାଯାଇ ନାଲି ପତାକା ଲଗାଯାଇଛି। ସାମୁଦ୍ରିକ ଝଡ଼ ଉପକୂଳମୁହାଁ ହେଉଥିବାରୁ ସମୁଦ୍ର ଅଶାନ୍ତ ହୋଇଛି। ଆଜି ସମୁଦ୍ରର ଉତ୍ତାଳ ଢେଉ ଭୟଙ୍କର ରୂପନେଇ କୂଳ ଆଡ଼କୁ ମାଡ଼ିଆସି ଦୀଘା-ତାଳସାରୀ ତଟ ସୁରକ୍ଷା ବନ୍ଧରେ କଚାଡ଼ି ହୋଇପଡୁଛି। ଅପରାହ୍ନ ୨ଟାଠାରୁ ପାଗର ଅବନତି ହୋଇଥିବାବେଳେ ବର୍ଷା ଆରମ୍ଭ ହୋଇଛି। ଧନଜୀବନ ସୁରକ୍ଷା ଲାଗି ବେଳାଭୂମିରେ ମତ୍ସ୍ୟ ଓ ପ୍ରଶାସନ ପକ୍ଷରୁ କୂଳବାସୀଙ୍କୁ ଉଚ୍ଚ ତଥା ବାତ୍ୟାଶ୍ରୟସ୍ଥଳୀକୁ ଚାଲିଯିବା ସହିତ ସମୁଦ୍ରକୁ ନ ଯିବାକୁ ଡାକବାଜିଯନ୍ତ୍ରରେ ପ୍ରଚାର କରାଯାଉଛି। ବାଲେଶ୍ୱର ଉପକୂଳ ବିଭିନ୍ନ ସ୍ଥାନରେ ଏନ୍‌ଡିଆର୍‌ଏଫ୍‌, ଓଡ୍ରାଫ୍‌ ଓ ଅଗ୍ନିଶମ ବିଭାଗ ମୁତୟନ ଥିବାବେଳେ ପଶ୍ଚିମବଙ୍ଗ ଦୀଘା ଉପକୂଳରେ ମଧ୍ୟ ଅନୁରୂପ ଭାବେ ସମସ୍ତ ବିଭାଗକୁ ସଜାଗ ରଖାଯାଇଛି। ଭୋଗରାଇ ବ୍ଲକର ସମୁଦ୍ର କୂଳିଆ ଗାଁର ସହସ୍ରାଧିକ ଲୋକଙ୍କୁ ଅଣାଯାଇ ବାତ୍ୟା ଆଶ୍ରୟସ୍ଥଳୀରେ ପ୍ରଶାସନ ରଖିଥିବାର ସୂଚନା ମିଳିଛି। କୂଳରେ ଶତାଧିକ ମାଛଧରା ଟ୍ରଲର, ଡଙ୍ଗା ଓ ଜାଲକୁ ମତ୍ସ୍ୟଜୀବୀମାନେ ସୁରକ୍ଷିତ ରଖିଥିବାବେଳେ ଏହି ବାତ୍ୟା ଚାଷୀକୁଳ ଆର୍ଥିକ ମେରୁଦଣ୍ଡକୁ ଦୋହଲାଇ ଦେବ ବୋଲି ଆଶଙ୍କା କରାଯାଇଛି।

The post ଭୀଷଣ ବାତ୍ୟା ରୂପ ନେଇ ମାଡ଼ିଆସୁଛି ‘ଦାନା’, ସତର୍କ ସୂଚନା ଜାରି appeared first on Dharitri Odia News.